ETV Bharat / bharat

ମାଗଣା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶ

author img

By

Published : Apr 24, 2020, 6:31 AM IST

ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାର ଘରୋଇ ହସ୍ପିଟାଲର ସାହାଯ୍ୟ ଲୋଡିଛନ୍ତି । କୋଭିଡ 19 ଆକ୍ରାନ୍ତଙ୍କୁ ମାଗଣା ଚିକିତ୍ସା ଦେବାକୁ ସରକାର ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ମାଗଣା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶ
ମାଗଣା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗରେ କୋଭିଡ 19 ପ୍ରଭାବ ଧିରେ ଧିରେ ବଢିବାରେ ଲାଗିଛି । ନିକଟରେ ତବଲିଘରୁ ଫେରିଥିବା ଅନେକ ଲୋକ ଚିହ୍ନଟ ହେବା ପରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ମୁକାବିଲା ପାଇଁ ସରକାର କଟକଣା କଠୋର କରିଛନ୍ତି ।

ସେହିପରି ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାର ଘରୋଇ ହସ୍ପିଟାଲର ସାହାଯ୍ୟ ଲୋଡିଛନ୍ତି । କିଛି ହସ୍ପିଟାଲ ଲୋକଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥ ନେଉଥିବାର ଖବର ଆସିବା ପରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କୋଭିଡ 19 ଆକ୍ରାନ୍ତଙ୍କୁ ମାଗଣା ଚିକିତ୍ସା ଦେବାକୁ ସରକାର ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏକ ବିଜ୍ଞପ୍ତିରେ ରାଜ୍ୟ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କେତେକ ଘରୋଇ ହସ୍ପିଟାଲକୁ ସମ୍ପୂର୍ଣ୍ଣ ରୂପେ କୋଭିଡ 19 ଆକ୍ରାନ୍ତଙ୍କ ଚିକିତ୍ସା କରିବା ପାଇଁ ସରକାର କହିଛନ୍ତି । ଏଥିପାଇଁ ପୂର୍ବରୁ ହୋଇଥିବା ସମସ୍ତ ଖର୍ଚ୍ଚ ପୁଣିଥରେ ହସ୍ପିଟାଲଙ୍କୁ ମିଳିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏବେ ସୁଦ୍ଧା ପଶ୍ଚିମବଙ୍ଗରେ 456 ଜଣ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଏହାସହ 15 ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.