ETV Bharat / bharat

ଆପର ଅଭିଯୋଗକୁ ଗମ୍ଭୀରଙ୍କ ଖଣ୍ଡନ, କେଜ୍ରିୱାଲଙ୍କ ବିରୁଦ୍ଧରେ ଆଣିଲେ ମାନହାନୀ ମାମଲା

ଆପ୍ ପାମ୍ପଲେଟ ଅଭିଯୋଗକୁ ଖଣ୍ଡନ କଲେ ପୂର୍ବ ଦିଲ୍ଲୀର ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର । ଆପ ପ୍ରାର୍ଥୀ ଆତୀଶଙ୍କ ବିରୋଧରେ ଆପତ୍ତିଜନକ ପାମ୍ପଲେଟ ବଣ୍ଟନ କରିଥିବା ନେଇ ଏହି କ୍ରିକେଟର ନାଁରେ ଅଭିଯୋଗ ଆଣିଥିଲା ଆପ । ଗମ୍ଭୀର ଏହାକୁ ଭିତ୍ତିହୀନ ଦର୍ଶାଇବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାନହାନୀ ମାମଲା ଦାଏର କରିଛନ୍ତି।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 10, 2019, 2:08 PM IST

ନୂଆଦିଲ୍ଲୀ: ବିଜେପି ପ୍ରାର୍ଥୀ ତଥା କ୍ରିକେଟର ଗୌତମ ଗମ୍ଭୀରଙ୍କ ବିରୋଧରେ ଆମ ଆଦମୀ ପାର୍ଟିର ଆପତ୍ତିଜନକ ପାମ୍ପଲେଟ ଅଭିଯୋଗକୁ ଖଣ୍ଡନ କଲେ ଗମ୍ଭୀର । ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମାଲୋଚନା କରିବା ସହ ଆପକୁ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବାକୁ ଟ୍ବିଟ କରି ଦାବି କରିଛନ୍ତି କ୍ରିକେଟର । ଏଥିସହ ଆପର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିବାର ସେ କହିଛନ୍ତି ।

ସୂଚନାଯୋଗ୍ୟ, ଆପ ପ୍ରାର୍ଥୀ ଅତୀଶଙ୍କ ବିରୋଧରେ ଗମ୍ଭୀର ଆପତ୍ତିଜନକ ପାମ୍ପଲେଟ ବାଣ୍ଟିଥିବା ନେଇ ଅଭିଯୋଗ ଆଣିଥିଲେ ଉଭୟ ଆପ ଓ ତାଙ୍କ ପ୍ରତିପକ୍ଷ ପ୍ରାର୍ଥୀ । ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିବା ସହ ମିଡିଆ ସମ୍ମୁଖରେ କାନ୍ଦି ପକାଇଥିଲେ ପ୍ରାର୍ଥୀ ଅତୀଶ ।

ସେପଟେ, ତାଙ୍କ ଉପରେ ଲଗାଯାଇଥିବା ଆରୋପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ କରି ସମାଲୋଚନା କରିଛନ୍ତି କ୍ରିକେଟର । ସେ କହିଛନ୍ତି, ଆପ ଏସବୁ କେବଳ ନିର୍ବାଚନ ପାଇଁ କରୁଥିବା ବେଳେ କେଜ୍ରିୱାଲ ଏତେ ତଳକୁ ଖସିଯିବେ ବୋଲି ସେ କେବେ ଭାବି ନଥିଲେ। ଏପରିକି ତାଙ୍କୁ ଏଭଳି ଅପମାନ କରିଥିବାରୁ ଆପ ପକ୍ଷରୁ ତାଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଉ ବୋଲି ସେ କହିଛନ୍ତି ।

ଆଉ ଯଦି ଆପଣଙ୍କ ପାଖରେ ପ୍ରମାଣ ଅଛି ତେବେ ନିର୍ବାଚନ ଜିତି ଥିଲେ ମଧ୍ୟ ଦଳରୁ ଇସ୍ତଫା ଦେବେ ବୋଲି ଗୋତମ ଗମ୍ଭୀର କହିଛନ୍ତି । ଏଭଳି ଅଭିଯୋଗ ମାଧ୍ୟମରେ ଆପଣ କାହାର ଛବିକୁ ଖରାପ କରିପାରିବେ ନାହିଁ । ତାଙ୍କ ଘରେ 5 ଜଣ ମହିଳା ଅଛନ୍ତି, ତେଣୁ ସେ ବେଶ ଜାଣନ୍ତି ସାମ୍ମାନ କିପରି ଦିଆଯାଏ ।

Slug-ଫୋନି ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

Format - AVB

Place-khurda,7.5.19

Visual-mojo

ଆଙ୍କର : ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ ଭୁପିନ୍ଦେର ସିଂ ପୁନିଆ ଯୋଗଦାନ କରି ତୁରନ୍ତ ଦାଇତ୍ଵ ଗ୍ରହଣ କଲାପରେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଫୋନି ବାତ୍ୟା ସମ୍ପର୍କୀତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ବର୍ତମାନ ସୁଦ୍ଧା ଉଦ୍ଧାର, ଥଇଥାନ, ରିଲିଫ ଯୋଗାଣ, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ ଉପରେ ଜିଲ୍ଲାପାଳ ପୁନିଆ ଗୁରୁତ୍ୱ ଦେଇଥିଲେ । ଏହି ଉଚ୍ଚସ୍ତରୀୟ ବୈଠକରେ ତାଙ୍କ ସହିତ ଫୋନି ବାତ୍ୟା ପାଇଁ ସ୍ୱତନ୍ତ୍ର ନିଯୁକ୍ତି ପାଇଥିବା ଭି. କିଶନ କୁମାର ମଧ୍ୟ ଯୋଗଦେଇ ତୁରନ୍ତ ରିଲିଫ ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।

ବାଇଟ1- କିଶନ କୁମାର, ସ୍ୱତନ୍ତ୍ର ଅଧିକାରୀ ଖୋର୍ଦ୍ଧା
         2-ଭୁପିନ୍ଦେର ସିଂ ପୁନିଆ,ଜିଲାପାଳ ଖୋର୍ଦ୍ଧା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.