ETV Bharat / bharat

ଏବର୍ଷ ପ୍ରବଳ ଜାଡରେ ଥରିବ ଦେଶ: ଆଇଏମଡି - ଶୀତ ଋତୁରେ ପ୍ରବଳ ଥଣ୍ଡା ଅନୁଭୂତ ହେବ

ବର୍ତ୍ତମାନ ପାଗ ଯୋଗୁ ଚଳିତ ଶୀତ ଋତୁରେ ଅଧିକ ଥଣ୍ଡା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବୁଧବାର କହିଛନ୍ତି।

ଚଳିତ ଶୀତ ଋତୁରେ ପ୍ରବଳ ଥଣ୍ଡା ଅନୁଭୂତ ହେବ
ଚଳିତ ଶୀତ ଋତୁରେ ପ୍ରବଳ ଥଣ୍ଡା ଅନୁଭୂତ ହେବ
author img

By

Published : Oct 14, 2020, 5:27 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ପାଗ ଯୋଗୁ ଚଳିତ ଶୀତ ଋତୁରେ ଅଧିକ ଥଣ୍ଡା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବୁଧବାର କହିଛନ୍ତି।

ସେ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ତାପମାତ୍ରାକୁ ବୃଦ୍ଧି କରାଇଥାଏ ବୋଲି ଏକ ଧାରଣା ରହିବା ଉଚିତ ନୁହେଁ । ଯେହେତୁ ବର୍ତ୍ତମାନ ଦୁର୍ବଳ ‘ଲା ନିନା’ ଅବସ୍ଥା ଜାରି ରହିଛି । ଏଣୁ ଚଳିତ ବର୍ଷ ଅଧିକ ଥଣ୍ଡା ଅନୁଭୂତ ହେବାର ଆଶଙ୍କା ରହିଛି । ତେବେ ଥଣ୍ଡା ପୂନ ବହିବାରେ ଏଲ୍ ନିନୋ ଏବଂ ଲା ନିନା ଅବସ୍ଥା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ଆଇଏମଡି ମହାନିର୍ଦ୍ଦେଶକ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଦ୍ୱାରା ଆୟୋଜିତ ‘କୋଲ୍ଡ ୱେଭ ରିସ୍କ ରିଡକସନ’ ଉପରେ ସେ ଏକ ୱେବିନିନାରକୁ ସମ୍ବୋଧିତ କରୁଥିଲେ। ଏହି ୱେବିନାରକୁ ସମ୍ବୋଧନ କରି ସେ କହିଛନ୍ତି, ଲା ନିନା ଅବସ୍ଥା ଥଣ୍ଡା ପବନ ପାଇଁ ଅନୁକୂଳ ହୋଇଥିବାବେଳେ ଏଲ୍ ନିନୋ ଅବସ୍ଥା ଏହା ପାଇଁ ଅନୁକୂଳ ନୁହେଁ। ତେବେ ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ବିହାର ଆଦି ରାଜ୍ୟରେ ଥଣ୍ଡା କାରଣୁ ବହୁ ଲୋକଙ୍କର ମୃତ୍ୟୁ ଘଟିଥାଏ ବୋଲି ସେ କହିଛନ୍ତି ।

ଆଇଏମଡି ପ୍ରତିବର୍ଷ ନଭେମ୍ବରରେ ଏକ ଶୀତକାଳୀନ ପୂର୍ବାନୁମାନ ପ୍ରକାଶ କରିଥାଏ । ଯାହାକି ଡିସେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ଶୀ ଋତୁର ଗମ୍ଭୀରତା ବିଷୟରେ ପୂର୍ବାନୁମାନ ସୂଚନା ଦେଇଥାଏ ।

https://www.indiatvnews.com/news/india/winter-could-be-colder-this-season-due-to-prevailing-la-nina-conditions-imd-dg-656844

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.