ETV Bharat / bharat

ଦକ୍ଷିଣପୂର୍ବ ଏସିଆ ପାଇଁ 19 ଲକ୍ଷ ନର୍ସ ଓ ଧାଇ ଆବଶ୍ୟକ: WHO - କୋରୋନା ମୁକାବିଲା

ଭାରତ ସମେତ ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ଦେଶଗୁଡିକ 2030 ସୁଦ୍ଧା ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ 19ଲକ୍ଷ ନର୍ସ ଏବଂ ଧାଇ ଆବଶ୍ୟକତା ରହିଛି ବୋଲି କହିଛି 'ହୁ' । କୋରୋନାଭାଇରସ୍ ମହାମାରୀ ଦର୍ଶାଇଛି ଯେ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ନର୍ସମାନେ କେତେ ଗୁରୁତ୍ବପୂର୍ଣ୍ଣ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 8, 2020, 8:31 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀର ଭୟାଭହତାରେ ବିଶ୍ବବାସୀ ଭୟାକ୍ରାନ୍ତ । କୋରୋନା ଭାଇରସର ବିସ୍ତାର ପରେ ଅନେକ ଦେଶର ସ୍ବାସ୍ଥ୍ୟବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଏବେ ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଆକଳନ । ଭାରତ ସମେତ ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ଦେଶଗୁଡିକ 2030 ସୁଦ୍ଧା ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ 19ଲକ୍ଷ ନର୍ସ ଏବଂ ଧାଇ ଆବଶ୍ୟକତା ରହିଛି ବୋଲି କହିଛି 'ହୁ' । କୋରୋନାଭାଇରସ୍ ମହାମାରୀ ଦର୍ଶାଇଛି ଯେ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ନର୍ସମାନେ କେତେ ଗୁରୁତ୍ବପୂର୍ଣ୍ଣ।

2018 ସୁଦ୍ଧା, WHO ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ 35ଲକ୍ଷ ନିୟୁତ ନର୍ସ ଏବଂ ଧାଇ ଥିଲେ । ୧୦, ୦୦୦ ଜନସଂଖ୍ୟାରେ ଏହା ମାତ୍ର 18ଜଣରରେ ସୀମିତ ରହିଥିଲା | ଯେତେବେଳେ କି 2014 ରେ ଏହି ସଂଖ୍ୟା 29 ଲକ୍ଷ ଥିଲା ଏବଂ ହାରାହାରି 10,000 ଜନସଂଖ୍ୟାରେ 16 ନର୍ସ ଏବଂ ଧାଇ ଥିଲେ | WHO ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ପୁନମ କ୍ଷେତ୍ରପାଲ ସିଂ ମଙ୍ଗଳବାର ଦିନ ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ କହିଛନ୍ତି ଯେ ଏବେ ଅଗ୍ରଗତି ହୋଇଛି, କିନ୍ତୁ ଅଧିକ କାମ କରିବା ଆବଶ୍ୟକ ରହିଛି ।

ସେ କହିଛନ୍ତି, ଆଞ୍ଚଳିକ ହାରାହାରି ନର୍ସଙ୍କ ଅନୁପାତ ବିଶ୍ବ ତୁଳନାରେ କମ ରହିଛି । ପ୍ରତି 10,000 ଜନସଂଖ୍ୟାରେ 37 ନର୍ସ ରହିଛନ୍ତି । ବିଶ୍ବସ୍ତରରେ 10,000 ଜନସଂଖ୍ୟାରେ ସର୍ବନିମ୍ନ 40 ନର୍ସ ଆବଶ୍ୟକ | 2030 ସୁଦ୍ଧା ଏହି ଅଞ୍ଚଳରେ 19 ଲକ୍ଷରୁ ଅଧିକ ନର୍ସ ଏବଂ ଧାଇ ମଧ୍ୟ ଆବଶ୍ୟକ ହେବେ। ଏହି ପଦବୀ ପୂରଣ ପାଇଁ ମଙ୍ଗଳବାର ପ୍ରକାଶିତ ରାଜ୍ୟ ନର୍ସିଂ ରିପୋର୍ଟରେ ପ୍ରମୁଖ କ୍ଷେତ୍ରଗୁଡିକ ଉପରେ ଆଲୋକପାତ କରାଯାଇଛି ଯାହା ଦେଶ ଉପରେ ଧ୍ୟାନ ଦେବା ଆବଶ୍ୟକ।

ଖେତ୍ରପାଲ ସିଂ କହିଛନ୍ତି, ଆମକୁ ନର୍ସଙ୍କ ସଂଖ୍ୟା ବୃଦ୍ଧି କରିବା ଏବଂ ନର୍ସିଂ ଶିକ୍ଷାରେ ଉନ୍ନତି ଆଣିବା ଆବଶ୍ୟକ । ଆମକୁ ନର୍ସମାନଙ୍କ ପାଇଁ ଚାକିରୀ ସଂଖ୍ୟାରେ ଉନ୍ନତି ଆଣିବା ଆବଶ୍ୟକ । WHO ର ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ 11 ଟି ଦେଶ ଅଛି । ଏଥିରେ ଇଣ୍ଡୋନେସିଆ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ତିମୋର-ଲେଷ୍ଟ, ବାଂଲାଦେଶ, ଭୁଟାନ, ଡେମୋକ୍ରାଟିକ୍ ପିପୁଲ୍ସ ରିପବ୍ଲିକ୍ ଅଫ୍ କୋରିଆ, ଭାରତ, ମାଲଦ୍ବୀପ ଅନ୍ତର୍ଭୁକ୍ତ |

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.