ETV Bharat / bharat

‘ଚେକ୍ ଇଟ୍ ବିଫୋର ୟୁ ସେୟାର ଇଟ୍’ ଅଭିଯାନ ଆରମ୍ଭ କଲା ହ୍ବାଟ୍ସଆପ୍ - ‘ଚେକ୍ ଇଟ୍ ବିଫୋର ୟୁ ସେୟାର ଇଟ୍’

କୋରୋନା ଭାଇରସକୁ ନେଇ ଗୁଜବ ଖବର ପ୍ରଚାର ଉପରେ ରୋକ ଲଗାଇବା ନେଇ ମେସେଜିଙ୍ଗ୍ ଆପ୍ ହ୍ବାଟ୍ସଆପ ‘ଚେକ୍ ଇଟ୍ ବିଫୋର ୟୁ ସେୟାର ଇଟ୍’ ଏଜୁକେଶନ ଅଭିଯାନ ଲଞ୍ଚ କରିଛି ।

whatsapp corona campaign
‘ଚେକ୍ ଇଟ୍ ବିଫୋର ୟୁ ସେୟାର ଇଟ୍’ ଅଭିଯାନ ଆରମ୍ଭ କଲା ହ୍ବାଟ୍ସଆପ୍
author img

By

Published : May 16, 2020, 4:47 PM IST

ନୂଆଦିଲ୍ଲୀ: ‘ଚେକ୍ ଇଟ୍ ବିଫୋର ୟୁ ସେୟାର ଇଟ୍’ ଏଜୁକେଶନ ଅଭିଯାନ ଲଞ୍ଚ କଲା ହ୍ବାଟ୍ସଆପ୍ । କୋରୋନା ଭାଇରସକୁ ନେଇ ଗୁଜବ ଖବର ପ୍ରଚାର ଉପରେ ରୋକ ଲଗାଇବା ନେଇ ମେସେଜିଙ୍ଗ୍ ଆପ୍ ହ୍ବାଟ୍ସଆପ ‘ଚେକ୍ ଇଟ୍ ବିଫୋର ୟୁ ସେୟାର ଇଟ୍’ ଏଜୁକେଶନ ଅଭିଯାନ ଲଞ୍ଚ କରିଛି ।

-ହ୍ବାଟ୍ସଆପ ଇଣ୍ଡିଆ ହେଡ୍ ଅଫ୍ ପବ୍ଲିକ ପଲିସି ଶିବନାଥ ଠୁକରାଲ କହିଛନ୍ତି ଯେ, ଏହି ଅଭିଯାନ ଏକ ସରଳ ରିମାଇଣ୍ଡର(ମନେ ପକାଇବା) ପରି କାମ କରିବ । ଯାହାଦ୍ବାରା ପ୍ରତ୍ୟେକ ହ୍ବାଟ୍ସଆପ ୟୁଜରଙ୍କ ଏହା ଦାୟିତ୍ବ ରହିବ ଯେ କୌଣସି ମେସେଜ ଫରୱାଡ କରିବା ପୁର୍ବରୁ ତାହାର ତଥ୍ୟକୁ ଦୁଇଥର ଯାଞ୍ଚ କରିବା । ଏଥିସହ ଏହି ଅଭିଯାନ ୟୁଜରମାନଙ୍କୁ ଅନେକ ଉପାୟ ମାଧ୍ୟମରେ ଗ୍ରହଣ କରୁଥିବା ମେସେଜ ବିଷୟରେ ଅଧିକ ସୂଚନା ଦେବ ।

-ଗତ ମାସରେ ହ୍ବାଟ୍ସଆପ୍ ମୋ ସରକାର ହେଲ୍ପଲାଇନ ନଂ919013151515 ଘୋଷଣା କରିଥିଲା ।

-ମୋ ସରକାର ହେଲ୍ପଲାଇନ ପ୍ରମୋଟ ଉଦ୍ଦେଶ୍ୟରେ ହ୍ବାଟ୍ସଆପ୍ ଅଭିଯାନ ଲୋକମାନଙ୍କୁ କୋରୋନା ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ଘରେ ରହିବା, ହାତ ଧୋଇବା, ମୁହଁକୁ ସ୍ପର୍ଶ ନକରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଭଳି ସତର୍କ କରାଇବ।

-ଲୋକମାନେ ଏହି ବିଜ୍ଞାପନଗୁଡିକୁ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଜରିଆରେ ଦେଖିପାରିବେ ଏବଂ କେବଳ ଗୋଟିଏ ଟ୍ୟାପରେ ହେଲ୍ପଲାଇନକୁ ମେସେଜ କରିବେ ବୋଲି ହ୍ବାଟ୍ସଆପ କହିଛି ।

- କୋରୋନାକୁ ନେଇ ପ୍ରଚାର ହେଉଥିବା ଗୁଜବ ଖବରକୁ ରୋକିବା ପାଇଁ ଗତ ମାସରେ ହ୍ବାଟ୍ସଆପ ଏକ ମେସେଜକୁ ବାରମ୍ବାର ପଠାଇବା ପରିବର୍ତ୍ତେ ଜଣଙ୍କୁ ହିଁ ପଠାଇବାରେ ସିମିତ ରଖିଛି ବୋଲି ହ୍ବାଟ୍ସଆପ କହିଛି ।

- କୋରୋନା ଗୁଜବକୁ ନେଇ ଭାରତରେ ଘଟିଥିବା ବିଭିନ୍ନ ଭିଡହିଂସା ପାଇଁ ହ୍ବାଟ୍ସଆପକୁ ଯାଞ୍ଚର ସାମ୍ନା କରିବାକୁ ପଡିଛି ।

- କୋରୋନା ମହାମାରୀ ମଧ୍ୟରେ 90 ପ୍ରତିଶତ ମେସେଜ ଦୁଇ ଜଣ ୟୁଜରଙ୍କ ମଧ୍ୟରେ ପଠାଯାଇଛି । ଯାହା ସର୍ବାଧିକ ଭଏସ ଏବଂ ଭିଡିଓ କଲ ମାଧ୍ୟମରେ ପଠାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.