ETV Bharat / bharat

'ଆର୍ଥିକ ମାନ୍ଦାବସ୍ଥାରୁ ଧ୍ୟାନ ହଟାଇବାର ଉପାୟ ଚନ୍ଦ୍ରଯାନ-2' - ଆର୍ଥିକ ମାନ୍ଦାବସ୍ଥା

ଦେଶର ଆର୍ଥିକ ମାନ୍ଦାବସ୍ଥାରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ମୋଦି ସରକାର ଚନ୍ଦ୍ରଯାନ-2ର ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଫାଇଲ ଫଟୋ
author img

By

Published : Sep 6, 2019, 8:26 PM IST

ନୂଆଦିଲ୍ଲୀ: ଚନ୍ଦ୍ରଯାନ-2 କୁ ରାଜନୀତିକରଣ କରିବାକୁ ଚେଷ୍ଟା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଚନ୍ଦ୍ରଯାନ-2ର ଐତିହାସିକ ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ଏହାକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ସେ । ଦେଶର ଆର୍ଥିକ ମାନ୍ଦାବସ୍ଥାରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ମୋଦି ସରକାର ଚନ୍ଦ୍ରଯାନ-2ର ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ମମତା ବାନାର୍ଜୀ ।

ଶୁକ୍ରବାର କୋଲକାତା ସ୍ଥିତ ରାଜ୍ୟ ବିଧାନସଭାରେ ମମତା କହିଛନ୍ତି, ମୋଦି ସରକାର ଚନ୍ଦ୍ରଯାନ-2 ମିଶନର ପ୍ରଚାର ଏଭଳି କରୁଛନ୍ତି, ଯେପରି ଏହା ଦେଶର ପ୍ରଥମ ଚନ୍ଦ୍ରଯାନ ମିଶନ । ସତେ ଯେପରି ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ଏଭଳି ମିଶନ କେବେ ହୋଇନାହିଁ । ଆସଲରେ ଦେଶର ଆର୍ଥିକ ମାନ୍ଦାବସ୍ଥାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏହା ମୋଦି ସରକାରଙ୍କର ଏକ ଚାଲ ବୋଲି ମମତା କହିଛନ୍ତି ।

ଏହା ସହିତ ଏନଆରସିକୁ ନେଇ ମଧ୍ୟ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ମମତା । ସେ କହିଛନ୍ତି, ଲୋକତନ୍ତ୍ରର ସମସ୍ତ ସ୍ତମ୍ଭ, ଗଣମାଧ୍ୟମ, ନ୍ୟାୟପାଳିକା ସମସ୍ତେ ମୋଦି ସରକାରଙ୍କ ଅଧୀନରେ କାମ କରୁଛନ୍ତି । ବାସ୍ତବିକ ଭାରତୀୟଙ୍କ ନାମ ଏନଆରସି ସୂଚିରୁ ହଟାଇ ଦିଆଯାଇଛି । ଏହାକୁ ଆମେ ଆମ ରାଜ୍ୟରେ ଗ୍ରହଣ କରିବୁନାହିଁ ବୋଲି ସେ କହିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ସମର୍ଥନ କରି ମମତା କହିଛନ୍ତି, ସରକାରଙ୍କୁ ରାଜନୈତିକ ପ୍ରତିଶୋଧ ବଦଳରେ ଅର୍ଥବ୍ୟବସ୍ଥା ଉପରେ ଧ୍ୟାନ ଦେବା ଉଚିତ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.