ETV Bharat / bharat

ଥମୁନି ମୋଦି-ମମତା କଳି, ଶାହଙ୍କ ରୋଡଶୋ’ରେ ଜଳିଲା ବଙ୍ଗ - amit-shah

ଶେଷ ପର୍ଯ୍ୟାୟ ମତଦାନ ବାକି ରହିଥିବା ବେଳେ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ରାଜନୈତିକ ହିଂସା ଦେଖା ଦେଇଛି । ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ରୋଡ ଶୋ' ସମୟରେ ଏହି ହିଂସା ଦେଖିବାକୁ ମିଳିଛି ।

ଫାଇଲ ଫଟୋ
author img

By

Published : May 14, 2019, 8:14 PM IST

କୋଲକାତା: ଲୋକସଭାର ଶେଷ ପର୍ଯ୍ୟାୟ ମତଦାନ ବାକି ରହିଥିବା ବେଳେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ରାଜନୈତିକ ହିଂସା ଦେଖାଦେଇଛି । ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ରୋଡ ଶୋ' ସମୟରେ ଏହି ହିଂସା ଦେଖିବାକୁ ମିଳିଛି । ବିଜେପି ଏବଂ ଟିଏମସି ଛାତ୍ର ସମର୍ଥନଙ୍କ ମଧ୍ୟରେ ମାରପିଟ୍‌ ଏବଂ ପଥରମାଡ ହୋଇଛି । ଏଥିରେ ବିଜେପି ସମର୍ଥକଙ୍କ ସମେତ କିଛି ସାମ୍ବାଦିକ ଆହତ ହୋଇଛନ୍ତି । ଏହା ପରେ ପୋଲିସ ପକ୍ଷରୁ ଲାଠିଚାର୍ଜ ହୋଇଥିବା ଜଣା ପଡିଛି ।

ଭିଡିଓ ସୌଜନ୍ୟ: ଏଏନଆଇ
clash
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI

ତେବେ ରୋଡ ଶୋ' ସମୟରେ ଶାହାଙ୍କ ଗାଡି ଉପରକୁ ଅଣ୍ଡାମାଡ ହେବାପରେ ମାରପିଟ୍‌ ଆରମ୍ଭ ହୋଇଥିଲା । ସେଠାରେ ଉପସ୍ଥିତ କିଛି ଗାଡି ମଧ୍ୟ ଜଳାଇ ଦେଇଥିବା ଜଣା ପଡିଛି । ପରିତ୍ସ୍ଥିତି ସମ୍ଭାଳିବା ପାଇଁ ପୋଲିସକୁ ଲାଠିଚାର୍ଜ ମଧ୍ୟ କରିବାକୁ ପଡିଛି ।

ସୂଚନା ଯୋଗ୍ୟ ଯେ, ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଅମିତ ଶାହା ମଙ୍ଗଳବାର କୋଲକାତାରେ ରୋଡ ଶୋ' କରିଥିଲେ । ଏହି ସମୟରେ ବିଭିନ୍ନ ସ୍ଥାନରେ ତୃଣମୂଳ କଂଗ୍ରେସ(ଟିଏମସି) ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.