କୋଲକାତା: ପୁଣେରୁ 4 ଅଭିଯୁକ୍ତକୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ । ମହିଳାଙ୍କୁ ଚାଲାଣ କରିବା ସହ ଜୋର ଜବରଦସ୍ତି ଦେହ ବ୍ୟବସାୟରେ ସାମିଲ କରୁଥିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି । ପୁଣେର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଚାଲାଣ ହୋଇଥିବା 25 ଜଣ ମହିଳା ଓ 2 ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।
ଅଭିଯୁକ୍ତମାନେ ହେଲେ ମାଦି ନାୟକ, ଉମାଦେବୀ, ସାନୁ ତମାଙ୍ଗ ଓ ବୈଜୟନ୍ତ ସିନ୍ଧେ । ଏମାନେ ମହିଳାଙ୍କୁ ଚାଲାଣ କରିବା ସହ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟରେ ଲିପ୍ତ କରାଉଥିଲେ । କେବଳ ପଶ୍ଚିମବଙ୍ଗର ନାଦିଆ ଓ ମୁର୍ସିଦାବାଦ, ବରସାତ ଓ ବସିରହତ, ଉତ୍ତର 24 ପ୍ରଗାଣ ଭଳି ସ୍ଥାନରେ ମହିଳାଙ୍କୁ ରଖି କାମରେ ଲଗାଯାଉଥିଲା। ଏନେଇ ଏକ ମାମଲା ପୁଣେ ପୋଲିସ ସହ ପଶ୍ଚିମବଙ୍ଗରେ ମଧ୍ୟ ରୁଜୁ ହୋଇଛି ।
ଏକ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଇନ୍ସପେକ୍ଟର କକଲି ଘୋଷ କୁଣ୍ଠୁଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଥିଲା । ଏଥିସହ ଅନ୍ତର୍ଜାତୀୟ ଜଷ୍ଟିସ ମିଶନ, ଏନଜିଓ ମଧ୍ୟ ଏହି ଅପରେସନରେ ସାମିଲ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ