ETV Bharat / bharat

ଜଳୁଛି ବଙ୍ଗ; ରାଜ୍ୟପାଳ ଡାକିଲେ ସର୍ବଦଳୀୟ ବୈଠକ - governor

ପଶ୍ଚିମବଙ୍ଗରେ ସୃଷ୍ଟ ରାଜନୈତିକ ହିଂସାକୁ ଦୃଷ୍ଟିରେ ରଖି ଗୁରୁବାର ସର୍ବଦଳୀୟ ବୈଠକ ଡକାଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀ । ରାଜ୍ୟର ସମସ୍ତ ରାଜନୈତିକ ଦଳକୁ ଚିଠି ଲେଖି ଏହି ବୈଠକରେ ଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି।

ଫାଇଲ ଫଟୋ
author img

By

Published : Jun 12, 2019, 9:08 PM IST

କୋଲକାତା: ଲୋକସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ବିଜେପି-ଟିଏମସି ମଧ୍ୟରେ ଜାରି ରହିଥିବା ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ । ତେବେ ଏହି ରାଜନୈତିକ ହିଂସାକୁ ଦୃଷ୍ଟିରେ ରଖି ଗୁରୁବାର ସର୍ବଦଳୀୟ ବୈଠକ ଡକାଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀ । ରାଜ୍ୟର ସମସ୍ତ ରାଜନୈତିକ ଦଳକୁ ଚିଠି ଲେଖି ଏହି ବୈଠକରେ ଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି ସେ ।

ଗୁରୁବାର ସନ୍ଧ୍ୟା 4 ଟା ସମୟରେ ରାଜ ଭବନରେ ଅନୁଷ୍ଠିତ ହେବ ଏହି ବୈଠକ । ତେବେ ରାଜ୍ୟପାଳଙ୍କ ଚିଠିକୁ ସମ୍ମାନ ଜଣାଇ ଭାରତୀୟ ଜନତା ଦଳ ବୈଠକରେ ଯୋଗ ଦେବାକୁ ରାଜି ହୋଇଛି । ସେପଟେ ଟିଏମସି ମଧ୍ୟ ଏଥିରେ ଯୋଗ ଦେବ ବୋଲି ସ୍ପଷ୍ଟ କରିଛି । ଟିଏମସି ପକ୍ଷରୁ ପାର୍ଥୋ ଚାଟାର୍ଜୀ, ବିଜେପିରୁ ଦିଲିପ ଘୋଷ ଏବଂ କଂଗ୍ରେସରୁ ଏସଏନ୍‌ ମିତ୍ରା ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି ।

ସୂଚନା ଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ଲାଗି ରହିଥିବା ହିଂସାର ସମାପ୍ତି ଏବଂ ରାଜନୈତିକ ଦଳ ମଧ୍ୟରେ ଚାଲିଥିବା ମତଭେଦକୁ ଦୂର କରିବା ପାଇଁ ରାଜ୍ୟପାଳ ଏଭଳି ପଦକ୍ଷେପ ନେଇଛନ୍ତି । ଏହା ଦ୍ବାରା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଅଣାଯାଇପାରିବ ବୋଲି ରାଜ୍ୟପାଳ ଆଶା ରଖିଛନ୍ତି ।

Intro:Body:

gs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.