ପଶ୍ଚିମବଙ୍ଗ: ମୋଦି ସରକାରଙ୍କ ଉପରକୁ ଦୋଷ ଲଦିବାକୁ ଜମା ବି ପଛଘୁଞ୍ଚା ଦେଉ ନାହାଁନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥର ସିଧାସଳଖ ଟାର୍ଗେଟ କରିବା ବଦଳରେ ତେରଛା ବାଣ ମାରିଛନ୍ତି ମମତା । ଟିଏମସିର ନବ ନିର୍ବାଚିତ ବିଧାୟକମାନଙ୍କୁ କେନ୍ଦ୍ରୀୟ ଏଜେନ୍ସି ଗୁଡିକ ବ୍ଲାକମେଲ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସେ।
ସେ କହିଛନ୍ତି ଏଜେନ୍ସି ଗୁଡିକ ଜାଣିଶୁଣି ଟିଏମସି ପ୍ରତିନିଧି ମାନଙ୍କୁ ବିଜେପି ସଂସ୍ପର୍ଶରେ ଆସିବାକୁ ବାଧ୍ୟ କରୁଛନ୍ତି । ଯଦି ସେମାନେ ବିଜେପି ସହ ସମ୍ପର୍କ ନ ରଖନ୍ତି ଚିଟଫଣ୍ଡ ଘୋଟଲାରେ ଫସାଇ ଦେବାକୁ ଏଜେନ୍ସି ଗୁଡିକ ଧମକ ଦେଉଛନ୍ତି । ଏପରିକି ଧନବଳରେ ଟିଏମସି ନେତା ମାନଙ୍କୁ ବିଜେପି ପ୍ରଲୋଭିତ କରୁଛି ।
ରବିବାର ଶହୀଦ ଦିବସ ରାଲିକୁ ସମ୍ଭୋଧନ କରିବା ଅବସରେ ଏଭଳି ମନ୍ତବ୍ୟ ଦେଇଛନ୍ତି ମମତା । ଏଥିପାଇଁ ଆସନ୍ତା 26 ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଦଳ । ଏପରିକି ବିଜେପି ଦ୍ବାରା ଲୁଚାଇ ରଖାଯାଇଥିବା କଳାଧନକୁ ମଧ୍ୟ ଦେଶକୁ ଫେରାଇ ଆଣିବାକୁ ଦାବି କରାଯିବ ।