ETV Bharat / bharat

ନିଷ୍ପତ୍ତି ବଦଳାଇଲେ ଦିଦି, ହସ୍ପିଟାଲ ଆସିବେ କୋରୋନା ଆକ୍ରାନ୍ତ - ପଶ୍ଚିମବଙ୍ଗ କୋରୋନା ଅପଡେଟ

ଏଣିକି କୋଭିଡ 19 ପଜିଟିଭଙ୍କୁ ବାଧ୍ୟତାମୂଳକ ଭାବେ ଡାକ୍ତରଖାନାକୁ ଅଣାଯିବ । କେବଳ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ, ଘର ଲୋକେ ହୋମ୍ କ୍ବାରେଣ୍ଟାଇନରେ ରହିପାରିବେ । ଅଧିକ ପଢନ୍ତୁ...

ନିଷ୍ପତ୍ତି ବଦଳାଇଲେ ଦିଦି, ହସ୍ପିଟାଲ ଆସିବେ କୋରୋନା ଆକ୍ରାନ୍ତ

author img

By

Published : Apr 27, 2020, 11:49 PM IST

କୋଲକାତା: ନିଜ ପୁରୁଣା ନିଷ୍ପତ୍ତି ବଦଳାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୂର୍ବରୁ ପଜିଟିଭ ରୋଗୀ ଘରେ ରହିପାରିବେ ବୋଲି କହିଥିଲେ ମମତା । ହେଲେ ଏବେ ନିଷ୍ପତ୍ତି ବଦଲାଇବା ସହ ଆକ୍ରାନ୍ତମାନେ ହସ୍ପିଟାଲ ଆସିବା ବାଧ୍ୟତାମୂଳକ ବୋଲି କହିଛନ୍ତି ।

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଏଣିକି କୋଭିଡ-19 ପଜିଟିଭଙ୍କୁ ବାଧ୍ୟତାମୂଳକ ଭାବେ ଡାକ୍ତରଖାନାକୁ ଅଣାଯିବ । କେବଳ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ, ଘର ଲୋକେ ହୋମ୍ କ୍ବାରେଣ୍ଟାଇନରେ ରହିପାରିବେ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ମମତା ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ଯେ କୋରୋନା ପଜିଟିଭ ଲୋକେ ନିଜ ଘରେ ହୋମ୍ କ୍ବାରେନଣ୍ଟାଇନରେ ରହିପାରିବେ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 649 ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ସେହିପରି 20 ଜଣଙ୍କର ମୃତ୍ୟୁ ହୋଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.