ETV Bharat / bharat

କିଏ ଆଗ ଆସିଛି: ମଣିଷ ନା ଭୂତାଣୁ - ନୋଭେଲ୍‌ କୋରୋନା ଭାଇରସ୍

ଭୂତାଣୁର ନିଜସ୍ଵ ମସ୍ତିଷ୍କ ନାହିଁ, କି କୌଣସି ଶରୀର । ସେମାନେ କେବେ ନିଜକୁ ଏକ ସ୍ଥିର ଅବସ୍ଥାରେ ରଖିପାରନ୍ତି ନାହିଁ । କିନ୍ତୁ ସେମାନେ ହଜାର ହଜାର କ’ଣ ଲକ୍ଷ ଲକ୍ଷ ସଂଖ୍ୟାରେ ନିଜର ବଂଶ ବିସ୍ତାର ବା ଅଭିବୃଦ୍ଧି କରିପାରନ୍ତି । ଏହି ସିରିଜ୍‌ରେ ଏକ ନୂଆ ସଂଯୋଗ ହେଉଛି ନୋଭେଲ୍‌ କୋରୋନା ଭାଇରସ୍‌ । ସୃଷ୍ଟିର ଆରମ୍ଭରୁ ମାନବ ସମାଜ ଭୂତାଣୁ ବିରୁଦ୍ଧରେ ଲଢେଇ କରୁଛି ।

who-came-first-humans-or-viruses
କିଏ ଆଗ ଆସିଛି: ମଣିଷ ନା ଭୂତାଣୁ
author img

By

Published : Apr 25, 2020, 12:17 PM IST

ଭୂତାଣୁର ନିଜସ୍ଵ ମସ୍ତିଷ୍କ ନାହିଁ, କି କୌଣସି ଶରୀର । ସେମାନେ କେବେ ନିଜକୁ ଏକ ସ୍ଥିର ଅବସ୍ଥାରେ ରଖିପାରନ୍ତି ନାହିଁ । କିନ୍ତୁ ସେମାନେ ହଜାର ହଜାର କ’ଣ ଲକ୍ଷ ଲକ୍ଷ ସଂଖ୍ୟାରେ ନିଜର ବଂଶ ବିସ୍ତାର ବା ଅଭିବୃଦ୍ଧି କରିପାରନ୍ତି । ଏହି ସିରିଜ୍‌ରେ ଏକ ନୂଆ ସଂଯୋଗ ହେଉଛି ନୋଭେଲ୍‌ କୋରୋନା ଭାଇରସ୍‌ । ସୃଷ୍ଟିର ଆରମ୍ଭରୁ ମାନବ ସମାଜ ଭୂତାଣୁ ବିରୁଦ୍ଧରେ ଲଢେଇ କରୁଛି । ଆମ ପୂର୍ବ ପୁଷଙ୍କ ସମୟରେ ଯେତେବେଳେ ସେମାନେ ଶୀକାର କରି ଚଳୁଥିଲେ ଅଥବା କାଳକ୍ରମେ କୃଷି, ପ୍ରାଣୀପାଳନ କରିବା ସମୟଠୁ ଆରମ୍ଭ କରି ଆଜି ଯାଏଁ ଆମେ ଅନେକ ପାଥୋଜେନ୍‌ଙ୍କ ସଂସ୍ପର୍ଶରେ ଆସୁଛୁ । ଯେତେବେଳେ ଲୋକ ସଂଖ୍ୟା ଅଧିକରୁ ଅଧିକ ହୋଇ ଚାଲିଲା, ଯାଯାବର ବୁଲୁଥିବା ଲୋକେ ପରିବାର, ସମାଜ ଅଥବା ଗୋଷ୍ଠୀରେ ରହିଲେ ପାଥୋଜେନ୍‌ଙ୍କ ସଂଖ୍ୟା ସେମିତି ବଢ଼ିଚାଲିଲା । କହିବାକୁ ଗଲେ ସେମାନଙ୍କର ଅଧିକରୁ ଅଧିକ ଧରାବତରଣ ହେଲା। ଏଚ୍‌୧ଏନ୍‌୧, ସାର୍ସ, ଏଚ୍‌ଆଇଭି, କୋଭିଡ୍‌-୧୯ ଏସବୁ ଭୂତାଣୁ ପ୍ରାଣୀଙ୍କ ଶରୀରରୁ ମାନବ ଶାରୀରକୁ ସ୍ଥାନାନ୍ତର ହୋଇଛନ୍ତି ।

ଅନେକ ସମୟରେ ଏହି ଭୂତାଣୁ ସମ୍ବନ୍ଧରେ ଭିନ୍ନ ଭିନ୍ନ ବୈଜ୍ଞାନିକ ଗୋଷ୍ଠୀ ଭିନ୍ନ ଭିନ୍ନ ମତ ଦେଇଥାଆନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ବୈଜ୍ଞାନିକ ଏହା କହୁଥିଲେ ଯେ ଭୂତାଣୁ ଗୁଡିକ ହେଉଛନ୍ତି ଗୋଟିଏ ଗୋଟିଏ ଜୈବ ରସାୟନ ପରିଣାମ । ପୂର୍ବେ ଗ୍ରୀକ୍‌ ଓ ରୋମାନ୍‌ ଲୋକେ ଭୂତାଣୁ ବାୟୁ ପ୍ରଦୂଷଣ ହେତୁ ଜନ୍ମ ଓ ବ୍ୟାପକ ହେଉଥିବା ମତ ଦେଇଥିଲେ। ଅଷ୍ଟାଦଶ ଶତାବ୍ଦୀରେ ମଶା ଦ୍ଵାରା ବ୍ୟାପୁଥିବା ୟେଲୋ ଫିଭର ପାଇଁ ଲୋକେ ପଚାଶଢ଼ା କଫି ମଞ୍ଜିକୁ ଦାୟୀ କରିଥିଲେ। ସପ୍ତାଦଶ (୧୭) ଶତାବଦୀ ବେଳକୁ ଯେତେବେଳେ ମାଇକ୍ରୋସ୍କୋପର ଉଦ୍ଭାବନ ହେଲା ସେତେବେଳେ, ବୈଜ୍ଞାନିକମାନେ ଏହି ଅଣୁଜୀବମାନଙ୍କ ବିଷୟରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ ଲାଗି ଗବେଷଣା ଆରମ୍ଭ କଲେ। ପ୍ରଥମ କରି ଜୀବାଣୁ ଆବିଷ୍କାର କରାଗଲା । ଉନ୍ନବିଂଶ ଶତାବ୍ଦୀରେ ଲୋକଙ୍କ ଭିତରେ ବ୍ୟାପୁଥିବା ରାବିଜ୍‌ ରୋଗ ବାବଦରେ ବୈଜ୍ଞାନିକ ମାନେ ତଥ୍ୟ ଦେଲେ । ଏହି ରୋଗ ଜୀବାଣୁଠାରୁ କ୍ଷୁଦ୍ର ମାଇକ୍ରୋବ୍‌ ବା ଅଣୁଜୀବ ଦ୍ଵାରା ବ୍ୟାପୁଥିବା ପ୍ରକାଶ କଲେ । ଭୂତାଣୁର ପ୍ରଥମ ଆବିଷ୍କାର ଜଣେ ଋଷ ଉଦ୍ଭିଦବିତ୍‌ ମିଟ୍ରି ଇଭାନୋଭସ୍କିଙ୍କ ଦ୍ଵାରା ସମ୍ଭବ ହୋଇଥିଲା । ପରେ ସେ ଭାଇରୋଲୋଜି (ଭୁତାଣୁବିଜ୍ଞାନ)ର ଜଣେ ପ୍ରତିଷ୍ଠାତା ଭାବେ ଜଣା ଯାଆନ୍ତି। ୧୮୯୨ ମସିହାରେ ପ୍ରଥମ

ଭୂତାଣୁ ଭାବେ ସେ ଯାହାକୁ ଆବିଷ୍କାର କରିଥିଲେ ତାହାର ନାଁ ହେଲା ଟବାକୋ ମୋଜାଇକ୍‌ ଭାଇରସ୍‌। ଏହା ପରେ ୧୯୩୫ ମସିହାରେ ଓ୍ବେଣ୍ଡେଲ୍‌ଏମ୍‌ଷ୍ଟାନ୍‌ଲେ ଟବାକୋ ମୋଜାଇକ୍‌ ଭାଇରସ୍‌ ( ଟିଏମ୍‌ଭି)ର ପରିବାର ବାବଦରେ ଅନୁଶୀଳନ କରିବା ଲାଗି କ୍ରିଟାଲାଇଜେସନ୍‌ ଟେକ୍‌ନିକ୍‌ ବ୍ୟବହାର କରିଲେ । ୧୯୪୦ ମସିହାରେ ଇଲେକ୍ଟ୍ରନ୍‌ ମାଇକ୍ରୋସ୍କୋପ୍‌ ଉଦ୍ଭାବନ ପରେ ବୈଜ୍ଞାନିକମାନଙ୍କୁ ଭୁତାଣୁ ସମ୍ପର୍କରେ ଗବେଷଣା ଓ ଅଧିକ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ସହଜ ହୋଇପାରିଲା ।

ଭୂତାଣୁମାନଙ୍କର ଗଠନକୁ ଅନୁଧ୍ୟାନ କରି ବୈଜ୍ଞାନିକମାନେ ଦର୍ଶାଇଛନ୍ତି ଯେ, ଏହା ନ୍ୟୁକ୍ଳିକ୍‌ ଏସିଡ୍‌ ଜିନୋମ୍‌ ଦ୍ଵାରା ଗଠିତ। ପୁଣି ଏହି ଜିନୋମ୍‌ ଉପରେ ଏକ ପ୍ରୋଟନ୍‌ ଜିନୋମ୍‌ ଆବରଣ ଥାଏ । ସେମାନେ ଜୀବାଣୁଠୁ ଅନେକ ଛୋଟ । ଏପରିକି ୧୦୦ କି ୧୦୦୦ଅଂଶ କ୍ଷୁଦ୍ର। ସେମାନେ ବଞ୍ଚି ରହିବା ପାଇଁ ଅନ୍ୟର ସାହାରା ଖୋଜନ୍ତି । ଆଉ ଏହି ସାହାରା ଉଦ୍ଭିଦ ହୋଇପାରେ ବା ପ୍ରାଣୀ ଅଥବା ମଣିଷ। ଯେହେତୁ ସେମାନେ ନିଜେ ବଞ୍ଚି ପାରନ୍ତି ନାହିଁ, ସେମାନଙ୍କ ଦ୍ଵାରା ଖାଦ୍ୟରୁ ଶକ୍ତି ସଂଗ୍ରହ କରିବା ସମ୍ଭବ ହୋଇ ନଥାଏ, ସେଥିଲାଗି ଅନେକ ବୈଜ୍ଞାନିକ ଏମାନଙ୍କୁ ସଜୀବ ଭାବେ ଗ୍ରହଣ କରନ୍ତି ନାହିଁ। କିନ୍ତୁ ସେମାନଙ୍କ ଶରୀରରେ ଡିଏନ୍‌ଏ ବା ଆର୍‌ଏନ୍‌ଏ ଥାଏ । ଏଣୁ ସେମାନଙ୍କୁ ଏକ ସ୍ଵତନ୍ତ୍ର ଶ୍ରେଣୀର ଅଣୁଜୀବ ଭାବେ ଗ୍ରହଣ କରାଯାଇଥାଏ। ଏକ ଉପଯୁକ୍ତ ରହିବା ସ୍ଥାନ ବାଛିବା ଲାଗି ସେମାନେ ଯେଉଁ ଜୀବ ବା ଉଦ୍ଭିଦରେ ରହନ୍ତି ତାହାର କୋଷିକାକୁ ଏକ ପ୍ରକାର ଅପହରଣ କରି ନିଅନ୍ତି । ସମ୍ପୃକ୍ତ ଶରୀରରେ ସେମାନେ ଖୁବ୍‌ ଜଲ୍‌ଦି ନିଜର ଅନୁରୂପ ସବୁକୁ ବହୁ ସଂଖ୍ୟାରେ ପ୍ରସ୍ତୁତ କରି ରହୁଥିବା ଜୀବର କୋଷିକାକୁ ନଷ୍ଟ କରି ଚାଲନ୍ତି। ଏହାଦ୍ଵାରା ଯେଉଁ ଅଙ୍ଗରେ ସଂକ୍ରମଣ ହୋଇଥାଏ ତାହା ସେଠାରେ ସୀମିତ ନରହି ଅନ୍ୟ ଅଂଶକୁ ବ୍ୟାପିଥାଏ । ଏହାଦ୍ଵାରା

ସମ୍ପୃକ୍ତ ଶରୀରଟି ରୋଗାଗ୍ରସ୍ତ ହୋଇଥାଏ । ସେମାନେ ପାଣିରେ ବି ବଞ୍ଚିପାରନ୍ତି । ଏହି ଭୁତାଣୁସବୁ ଗୋଟିଏ ମଣିଷରୁ ଅନ୍ୟ ମଣିଷର ଶରୀରକୁ ସଂଚରଣ ବି ହୋଇଥାଆନ୍ତି। ଦୁଇଟି ଶରୀର ହାତ ମିଳାଇବା ଦ୍ଵାରା, କାଶିବା, ଛିଙ୍କିବା ଦ୍ଵାରା ଭୁତାଣୁ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ବ୍ୟାପିଥାଏ । ଥଣ୍ଡା ଓ ଶୁଷ୍କ ପରିବେଶରେ ସେମାନେ ଅଧିକ ଦିନ ଯାଏ ବଞ୍ଚିପାରନ୍ତି । ଇବୋଲା ଭୂତାଣୁ ସଂକ୍ରମିତରୋଗୀର ରକ୍ତ, ମଳ,ମୂତ୍ର ବା ଲାଳରୁ ଅନ୍ୟ ଶରୀରକୁ ବ୍ୟାପିଥାଏ । ଡେଙ୍ଗୁ, ଚିକୁନ୍‌ଗୁନିଆ, ଜାଇକା ଏବଂ ଓ୍ବେଷ୍ଟ ନାଇଲ୍‌ ଭାଇରସ ମଶାଙ୍କ ଦ୍ଵାରା ବ୍ୟାପିଥାଏ ।

ଯେତେବେଳେ କୌଣସି ଭୂତାଣୁର ଜେନେଟିକ୍‌ ଅଂଶ ଶରୀର ଭିତରେ ପ୍ରବେଶ କରେ ସେତେବେଳେ ତାହା ସମ୍ପୃକ୍ତ ଶରୀରରେ ଖୁବ୍‌ ଶୀଘ୍ର ନିଜର ବଂଶ ବିସ୍ତାର କରିଥାଏ । କିଛି ଘଣ୍ଟା ଭିତରେ ଏହା ସମଗ୍ର ଶରୀରକୁ ବି ସଂଚରିତ ହୋଇପାରେ। ପୁଣି ଏହି ସଂଚରଣ କେତେ କ୍ଷୀପ୍ର ହେବ ତାହା ସମ୍ପୃକ୍ତ ଶରୀର ଉପରେ ହିଁ ନିର୍ଭର କରିଥାଏ । ଏହି ସଂକ୍ରମଣକୁ ରୋକିବା ଲାଗି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବିଶେଷ ସହାୟକ ହୋଇଥାଏ । ଅଥବା ତାକୁ ଔଷଧ ଏବଂ ଟୀକାକରଣ ଦ୍ଵାରା ରୋକାଯାଇପାରିବ। କେହି କେହି ବିଶେଷଜ୍ଞ ଏହା ମଧ୍ୟ କହନ୍ତି ଯେ, ମୃତ କୋଷିକାରୁ ହିଁ ଭୂତାଣୁ ଜନ୍ମ ନେଇଥାଆନ୍ତି । କିନ୍ତୁ ଅନ୍ୟ ବିଶେଷଜ୍ଞମାନେ ଏହା ବି କହନ୍ତି ଯେ, ମଣିଷ ଶରୀରର ସୃଷ୍ଟି ପୂର୍ବରୁ ଭୂତାଣୁ ବିଶ୍ଵରେ ରହିଥିଲେ । ଯେଉଁମାନେ ବଡ ଭୂତାଣୁ ସେମାନେ ତିଷ୍ଠିବା ପାଇଁ କୌଣସି ଅନ୍ୟ ଶରୀର ବା କୋଷିକା ଅବାଶ୍ୟକ କରନ୍ତି ନାହିଁ । ସେମାନେ ନିଜେ ବଞ୍ଚିପାରନ୍ତି । କେହି କେହି ଏହା ବି କହନ୍ତି ଯେ, ଏହି ଭୂତାଣୁମାନଙ୍କ ଠାରୁ ସୃଷ୍ଟି ଜନ୍ମ ନେଇଛି । କୁହାଯାଏ ଯେ, ଜୀବମଣ୍ଡଳରେ ଅନ୍ୟ ଜୀବଙ୍କ ସୃଷ୍ଟି ଲାଗି ଏହି ଭୂତାଣୁମାନେ କାରକ ହୋଇଛନ୍ତି । ଅର୍ଦ୍ଧାଧିକ ଜୀବଙ୍କ ଡିଏନ୍‌ଏ ଭାଇରସ୍‌ମାନଙ୍କ ଡିଏନ୍‌ଏରୁ ଆସିଥିବା କୁହାଯାଏ । ଆମ ପୂର୍ବପୁରୁଷଙ୍କ ସ୍ପର୍ମ ଓ ଓଭାରେ ପ୍ରବେଶ କରି ସେମାନେ କାଳକ୍ରମେ ଆମ ଡିଏନ୍‌ଏର ଅଂଶ ବିଶେଷ ହୋଇଛନ୍ତି । କିନ୍ତୁ ସେହି ପ୍ରାଚୀନ କାଳର ଭୂତାଣୁରୁ ଅନେକ ଏବେ ଉଭାନ ହୋଇ ସାରିଲେଣି ।

ଭାଇରସ୍‌ ଶବ୍ଦଟି ଲାଟିନ୍‌ ଶବ୍ଦ ଭାଇରଲେଣ୍ଟସ୍‌ରୁ ଆସିଛି । ଏହାର ଅର୍ଥ ପଙ୍କିଳ ତରଳ ବା ବିଷଜାତୀୟ ପଦାର୍ଥ । ଉନ୍ନବିଂଶ ଶତାବ୍ଦୀରେ ଯାହା ଲୋକଙ୍କୁ ମରଣଆଡ଼କୁ ଠେଲି ନେଉଥିଲା ସେହି ରୋଗକୁ ଭୁତାଣୁ ଜନିତ ରୋଗ ବୋଲି ଆଖ୍ୟା ଦିଆଯାଉଥିଲା । ଏବେ ଗବେଷଣାରୁ ଜଣାପଡ଼ିଛି ଯେ, ଏକ ସରଳ ଭୁତାଣୁକୁ ଆମେ ବୈଜ୍ଞାନିକ ପରୀକ୍ଷାଗାରରେ ମଧ୍ୟ ସୃଷ୍ଟି କରିପାରିବା । ଜେନେଟିକ୍‌ ମ୍ୟାଟେରିଆଲ, କ୍ୟାପ୍‌ସିଡ୍‌, ପ୍ରୋଟିନ୍‌କୁ ପାଣିରେ ମିଶାଇ କେହି ଜେଣ ଅନୁକୂଳ ପରିବେଶରେ ଏହାକୁ ପରୀକ୍ଷାଗାରରେ ଜନ୍ମ ଦେଇପାରିବ । ଦୁର୍ଭାଗ୍ୟ ଏହା ଯେ, ମଣିଷ ସମାଜକୁ ଭୁତାଣୁଙ୍କ ସହ ରହିବାକୁ ହେବ। ଭୂତାଣୁ ଓ ଭୂତାଣୁଜନିତ ରୋଗକୁ ପଢ଼ିବା ପାଇଁ ଭୂତାଣୁ ବିଜ୍ଞାନ ନାମକ ଏକ ସ୍ଵତନ୍ତ୍ର ବିଭାଗ ରହିଛି । ବିଶେଷକରି ଯେଉଁ ଭୂତାଣୁ ମଣିଷର ହାନି ପହଞ୍ଚାଏ ତାହା ବିଷୟରେ ଏହି ବିଭାଗର ବିଶେଷଜ୍ଞମାନେ ଗବେଷଣା କରି ତାହାର ପ୍ରତିକାର ଜଣାଇ ଥାଆନ୍ତି । ଏହିକ୍ରମରେ ପୋଲିଓ, ବସନ୍ତ, ରୁବେଲା ଭଳି ରୋଗର ନିରାକରଣ ପାଇଁ ଟୀକା ଉଦ୍ଭାବନ କରାଯାଇଛି। ଏହି ପ୍ରକାର ଭୂତାଣୁ ସମ୍ପୃକ୍ତ ଭୂତାଣୁ ସଂକ୍ରମଣଠାରୁ ଲୋକମାନଙ୍କୁ ସୁରକ୍ଷିତ ରଖିବାରେ ସହାୟକ ହୋଇଥାଏ । କିନ୍ତୁ ଦିନକୁ ଦିନ ନୂଆ ଭୁତାଣୁ ଜନ୍ମ ନେବା ଏବଂ ଏହାର ଇତିହାସ ଓ ବୈଜ୍ଞାନିକ ଗଠନ ଏହା ସୂଚାଇଦେଉଛି ଯେ, ଯେତେବେଳଯାଏ ମାନବ ସମାଜ ଏ ଧରା ପୃଷ୍ଠରେ ବଞ୍ଚିଥିବ ସେତେବେଳ ଯାଏଁ ତାକୁ ଏହି ହାନୀକାରକ ଭୂତାଣୁଙ୍କ ସଙ୍ଗେ ଲଢ଼ିବାକୁ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.