ETV Bharat / bharat

ସ୍ବାମୀର ହତ୍ୟା ଅଭିଯୋଗରେ ସ୍ତ୍ରୀ ଗିରଫ, 500 କୋଟି ଦୁର୍ନୀତିରେ ସମ୍ପୃକ୍ତ ଥିଲେ ଦମ୍ପତି - 500 crore scam

500 କୋଟି ଟଙ୍କା ଦୁର୍ନୀତିରେ ମେଲାଙ୍ଗେ ସୁକନ୍ୟା ଏବଂ ସ୍ବାମୀ ମେଲାଙ୍ଗେ ଜନ୍ ପ୍ରଭାକରନଙ୍କୁ ପୂର୍ବରୁ ସିଆଇଡି ଗିରଫ କରିଥିଲା । ଉଭୟ ଜାମିନରେ ଥିଲେ।

ହତ୍ୟା
ହତ୍ୟା
author img

By

Published : Jun 29, 2020, 4:00 PM IST

ହାଇଦ୍ରାବାଦ: ସ୍ବାମୀକୁ ହତ୍ୟା କରିବା ଅଭିଯୋଗରେ ତାମିଲନାଡୁର ଜଣେ ମହିଳାଙ୍କୁ ମାଲକାଜଗିରି ପୋଲିସ ଗିରଫ କରିଛି । ତେବେ ଉଭୟ ଦମ୍ପତି ତାମିଲନାଡୁରେ 500 କୋଟି ଟଙ୍କା ଦୁର୍ନୀତିରେ ସମ୍ପୃକ୍ତ ଥିବା ଜଣାପଡିଛି ।

ଏହି ଦୁର୍ନୀତିରେ ମେଲାଙ୍ଗେ ସୁକନ୍ୟା ଏବଂ ସ୍ବାମୀ ମେଲାଙ୍ଗେ ଜନ୍ ପ୍ରଭାକରନଙ୍କୁ ପୂର୍ବରୁ ସିଆଇଡି ଗିରଫ କରିଥିଲା । ଉଭୟ ଜାମିନରେ ଥିଲେ। ତେବେ ପ୍ରଭାକରନ୍ କିଛି ସମୟରୁ ହାଇଦ୍ରାବାଦରେ ରହୁଥିବାବେଳେ ସୁକନ୍ୟା ଜୁନ୍ 15 ରେ ତାଙ୍କୁ ସାକ୍ଷାତ କରିବାକୁ ହାଇଦ୍ରାବାଦ ଆସିଥିଲେ । ତେବେ ପ୍ରଭାକରନ୍ ଏଠାରେ ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିବାରୁ ସୁକନ୍ୟାଙ୍କୁ ସେଠାରୁ ପଳାଇବାକୁ ଧମକ ଦେଇଥିଲେ । ଏଥିରେ ରାଗିଯାଇ ସୁକନ୍ୟା ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିବା ପୋଲିସ ପକ୍ଷରୁ ଜଣାପଡିଛି ।

ସେପଟେ ପ୍ରଭାକରନଙ୍କ ମୃତଦେହ ମିଳିବା ପରେ ସୁକନ୍ୟା ପ୍ରଥମେ ପୋଲିସକୁ କହିଥିଲେ ଯେ, ସେ ପକ୍ଷାଘାତ ରୋଗରେ ପୀଡିତ ଥିଲେ ଏବଂ ନିଦ୍ରାରେ ତାଙ୍କର ମୃତ୍ୟୁ ଘଟିଛି । କିନ୍ତୁ ପୋଲିସକୁ ଏଥିରେ ସନ୍ଦେହ ହେବାରୁ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରବର୍ତ୍ତୀ ପଚରାଉଚରା ପରେ ନିଜ ସ୍ବାମୀକୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ ସୁକନ୍ୟା ।

2012 ରେ ତାମିଲନାଡୁ ପୋଲିସ ପ୍ରଭାକରନଙ୍କୁ 500 କୋଟି ଟଙ୍କାର ପଲିସି ଠକେଇ ରାକେଟରେ ଗିରଫ କରିଥିଲା ​​। ଏହାପରେ 2013 ରେ ସୁକନ୍ୟାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ପ୍ରଭାକରନ୍ କିଛି ମାସ ପରେ ଜାମିନ ପାଇବାରେ ସଫଳ ହୋଇଥିଲେ, କିନ୍ତୁ ସୁକନ୍ୟାଙ୍କୁ 2018 ପର୍ଯ୍ୟନ୍ତ କାରାଗାରରେ ରଖାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.