ETV Bharat / bharat

ଶସ୍ତା ହେଉଛି ସୁଧହାର, ହେଲେ ଗ୍ରାହକ ପାଉନାହାନ୍ତି ପ୍ରଫିଟ: ଜାଣନ୍ତୁ କାହିଁକି ?

ଆରବିଆଇ ସୁଧହାର ଶସ୍ତା କଲା ପରେ ବି ବ୍ୟାଙ୍କ ଏହି ସେବା ତାର ଗ୍ରାହକଙ୍କୁ ଯୋଗାଇ ନଥାଏ । ନିଅଣ୍ଟ ଦର୍ଶାଇ ସୁଧହାର କମାଇନଥାଏ ।

author img

By

Published : Jun 7, 2019, 8:52 PM IST

Updated : Jun 7, 2019, 9:41 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ହ୍ରାସ ପାଉଛି ରେପୋରେଟ ଦର । କମୁଛି ସୁଧହାର । ଶସ୍ତା ହେଉଛି ଇଏମଆଇ । ହେଲେ ଏଥିରୁ କେତେ ପରିମାଣରେ ପ୍ରଫିଟ ପାଆନ୍ତି ଗ୍ରାହକ ? କଣ ଆରବିଆଇ ଦେଉଥିବା ସବସିଡି, ବ୍ୟାଙ୍କ ତାର ଉପଭୋକ୍ତାଙ୍କୁ ଦେଇଥାଏ । ଆଉ ଯଦି ଦିଏ , ତେବେ କେତେ ପରିମାଣରେ ? ବ୍ୟାଙ୍କ ଗୁଡିକ ସେମାନଙ୍କ ଋଣ ଗ୍ରହୀତାଙ୍କୁ କେତେ ଫାଇଦା ପହଞ୍ଚାଇଥାଏ ? ଏ ନେଇ କେତେ ଖବର ରଖିଛି ଆରବିଆଇ । ଏଭଳି ବହୁ ପ୍ରଶ୍ନ ଭିତରେ ଖୋଦ ଗ୍ରାହକ ।

ରେକର୍ଡ ମୁତାବକ 5 ବର୍ଷରେ ଆରବିଆଇ ରେପାରେଟ 2 ପ୍ରତିଶତ ହ୍ରାସ କରିସାରିଲାଣି । ହେଲେ ସେଥିରୁ ବ୍ୟାଙ୍କ ତାର ଗ୍ରାହକଙ୍କୁ ମାତ୍ର 1 ପ୍ରତିଶତ ଲାଭ ଦେଇଛି ।

ଗୁରୁବାର ଆରବିଆଇ ତୃତୀୟ ଥର ପାଇଁ ରେପୋରେଟ ଦର 25 ବେସିସ ପଏଣ୍ଟ ହ୍ରାସ କରି 5.75 ରଖିଛି । ଯାହାକି ଗତ 9 ବର୍ଷ ମଧ୍ୟରେ ଏହା ସର୍ବନିମ୍ନ । ଗଭର୍ଣ୍ଣର ହେବା ପରେ ଶକ୍ତିକାନ୍ତ ଦାସଙ୍କ ତାଙ୍କର 3ଟି ମୁଦ୍ରାନୀତି ବୈଠକ(ଏମପିସି)ରେ ରେପୋରେଟ ଦର ହ୍ରାସ କରିଚାଲିଛନ୍ତି । ତେବେ ଚଳିତ ବର୍ଷ ସେ ଦାୟିତ୍ବ ତୁଲାଇବା ପରଠୁ 0.75 ପ୍ରତିଶତ ରେପା ହ୍ରାସ କଲେଣି । ଆଉ ଏହା ପୂର୍ବରୁ ଆରବିଆଇ ଇତିହାସରେ ମଧ୍ୟ ଏପରି ମାରାଥନ ରେପୋ ହ୍ରାସ ହୋଇନଥିଲା । ତେବେ ବର୍ତ୍ତମାନର ଆର୍ଥିକ ସ୍ଥିତିକୁ ନଜରରେ ରଖି ଏମପିସି ଏଭଲି ନିଷ୍ପତ୍ତି ନେଉଛି । ହେଲେ ଏହା ଦ୍ବାରା ଗ୍ରାହକ ଏତେଟା ଫାଇଦା ପାଇପାରୁନାହାନ୍ତି ।

ଜାଣନ୍ତୁ ଏ ନେଇ କଣ କହୁଛନ୍ତି ଅର୍ଥନୀତିଙ୍କ ଓ ବ୍ୟାଙ୍କ ଅଧିକାରୀ-

ଦେଶର ବୃହତ୍ତ ସରକାରୀ ବ୍ୟାଙ୍କ ଏସବିଆଇର କହିବା ଅନୁଯାୟୀ, ଏସବୁ ଲାଭ-କ୍ଷତି ନଗଦ ଉପରେ ନିର୍ଭରଶୀଳ । ବର୍ତ୍ତମାନ ସମୟରେ ନିଅଣ୍ଟ ଚାଲିଛି । ଆଉ ଏପରି ସମୟରେ ଋଣ ଉପରେ ସୁଧ ହ୍ରାସ ଯୁକ୍ତିଯୁକ୍ତ ନୁହେଁ । ଏହି ହାର ଆଗକୁ ଆହୁରୀ କମିବ । ଯାହାର ଫାଇଦା ଗ୍ରାହକଙ୍କୁ ଦିଆଯିବ ।

ଜେନରାଲ ଇଣ୍ଡିଆର ସିଇଓ ରମେଶ ନାୟର କହିଛନ୍ତି ଯେ, ଯଦି ବ୍ୟାଙ୍କ ରେପୋରେଟ ହ୍ରାସର ଫାଇଦା ଗ୍ରାହକଙ୍କୁ ଦିଏ ତେବେ ଏହାର ପ୍ରଭାବ ପ୍ରତ୍ୟକ୍ଷ ଭାବେ ରିୟଲଇଷ୍ଟେଟେ ଉପରେ ପଡିବ । କିନ୍ତୁ ଗତ 2 ଥରେ 50 ବେସିସ ପଏଣ୍ଟ ରେପୋ ହ୍ରାସ ପରେ ବି ହୋମ ଲୋନ ସୁଧରେ କୌଣସି ପରିବର୍ତ୍ତନ ଦେଖାଦେଇନଥିଲା ।

ଇଣ୍ଡିଆ ରେଟିଙ୍କ ଓ ରିସର୍ଚ୍ଚରେ ପ୍ରିନ୍ସପାଲ ଇକୋନମିଷ୍ଟ ଡ ସୁନୀଲ ସିହ୍ନାଙ୍କ କହିବା ମୁତାବକ, ଏବେ ରୋପୋରେଟ ହାର 25 ବେସିସ ପଏଣ୍ଟ କମିଛି । ଆଗକୁ ଆହୁରୀ ହ୍ରାସ ନେଇ ଆଶା ରହିଛି । ଆଉ ଏହା ଜଳବାୟୁ ଓ ଚଳିତ ଆର୍ଥିକ ବର୍ଷର ଆର୍ଥିକ ଅଭିବୃଦ୍ଧି ଉପରେ ନିର୍ଭରଶୀଳ । ତେବେ ଯଦିଓ ବ୍ୟାଙ୍କ ସୁଧହାର ହ୍ରାସ ଉପରେ ଅମଙ୍ଗ ହେଉଥାଏ ପାରେ , ହେଲେ ଆଗକୁ ସୁଧହାରରେ ପରିବର୍ତ୍ତମ ହେଲେ ଏହା ଅର୍ଥବ୍ୟବସ୍ଥା ଉପରେ ସକରାତ୍ମକ ପ୍ରଭାବ ପକାଇବ ।

ପ୍ରକାଶ ଥାଉ ଯେ, 2018-19 ଆର୍ଥିକ ବର୍ଷର ଚତୁର୍ଥ ତ୍ରୟୋମାସ(ଜାନୁଆରୀ-ମାର୍ଚ୍ଚ) ରେ ମୋଟ ଘରୋଇ ଉତ୍ପାଦ(ଜିଡିପି) 5.8 ପ୍ରତିଶତକୁ ଖସିଯାଇଛି । ଯାହାକି 5 ବର୍ଷର ରେକର୍ଡ ଭାଙ୍ଗି ସର୍ବୋନିମ୍ନ ସ୍ତରରେ ପହଞ୍ଚିଛି । ଏପଟେ ପଳାତକ କୋଟିପତିଙ୍କ ଲିଷ୍ଟ ଲମ୍ବା ଥିବାରୁ ବ୍ୟାଙ୍କ ମଧ୍ୟ ଏନପିଏ ଭାବେ ବୁଡିବାକୁ ବସିଛି । ଏଥିସହ ବିଶ୍ବ ବଜାରରେ ମାନ୍ଦାବସ୍ତା। ଅଭିବୃଦ୍ଧି ହ୍ରାସ ଆଶଙ୍କା ଆଦି ଯୋଗୁଁ RBI ତାର ଆସନ୍ତା ମୁଦ୍ରାନୀତି ସମୀକ୍ଷାରେ ରେପୋହାରକୁ କମାଇଚାଲିଛି । ଯାହା ଫଳରେ ଗ୍ରାହକଙ୍କୁ ସୁଧ ହାରରୁ ଆଶ୍ବସ୍ତି ମିଳିପାରିବ। ହେଲେ ବାସ୍ତବ ସ୍ଥିତି କିନ୍ତୁ ଓଲଟା ରହିଛି ।

Intro:Body:

rwey

Conclusion:
Last Updated : Jun 7, 2019, 9:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.