ETV Bharat / bharat

'କୋରୋନା ସଙ୍କଟ ବେଳେ କେନ୍ଦ୍ର ସହ ଲଢୁଛନ୍ତି ମମତା'

author img

By

Published : Jul 17, 2020, 6:11 AM IST

ପଶ୍ଚିମବଙ୍ଗରେ ବିଜେପି ନେତାଙ୍କ ହତ୍ୟାକୁ ନେଇ ତେଜିଲା ରାଜନୀତି । ହତ୍ୟା ନେଇ ତୃଣମୂଳ କଂଗ୍ରେସକୁ ଦାୟି କଲା ବିଜେପି । କୋରୋନା ସଙ୍କଟ ବେଳେ କେନ୍ଦ୍ର ସହ ମମତା ବାନାର୍ଜୀ ଲଢୁଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ । ଅଧିକ ପଢନ୍ତୁ...

'କୋରୋନା ସଙ୍କଟ ବେଳେ କେନ୍ଦ୍ର ସହ ଲଢୁଛନ୍ତି ମମତା'
'କୋରୋନା ସଙ୍କଟ ବେଳେ କେନ୍ଦ୍ର ସହ ଲଢୁଛନ୍ତି ମମତା'

କୋଲକାତା: ପଶ୍ଚିମବଙ୍ଗରେ ରାଜ୍ୟନୈତିକ ହିଂସା ଏବେ ଚରମ ସ୍ଥିତିରେ ପହଞ୍ଚିଛି । ରାଜ୍ୟରେ ଗୋଟିଏ ପରେ ଗୋଟିଏ ବିଜେପି ନେତା ଓ କର୍ମୀଙ୍କ ମୁଣ୍ଡ ଗଡିବାରେ ଲାଗିଛି । ତବେ ଏନେଇ ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ସରକାର ଉପରେ ଅଭିଯୋଗ ଆଣିଛି ବିଜେପି ।

ରାଜ୍ୟରେ ଏବେ କୋରୋନାର ସ୍ଥିତି ଉତ୍କଟ ରହିଛି । ଏପରି ସମୟରେ ମମତା ବାନାର୍ଜୀ କୋରୋନା ବିରୋଧରେ ନ ଲଢି କେନ୍ଦ୍ର ସରକାର ଓ ବିଜେପି ବିରୋଧରେ ଲଢେଇ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ । ସେ କହିଛନ୍ତି ରାଜ୍ୟରେ କୋରୋନା ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାର ତଥା ରାଜ୍ୟପାଳଙ୍କ ବିରୋଧରେ ଲଢେଇ କରୁଛନ୍ତି । ତାଙ୍କ ଦଳର ଗୁଣ୍ଡାମାନେ ବିଜେପି କାର୍ଯ୍ୟକର୍ତ୍ତାଙ୍କର ହତ୍ୟା କରିଚାଲିଛନ୍ତି । ତେବେ ଏଠାରେ କୌଣସି ଜଣେ ବି ବିଧାୟକ ସୁରକ୍ଷିତ ନଥିବା ଦିଲୀପ କହିଛନ୍ତି ।

ସେହିପରି ଗୁରୁବାର ରାଜ୍ୟରେ ଆଉ ଜଣେ ବିଜେପି ନେତା ବାପି ଘୋଷଙ୍କ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ସେ କ୍ରିଷ୍ଣାନଗରର ହୋଇଥିବା ବେଳେ ତାଙ୍କୁ ତୃଣମୂଳ କଂଗ୍ରେସର କିଛି ଲୋକ ମାରିଦେଇଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ଅମିତ ମାଲବ୍ୟ । ତେବେ ପଶ୍ଚିମବଙ୍ଗରେ ପାଣି ପରି ରକ୍ତ ବୁହାଯାଉଥିବା ସେ ଟ୍ବିଟ କରି କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.