ETV Bharat / bharat

ହ୍ବାଟ୍ସଆପ ଆଣୁଛି ନୂଆ ଅପଡେଟ୍ ଫିଚର, ଜାଣନ୍ତୁ କଣ ରହିଛି ଖାସ୍ - ହ୍ବାଟ୍ସଆପ

ବର୍ତ୍ତମାନ ହ୍ବାଟ୍ସଆପ ୟୁଜର୍ସଙ୍କ ପାଇଁ ଆଉ ଏକ ଅପଡେଟ୍ ଆଣିବାକୁ ଯାଉଛି । ଯାହା ଅନ୍ୟ ଏକ ଅପଡେଟ୍ ଉପରେ କାମ କରୁଛି, ଯାହା ମେସେଞ୍ଜରରେ ସର୍ଚ୍ଚ ଫିଚରକୁ ଏକ ନୂଆ ଦିଗ ଦେବ । ଏହି ଫିଚର ହେଉଛି ଡେଟ୍(ତାରିଖ) ସର୍ଚ୍ଚ । ଏହାର ଅର୍ଥ ୟୁଜର ତାରିଖ ଆଧାରରେ କୌଣସି ପୁରୁଣା ମେସେଜକୁ ଖୋଜି ପାରିବେ । ତେବେ ଏନେଇ ସୂଚନା ଦେଇଛନ୍ତି WABetainfo ।

_wahtsapp
ହ୍ବାଟ୍ସଆପ ଆଣୁଛି ନୂଆ ଅପଡେଟ୍ ଫିଚର
author img

By

Published : Jun 13, 2020, 12:17 PM IST

ନୂଆଦିଲ୍ଲୀ: ପପୁଲାର ଚାଟିଙ୍ଗ ଆପ ମଧ୍ୟରେ ହ୍ବାଟ୍ସଆପ ଅନ୍ୟତମ । ତେବେ ବର୍ତ୍ତମାନ ହ୍ବାଟ୍ସଆପ ୟୁଜରଙ୍କ ପାଇଁ ଆଉ ଏକ ଅପଡେଟ୍ ଆଣିବାକୁ ଯାଉଛି ।ହ୍ବାଟ୍ସଆପ ଅନ୍ୟ ଏକ ଅପଡେଟ୍ ଉପରେ କାମ କରୁଛି, ଯାହା ମେସେଞ୍ଜରରେ ସର୍ଚ୍ଚ ଫିଚରକୁ ଏକ ନୂଆ ଦିଗ ଦେବ । ଏହି ଫିଚର ହେଉଛି ଡେଟ୍(ତାରିଖ) ସର୍ଚ୍ଚ । ଏହାର ଅର୍ଥ ୟୁଜର ତାରିଖ ଆଧାରରେ କୌଣସି ପୁରୁଣା ମେସେଜକୁ ଖୋଜି ପାଇପାରିବେ । ତେବେ ଏନେଇ ସୂଚନା ଦେଇଛନ୍ତି WABetainfo ।

WABetainfo ଅନୁଯାୟୀ, ଏହି ଫିଚର ବର୍ତ୍ତମାନ କେବଳ ଆଲଫା ଷ୍ଟେଜରେ ରହିଛି । ଯାହାକୁ ବର୍ତ୍ତମାନ ବିକଶିତ କରାଯାଉଛି । ଏଣୁ ବର୍ତ୍ତମାନ ସମସ୍ତ ୟୁଜର ଏହାକୁ ଆରମ୍ଭ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ କିମ୍ବା ସମୟ ନିର୍ଦ୍ଧାରଣ କରାଯାଇନାହିଁ ।

WABetainfo ରିପୋର୍ଟ ଅନୁଯାୟୀ, ଏହି ଫିଚର ପାଇଁ ଏକ କ୍ୟାଲେଣ୍ଡରର ଆଇକନ୍ ସ୍କ୍ରିନରେ ଦେଖାଯିବ। ଏଥିପାଇଁ ସର୍ଚ୍ଚ ବାର୍ ଉପରେ କ୍ଲିକ୍ କରିବା ପରେ ଯେତେବେଳେ କିପ୍ୟାଡ୍ ସାମ୍ନାରେ ଆସିବ, ସେଥିରେ ଏକ କ୍ୟାଲେଣ୍ଡର ଆଇକନ ଦେଖାଯିବ ।

ଏହି ଆଇକନକୁ ଚୟନ କରି ୟୁଜରମାନେ ପୁରୁଣା ଚାଟ୍ ପାଇପାରିବେ । ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଏହା କେବଳ ଆଇଓଏସରେ ପରୀକ୍ଷା କରାଯାଇଛି । ବହୁତ ଶୀଘ୍ର କମ୍ପାନୀ ଏହାକୁ ସମସ୍ତ ଆଣ୍ଡ୍ରଏଡ ଫୋନରେ ଆରମ୍ଭ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.