କୋଲକାତା: ପଶ୍ଚିମବଙ୍ଗ ସରକାର ରାଜ୍ୟ ବଜେଟରେ ମାଗଣା ବିଦ୍ୟୁତ ଯୋଗାଇବା ପାଇଁ ବ୍ୟବସ୍ଥା କରିଛନ୍ତି । ତ୍ରୈମାସିକ 75 ୟୁନିଟରୁ କମ ବିଦ୍ୟୁତ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ମାଗଣାରେ ବିଦ୍ୟୁତ ଯୋଗାଇ ଦିଆଯିବ ।
ପଶ୍ଚିମବଙ୍ଗ ସରକାର 2021 ବଜେଟରେ ବନ୍ଧୁ ପ୍ରକଳ୍ପ, ଜୟ ଜୋହର ଭଳି ଯୋଜନା ଘୋଷଣା କରିଛନ୍ତି । ବନ୍ଧୁ ପ୍ରକଳ୍ପରେ 60 ବର୍ଷରୁ ଅଧିକ ବୟସର ଲୋକଙ୍କୁ 1000 ଟଙ୍କାର ଭତ୍ତା ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଛି । ସେହିଭଳି ଜୟ ଜୋହର ଯୋଜନାରେ ଅନୁସୂଚିତ ଜନଜାତିର 60 ବର୍ଷରୁ ଅଧିକ ବୟସର ଲୋକଙ୍କୁ 1000 ଟଙ୍କାର ଭତ୍ତା ମିଳିବ ।