ETV Bharat / bharat

ମହିଳା ପଶୁ ଡାକ୍ତରଙ୍କ ହତ୍ୟା ଘଟଣା, ତେଲେଙ୍ଗାନା ଗୃହମନ୍ତ୍ରୀଙ୍କ ବିବାଦୀୟ ବୟାନ - ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ରାଜ୍ୟର ଗୃହମନ୍ତ୍ରୀ ମହମ୍ମଦ ମହମ୍ମୁଦ ଅଲ୍ଲୀ ବିବାଦୀୟ ବାୟନ ହେଇଛନ୍ତି । ଭଉଣୀକୁ ଫୋନ ନକରି 100 ନମ୍ବରକୁ ଫୋନ କରିଥିଲେ ମହିଳା ଜଣକ ଜୀବନ ବଞ୍ଚିଯାଇଥାନ୍ତା ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

Telangana murdered vet
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 29, 2019, 9:30 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଭଳି ଚାଞ୍ଚଲ୍ୟକର ଘଟଣାକୁ ନେଇ ରାଜ୍ୟର ଗୃହମନ୍ତ୍ରୀ ମହମ୍ମଦ ମହମ୍ମୁଦ ଅଲ୍ଲୀ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ମୃତ ମହିଳା ଡାକ୍ତର ଶିକ୍ଷିତା ଥିଲେ। । ତେଣୁ ମହିଳା ଜଣଙ୍କୁ ନିଜ ଭଉଣୀକୁ ନୁହେଁ ବରଂ ପ୍ରଥମେ ପୋଲିସକୁ ଫୋନ କରିବାର ଆବଶ୍ୟକ ଥିଲା ।

ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମ୍ମୁଦ ଅଲ୍ଲୀ କହିଛନ୍ତି ଯେ ଏ ଘଟଣାକୁ ନେଇ ଆମେ ଦୁଃଖିତ । ମହିଳା ଜଣକ ଶିକ୍ଷିତ ହୋଇଥିବା ସତ୍ତ୍ବେ ପ୍ରଥମେ 100 ନମ୍ବରକୁ ଫୋନ ନ କରି ନିଜ ଭଉଣୀକୁ ଫୋନ କରିଥିଲେ । 100 ନମ୍ବରକୁ ଫୋନ କରିଥିଲେ ମହିଳା ଜଣକ ଜୀବନ ବଞ୍ଚିଯାଇଥାନ୍ତା ବୋଲି ଅଲ୍ଲୀ ପ୍ରତିକ୍ରିୟା ଦେଇଛନ୍ତି ।

ତେଲେଙ୍ଗାନା ଗୃହମନ୍ତ୍ରୀଙ୍କ ଏହି ବୟାନ ସମ୍ନାକୁ ଆସିବା ପରେ ଏହା ବିବାଦୀୟ ହୋଇଛି । ଏହାପରେ ଗୃହମନ୍ତ୍ରୀ ନିଜ ବୟାନ ଉପରେ ସ୍ପଷ୍ଟିକରଣ ଦେଇଛନ୍ତି । ଘଟଣାରେ ଦୁଖ ପ୍ରକାଶ କରିବା ସହ ମୃତ ମହିଳାଙ୍କ ନିଜ ଝିଅ ପରି ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ଅଭିଯୁକ୍ତଙ୍କୁ କଡା ଦଣ୍ଡ ଦିଆଯିବା ନେଇ ମନ୍ତ୍ରୀ ମହମ୍ମଦ ପ୍ରତିକ୍ରିୟା ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.