ETV Bharat / bharat

ଯେତେବେଳେ ଭାରତରେ ସ୍ବାସ୍ଥ୍ୟ ହିଁ ଏକମାତ୍ର ଖବର ହୁଏ

author img

By

Published : Apr 13, 2020, 7:31 PM IST

ଭାରତୀୟ ଗଣମାଧ୍ୟମର ତୁଙ୍ଗ ମହାରଥୀମାନେ ଆଜି ସ୍ବାସ୍ଥ୍ୟ ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରମୁଖ ସ୍ଥାନ ଦେବା ଲାଗି ପ୍ରତିଯୋଗିତା କରୁଛନ୍ତି । ପ୍ରଥମ ଥର ପାଇଁ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି । ଅଧିକ ପଢନ୍ତୁ...

ଯେତେବେଳେ ଭାରତରେ ସ୍ବାସ୍ଥ୍ୟ ହିଁ ଏକମାତ୍ର ଖବର ହୁଏ
ଯେତେବେଳେ ଭାରତରେ ସ୍ବାସ୍ଥ୍ୟ ହିଁ ଏକମାତ୍ର ଖବର ହୁଏ

ହାଇଦ୍ରାବାଦ: ସମଗ୍ର ବିଶ୍ବ ପାଇଁ ସର୍ବବ୍ୟାପୀ ମହାମାରୀ କୋରୋନା ଭାଇରସ୍‌ (କୋଭିଡ୍‌-19) ଏକ ଖରାପ ଖବର । ଏହା ହଜାର ହଜାର ଲୋକଙ୍କ ଜୀବନ ନେଇଛି, ଲକ୍ଷ ଲକ୍ଷ ଲୋକଙ୍କୁ ହାସପାତାଳରେ ଭର୍ତ୍ତି କରିଛି, ବିଶ୍ବ ଅର୍ଥବ୍ୟବସ୍ଥାକୁ ଧ୍ବଂସ କରିଦେଇଛି । ଏହି ବିନାଶକାରୀ ଘଟଣାକ୍ରମରୁ ଭାରତ ବି ବାଦ୍‌ ପଡିନାହିଁ ।

ହେଲେ, ଏହି ଅଘଟଣରେ ବି ଏକ ଶୁଭ ସଂକେତ ଦେଖାଦେଇଛି । ଅନ୍ତତଃ, ଭାରତୀୟ ଗଣମାଧ୍ୟମରେ । ଥରଟିଏ ପାଇଁ ହେଉ ପଛେ,ସ୍ବାସ୍ଥ୍ୟକୁ ଏବେ ପ୍ରାଥମିକତା ଦିଆଯାଉଛି । ଭାରତୀୟ ଗଣମାଧ୍ୟମର ତୁଙ୍ଗ ମହାରଥୀମାନେ ଆଜି ସ୍ବାସ୍ଥ୍ୟ ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରମୁଖ ସ୍ଥାନ ଦେବା ଲାଗି ପ୍ରତିଯୋଗିତା କରୁଛନ୍ତି । ଡାକ୍ତର, ପାରା ମେଡିକାଲ କର୍ମଚାରୀ, ଟେକ୍‌ନିସିଆନ୍‌, ଏମିତି କି ପରିମଳ କର୍ମୀ, ଯେ କୌଣସି ବର୍ଗର ସ୍ବାସ୍ଥ୍ୟକର୍ମୀ ହୁଅନ୍ତୁ ନା କାହିଁକି, ଆଜି ସେମାନଙ୍କୁ ହିଁ ଖୋଜା ଓ ଲୋଡାଚାଲିଛି ।

ସବୁଥର, ଯେତେବେଳେ ବି ସ୍ବାସ୍ଥ୍ୟସେବା କର୍ମୀଙ୍କ ପାଇଁ କୌଣସି ଖବରକାଗଜ ଗୋଟିଏ ସ୍ତମ୍ଭ ଉତ୍ସର୍ଗ କରେ, ରେଡିଓରେ ସେମାନଙ୍କ ସଂପର୍କରେ କାର୍ଯ୍ୟକ୍ରମ ପ୍ରସାରିତ ହୁଏ କିମ୍ବା ଟେଲିଭିଜନ ଚ୍ୟାନେଲ ସ୍ବାସ୍ଥ୍ୟ କର୍ମୀଙ୍କ ପ୍ରଶଂସାରେ ଶତମୁଖ ହୋଇଉଠେ, ସେଥିରେ କିଛିଟା ଆଶାରହିଥିବା ଭଳି ମନେହୁଏ । ଆଶା, କାରଣ ଭାରତରେ ସ୍ବାସ୍ଥ୍ୟ କ୍ଷେତ୍ରକୁ କେବେହେଲେ ଅଗ୍ରାଧିକାର ଦିଆଯାଇନାହିଁ । ଗଣମାଧ୍ୟମରେ ତ କଦାପି ନୁହେଁ । କେବଳ କୌଣସି ଘଟଣା ଘଟିଲେ ହିଁ ସ୍ବାସ୍ଥ୍ୟ ସଂପର୍କିତ ଖବର ପରିବେଷିତ ହୁଏ । ଜନସ୍ବାସ୍ଥ୍ୟ କ୍ଷେତ୍ରରେ ଗୋଟିଏ ଦଶନ୍ଧିରୁ ଅଧିକ କାଳ ଧରି ଖବର ସଂଗ୍ରହ କରିଆସିଥିବା ଜଣେ ଗଣମାଧ୍ୟମ ପ୍ରତିନିଧି ଭାବରେ, ଜଣେ ଏତିକି କହିପାରେ ଯେ ସ୍ବାସ୍ଥ୍ୟ ସଂପର୍କିତ ଖବର ପ୍ରସାରଣ ସବୁଠାରୁ ଅଧିକ କଷ୍ଟକର କାମ ।

ଏଭଳି ଖବରଗୁଡିକୁ ବିଜ୍ଞାପନ ସହିତ ପ୍ରତିଯୋଗିତା କରିବାକୁ ପଡେ ଏବଂ ରାଜନୈତିକ ଖବର କିମ୍ବା ସହରରେ ସଂଘଟିତ ଅପରାଧ ଖବର ଥିଲେ, ପ୍ରଥମେ ସ୍ବାସ୍ଥ୍ୟ ସଂପର୍କିତ ଖବରକୁ ହିଁ ବାହାର କରିଦିଆଯାଏ । କେବଳ କୌଣସି ସଂକଟ ଉପୁଜିଲେ ହିଁ ଗଣମାଧ୍ୟମରେ ସ୍ବାସ୍ଥ୍ୟକୁ ପ୍ରମୁଖ ସ୍ଥାନ ଦିଆଯାଏ । ସଂକଟ କହିଲେ, ବହୁସଂଖ୍ୟକ ମୃତ୍ୟୁ କିମ୍ବା ଜନସ୍ବାସ୍ଥ୍ୟ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡି ପଡିବା ସ୍ଥିତିକୁ ବୁଝାଏ । କୋଭିଡ୍‌-19 ପୂର୍ବରୁ ଯେଉଁ କେତେକ ସ୍ବାସ୍ଥ୍ୟ ସଂପର୍କିତ ଖବର ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଥିଲା ସେଗୁ଼ଡିକ ମଧ୍ୟରୁ କେତେକ ହେଲା 2003ରେ ଶ୍ବାସକ୍ରିୟା ପ୍ରଣାଳୀରେ ଗୁରୁତର ରୋଗ ଲକ୍ଷଣ ବା ସିଭିଅର୍‌ ଆକ୍ୟୁଟ୍‌ ରେସପିରେଟୋରୀ ସିଣ୍ଡ୍ରୋମ୍‌ (SARS) ଏବଂ 2005ରେ H1N1, ଡେଙ୍ଗୁ ଏବଂ ଚିକନଗୁନିଆର ପ୍ରାଦୁର୍ଭାବ ।

ହେଲେ, ସେ ସମୟରେ ବି ସ୍ବାସ୍ଥ୍ୟସେବା କର୍ମୀଙ୍କ ଭୂମିକା ଉପରେ କେହି ଗୁରୁତ୍ବ ଦେଉ ନଥିଲେ । ଲୋକଙ୍କ ମୃତ୍ୟୁସଂଖ୍ୟା, ରୋଗୀଙ୍କ ସଂଖ୍ୟା ଏବଂ ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ବିଫଳତା ସଂପର୍କିତଖବର ଅଧିକ ପ୍ରସାରିତ ହେଉଥିଲା । ଖବରକାଗଜରେ ଯେତେବେଳେ ସ୍ବାସ୍ଥ୍ୟ ସଂପର୍କିତ ଲେଖା ଆରମ୍ଭ ହେଲା, ସେ ସମୟରେ କେବଳ ଜୀବନଶୈଳୀ ସଂପର୍କିତ ଲେଖା ପ୍ରକାଶ ପାଇଲା ଏବଂ ଧୀରେ ଧୀରେ ଏହା ଡାଏବେଟିସ୍‌ ଏବଂ ଉଚ୍ଚ ରକ୍ତଚାପ ଭଳି ଜୀବନଶୈଳୀ ସହ ସମ୍ବନ୍ଧିତ ରୋଗ ସଂପର୍କିତ ଲେଖାରେ ପରିଣତ ହେଲା । ପରବର୍ତ୍ତୀ ସମୟରେ, କେତେ ଜଣ ଏଥିରେ କିଛି ଗବେଷଣାଲବ୍ଧ ତଥ୍ୟ ଯୋଡିଲେ । ଟେଲିଭିଜନ କ୍ଷେତ୍ରରେ, ଏଭଳି ଅଧିକାଂଶ କାର୍ଯ୍ୟକ୍ରମ ହାସପାତାଳ କିମ୍ବା ଫାର୍ମାସ୍ୟୁଟିକାଲ୍‌ କମ୍ପାନୀ ଦ୍ବାରା ପ୍ରାୟୋଜିତ ହେଉଥିଲା ।

ଅନୁରୂପ ଢଙ୍ଗରେ, ଭାରତରେ ସ୍ବାସ୍ଥ୍ୟରକ୍ଷା ସଂପର୍କିତ ଖବର ପରିବେଷଣ ପାଇଁ ଗଣମାଧ୍ୟମକୁ ପ୍ରବର୍ତ୍ତାଇବା ଏକ କଷ୍ଟକର ବ୍ୟାପାର । ଅଳ୍ପ କେତେକ ଅଗ୍ରଣୀ ସମ୍ବାଦପତ୍ରରେ ସ୍ବାସ୍ଥ୍ୟ ସଂପର୍କିତ ଖବର ପାଇଁ ନିର୍ଦ୍ଧାରିତ ସ୍ବତନ୍ତ୍ର ସ୍ଥାନ ରହିଛି ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ସାମ୍ବାଦିକ ରହିଛନ୍ତି । ହେଲେ ସେମାନଙ୍କୁ ସ୍ବାସ୍ଥ୍ୟ ସଂପର୍କିତ ପ୍ରସଙ୍ଗ ପୂର୍ବରୁ ଜଣାଇବାକୁ ପଡେ । କାରଣ ସେଇ ସମାନ, ଯେ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦିଆଯାଏ ନାହିଁ । ଆଉ ଏହାର କାରଣ ଭାବେ ଗୋଟିଏ କଥା କୁହାଯାଏ ଯେ ଏଭଳି ଖବର ପ୍ରତି ଲୋକଙ୍କର ଆଗ୍ରହ ନାହିଁ । ଗଣମାଧ୍ୟମ ପ୍ରତିନିଧିମାନଙ୍କର ସହ ବ୍ୟକ୍ତିଗତ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ଯେ ସ୍ବାସ୍ଥ୍ୟ ସଂପର୍କିତ ଖବର ପ୍ରକାଶନ ପାଇଁ ଜଣେ ସଂପାଦକଙ୍କୁ ରାଜି କରାଇବା କଷ୍ଟକର କାମ । କାରଣ, ସେତିକି ସ୍ଥାନରେ ଏକ ବିଜ୍ଞାପନ ପ୍ରକାଶ ପାଇପାରିବ ଏବଂ ସେଥିରୁ ଦରମା ବାବଦରେ ଖର୍ଚ୍ଚ ପାଇଁ ଅର୍ଥ ମିଳିପାରିବ ।

ସ୍ବାସ୍ଥ୍ୟସେବା କର୍ମୀମାନଙ୍କର, ଅନ୍ତତଃ ସେମାନଙ୍କ ମଧ୍ୟରୁ ଅଧିକାଂଶ କର୍ମୀଙ୍କର, କର୍ତ୍ତବ୍ୟ ପ୍ରତି ଅଙ୍ଗୀକାରବଦ୍ଧତା ସଂପର୍କରେ ଆଲୋଚନା ‘ଅଯୌକ୍ତିକ’ ବୋଲି ବିଚାର କରାଯାଏ । କାରଣ ସମସ୍ତେ ଭାବନ୍ତି, ‘ଏଇଟା ସେମାନଙ୍କର କାମ ଏବଂ ଏଥିପାଇଁ ସେମାନେ ଦରମା ପାଆନ୍ତି’ । ଆଉ କେବେ କେମିତି ଦାବି ପୂରଣ ପାଇଁ ଆନ୍ଦୋଳନ ନକରିବା ପର୍ଯ୍ୟନ୍ତ ଗଣମାଧ୍ୟମ ପାଇଁ ଟେକ୍‌ନିସିଆନ୍‌ମାନଙ୍କର ସ୍ଥିତି ହିଁ ନାହିଁ । କର୍ତ୍ତବ୍ୟ ପରିସର ବାହାରକୁ ଯାଇ ଉଲ୍ଲେଖନୀୟ କାର୍ଯ୍ୟ ସଂପାଦନ କରିଥିବା ସ୍ବାସ୍ଥ୍ୟସେବା କର୍ମୀମାନଙ୍କ ସଂପର୍କିତ ଖବରକୁ ବାର୍ତ୍ତା ସଂପାଦକମାନେ ଖାଲି ସ୍ଥାନ ପୂରଣ କରିବା ପାଇଁ କିମ୍ବା ‘ଅନୁଗ୍ରହ’ କରିବା ଭଳି ଢଙ୍ଗରେ ପ୍ରକାଶ କରିଥାଆନ୍ତି ।

ତାହେଲେ ଏବେ ଏମିତି କଣ ହୋଇଗଲା ଯେ ସ୍ବାସ୍ଥ୍ୟସେବା କର୍ମୀମାନଙ୍କୁ ଭଗବାନଙ୍କ ସହ ତୁଳନା କରାଯାଉଛି ! ସେମାନେ କ’ଣ ସେଇମାନେ ନୁହଁନ୍ତି, ଯେଉଁମାନେ ‘କେବଳ ସେମାନଙ୍କର କାମ କରୁଛନ୍ତି ଏବଂ ଏଥିପାଇଁ ଦରମା ପାଉଛନ୍ତି’? ଏମାନେ ତ ସେଇ ଏକା ସ୍ବାସ୍ଥ୍ୟକର୍ମୀ, ଯେଉଁମାନେ କି ଏଚ୍‌ଆଇଭି/ଏଡ୍‌ସ, SARS, H1N11 କିମ୍ବା ଯକ୍ଷ୍ମା ଭଳି ରୋଗର ମୁକାବିଲା ଲାଗି କାମ କରିଥିଲେ । କିନ୍ତୁ ସେମାନଙ୍କ ଉଦ୍ଦେଶ୍ୟରେ ଆଜି ଯେଉଁଭଳି ପ୍ରତିକ୍ରିୟା ଦେଖିବାକୁ ମିଳୁଛି, ତାହା ଆଗରୁ କେବେ ନଥିଲା । ଭାରତରେ ଅନ୍ୟ ଯେ କୌଣସି ରୋଗ ତୁଳନାରେ ଯକ୍ଷ୍ମା ବା ଟ୍ୟୁବରକ୍ୟୁଲୋସିସ୍‌ରେ ଅଧିକ ଲୋକ ପ୍ରାଣ ହରାଇଥାଆନ୍ତି । ଅଧିକ ସଂଖ୍ୟକ ମହିଳା ଗର୍ଭଧାରଣ ଏବଂ ପ୍ରସବ ସମୟରେ ଏବଂ ତା’ଠାରୁ ଅଧିକ ରାସ୍ତା ଦୁର୍ଘଟଣାରେ ମୃତ୍ୟୁମୁଖରେ ପଡିଥାଆନ୍ତି । କାହାରି ଭ୍ରୁକୁଞ୍ଚନ ହୁଏନାହିଁ । ଏହାକୁ ସ୍ବାଭାବିକ ବୋଲି ଗ୍ରହଣ କରାଯାଏ ।

ବିଶ୍ବ ଟିବି ଦିବସରେ ଯେତେବେଳେ ଏ ସଂପର୍କିତ ବାର୍ଷିକ ରିପୋର୍ଟ ପ୍ରକାଶ ପାଏ, କେବଳ ସେତେବେଳେ ହିଁ ଯକ୍ଷ୍ମା ରୋଗ ଗଣମାଧ୍ୟମରେ ସ୍ଥାନ ପାଇଥାଏ । ଏମାନେ ସେଇ ସମାନ ସ୍ବାସ୍ଥ୍ୟ କର୍ମୀ, ଯେଉଁମାନେ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା କରନ୍ତି ଏବଂ ସେମାନଙ୍କର ଯତ୍ନ ନିଅନ୍ତି । ଅଧିକାଂଶ ରୋଗୀ ନିୟମିତ ଔଷଧ ଖାଇବାକୁ ରାଜି ହେଉ ନଥିବାରୁ ସେମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇଥାଏ । ଅନ୍ୟମାନେ ଏତେ ବେଶୀ ପୁଷ୍ଟିହୀନତାର ଶିକାର ହୋଇଥାଆନ୍ତି ଯେ ସେମାନେ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ସହି ପାରନ୍ତିନି । କର୍ତ୍ତବ୍ୟ ସଂପାଦନ ସମୟରେ ଏହି ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିରକ୍ଷରତା ଏବଂ ଅଜ୍ଞାନତା ସହ ସବୁଦିନ ଆଉ ଏକ ସଂଗ୍ରାମ କରିବାକୁ ପଡିଥାଏ । ବୋଧହୁଏ, ଅଧିକାଂଶ ଭାରତୀୟ ଏକ ଅସ୍ବାସ୍ଥ୍ୟକର ସମାଜରେ ବସବାସ କରିବା ଶିଖିଯାଇଛନ୍ତି, କିମ୍ବା ସ୍ବାସ୍ଥ୍ୟକୁ ପ୍ରସଙ୍ଗ କରି କେବେ ବି କୌଣସି ନିର୍ବାଚନୀ ପ୍ରତିଦ୍ବନ୍ଦ୍ବିତା ହୋଇନାହିଁ ଏବଂ କୌଣସି ସରକାର ସ୍କୁଲ୍‌ ପାଠ୍ୟକ୍ରମରେ ସ୍ବାସ୍ଥ୍ୟକୁ ଏକ ବିଷୟ ରୂପେ ସ୍ଥାନ ଦେବାର ଗୁରୁତ୍ବ ଉପଲବ୍ଧ କରିନାହାନ୍ତି ।

ବେଳେବେଳେ କାଁ ଭାଁ କେତେକ ପଦକ୍ଷେପ ନିଆଯାଇଛି ସତ, ହେଲେ କେବେହେଲେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହା ନିଆଯାଇନାହିଁ । ତାହା ହୋଇଥିଲେ, ହୁଏତ ଆଜି ଲୋକେ ଯେ କୌଣସି ସ୍ଥାନରେ ଏବଂ ସବୁ ସ୍ଥାନରେ ଛେପ ପକାଉ ନଥାଆନ୍ତେ ଯାହା କି ସଂକ୍ରମଣର ଏକ ପ୍ରମୁଖ କାରଣ । ହେଲେ ଆମେ ପୁଣି ସେଇ ପ୍ରଶ୍ନକୁ ଫେରିବା । ଯଦି ଏବେ ସ୍ବାସ୍ଥ୍ୟସେବା କର୍ମୀମାନେ ଭଗବାନଙ୍କ ଭଳି କାମ କରୁଛନ୍ତି, ତେବେ ସେମାନେ ଆଗରୁ ସବୁବେଳେ ସେଇଭଳି କାମ କରୁନଥିଲେ କି ? ସମାଜରେ ପରିମଳ, ବ୍ୟକ୍ତିଗତ ସ୍ବାସ୍ଥ୍ୟରକ୍ଷା ଏବଂ ହାତ ଧୋଇବା ଭଳି ସ୍ବାସ୍ଥ୍ୟକର ଅଭ୍ୟାସ- ଯେଉଁ ଅଭ୍ୟାସଗୁଡିକର ପ୍ରସାର ଏବେ ଖୁବ୍‌ ଜୋରସୋରରେ କରାଯାଉଛି- ପ୍ରଚଳନ କରାଇବା ଲାଗି ମାନ୍ୟତାପ୍ରାପ୍ତ ସାମାଜିକ ଓ ସ୍ବାସ୍ଥ୍ୟକର୍ମୀ (ASHA)ବା ଆଶାକର୍ମୀମାନେ ବର୍ଷ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି ।

ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ପାଖରେ ଭିନ୍ନ ଭିନ୍ନ କାରଣ ଥାଇପାରେ । ଅଧିକାଂଶ ବ୍ୟକ୍ତିଙ୍କ ପାଇଁ ଏହା ରାଜନୈତିକ ନେତୃତ୍ବ ଅନ୍ୟମାନଙ୍କ ପାଇଁ ଏହି ଅତି ସଂକ୍ରାମକ ରୋଗରେ ପଡିବାର ଭୟ ଏବଂ ଏମିତି କି ଗଣମାଧ୍ୟମରେ ଦିନରାତି ପ୍ରସାରିତ ଖବର ବାକି ଲୋକଙ୍କ ମନରେ ବସା ବାନ୍ଧିଛି । ଅଭୂତପୂର୍ବ ପରିସ୍ଥିତି ଅଭୂତପୂର୍ବ ପ୍ରତିକ୍ରିୟା ଆବଶ୍ୟକ କରେ ଏବଂ ତେଣୁ ସ୍ବାସ୍ଥ୍ୟସେବା, ପରିମଳ ଏବଂ ସୁରକ୍ଷା କର୍ମୀଙ୍କ ପାଇଁ ଏହି ଅଭୂତପୂର୍ବ କୃତଜ୍ଞତା ପ୍ରକାଶ ପାଉଛି । ଏହି ରୋଗର ଚିକିତ୍ସା ପାଇଁ କୌଣସି ଔଷଧ ନଥିବାବେଳେ ଏବଂ ବିଶ୍ବର ସର୍ବୋତ୍ତମ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଧରାଶାୟୀ ହୋଇଥିବାବେଳେ ସମସ୍ତେ ଏବେ ନିଜ ଜୀବନର ସୁରକ୍ଷା ପାଇଁ ସେମାନଙ୍କ ଉପରେ ନିର୍ଭର କରୁଥିବା ମନେ ହେଉଛି ।

ଏହି କାରଣକୁ ବାଦ୍‌ ଦେଇ ମଧ୍ୟ କୋଭିଡ୍‌-19 ବିରୋଧୀ ଯୁଦ୍ଧରେ ବିଜୟ ହାସଲ ପାଇଁ ସାରା ବିଶ୍ବ ଏବେ ଏକାଠି ହୋଇଛି ଏବଂ ଏହି ଯୁଦ୍ଧରେ ଯେଉଁ ପ୍ରକାରର ସମ୍ବଳ ଓ ରାଜନୈତିକ ପ୍ରତିବଦ୍ଧତା ଦୃଷ୍ଟିଗୋଚର ହେଉଛି ତାହା ବିଚାରକୁ ନେଲେ, ଏହି ବିଜୟ ଯେ ସମ୍ଭବ ସେଥିରେ ସନ୍ଦେହର ଅବକାଶ ନାହିଁ । ଆଶା କରାଯାଏ ଯେ ଏହି ଅଭୂତପୂର୍ବ ସ୍ବାସ୍ଥ୍ୟ ସଂକଟ ସମାଜକୁ ସ୍ବାସ୍ଥ୍ୟର ଗୁରୁତ୍ବ ହୃଦ୍‌ବୋଧ କରାଇଛି ଏବଂ ଏଣିକି ଆଗକୁ ଭାରତୀୟ ଗଣମାଧ୍ୟମରେ ସ୍ବାସ୍ଥ୍ୟରକ୍ଷା ପ୍ରସଙ୍ଗକୁ ଅଗ୍ରାଧିକାର ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.