ETV Bharat / bharat

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ସାଂଘାତିକ ଅଭିଯୋଗ, ପାଳନ ହେଉନି ଲକଡାଉନ୍ ନିୟମ - ପଶ୍ଚିମବଙ୍ଗ ରାଜ୍ୟପାଳ

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଆଜି(ବୁଧବାର) ରାଜ୍ୟ ବିଷୟରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଅତ୍ୟନ୍ତ ସ୍ପଷ୍ଟ ଏବଂ ରାଜ୍ୟ ସରକାର ଗରିବ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦେଉ ନାହାଁନ୍ତି।

West bengal governor
ପଶ୍ଚିମବଙ୍ଗ ରାଜ୍ୟପାଳ
author img

By

Published : Apr 22, 2020, 1:45 PM IST

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଆଜି(ବୁଧବାର) ରାଜ୍ୟ ବିଷୟରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଅତ୍ୟନ୍ତ ସ୍ପଷ୍ଟ ଏବଂ ରାଜ୍ୟ ସରକାର ଗରିବ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦେଉ ନାହାଁନ୍ତି। ରାଜ୍ୟ ସରକାର କେବଳ ପ୍ରଚାରରେ ନିୟୋଜିତ ଅଛନ୍ତି ଏବଂ ଡ୍ରାମା ମାଧ୍ୟମରେ କୋରୋନା ବିରୋଧରେ ଲଢେଇ ହୋଇପାରିବ ନାହିଁ।

ଜଗଦୀପ ଧନଖଡ କହିଛନ୍ତି ଯେ, କୋରୋନା ଦ୍ବାରା ସୃଷ୍ଟି ହୋଇଥିବା ପରିସ୍ଥିତି ତୃତୀୟ ବିଶ୍ବଯୁଦ୍ଧ ପରି କିନ୍ତୁ ରାଜ୍ୟ ସରକାର ଏହା ଉପରେ ଗୁରୁତର ନୁହଁନ୍ତି ଏବଂ କେନ୍ଦ୍ର ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ପରିବର୍ତ୍ତେ କେନ୍ଦ୍ରର ଭୁଲ ଉପରେ ଅଧିକ ଧ୍ୟାନ ଦେଉଛନ୍ତି।

କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ଲୋକମାନେ ସନ୍ତୁଷ୍ଟ, କିନ୍ତୁ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ଲୋକମାନେ ଖୁସି ନୁହଁନ୍ତି। ରାଜ୍ୟର ଲୋକମାନେ କେନ୍ଦ୍ର ସରକାରଙ୍କ ସହ ଅଛନ୍ତି, ସେମାନେ ଲକଡାଉନ୍ ଚାହୁଁଛନ୍ତି। ରାଜ୍ୟରେ ପିଡିଏସ୍ ସ୍କାମ ଘଟିଛି ଏବଂ ରାଜ୍ୟ ସରକାର ଦେଇଥିବା ତଥ୍ୟ ଉପରେ କେହି ବିଶ୍ବାସ କରୁନାହାଁନ୍ତି। କେନ୍ଦ୍ର ସରକାର ଦେଶର କୃଷକମାନଙ୍କୁ ଯେଉଁ ସହାୟତା ଯୋଗାଇ ଦେଇଛନ୍ତି ତାହା ରାଜ୍ୟ ଚାଷୀଙ୍କ ନିକଟରେ ପହଞ୍ଚୁନାହିଁ।

ଜଗଦୀପ ଧନଖଡ କହିଛନ୍ତି ଯେ, ରାଜ୍ୟରେ ଲକଡାଉନ୍ ନିୟମ କଡାକଡି ପାଳନ କରାଯାଉ ନାହିଁ ଏବଂ ଏକ ଧାର୍ମିକ କାର୍ଯ୍ୟକ୍ରମ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ, ଯାହା ଅତ୍ୟନ୍ତ ଚିନ୍ତାଜନକ ପରିସ୍ଥିତି। ଏଥି ସହ ଯେତେବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟରେ ତବଲିଗୀ ଜାମାତର ଲୋକଙ୍କ ଉପସ୍ଥିତି ସମ୍ପର୍କରେ କୌଣସି ସୂଚନା ଜଣାଉ ନାହାଁନ୍ତି ।

ରାଜ୍ୟପାଳ କହିଛନ୍ତି ଯେ, ଜନସମ୍ପର୍କ ଆଧାରରେ କୋରୋନାକୁ ପରାସ୍ତ ହୋଇପାରିବ ନାହିଁ ଏବଂ ରାଜ୍ୟ ସରକାର ଏହା ବୁଝୁନାହାଁନ୍ତି। ରାଜ୍ୟରେ କେତେ କାର୍ଯ୍ୟ କରାଯାଇଛି ସେନେଇ ରାଜ୍ୟରେ ବଡ ବିଜ୍ଞାପନ ଦିଆଯାଉଛି, କିନ୍ତୁ ଏହା ସତ୍ୟ ଯେ ରାଜ୍ୟ ସରକାର କୌଣସି କାର୍ଯ୍ୟ କରିନାହାଁନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.