ETV Bharat / bharat

ବିଜେପି ସହ ମୁକାବିଲା: ଏକାଠି ହେବେ ବାମଦଳ-କଂଗ୍ରେସ-ଟିଏମସି - bjp

ୟୁପି ଭଳି ପଶ୍ଚିମବଙ୍ଗରେ ଫେଲ ମାରିବ କି ଗଠବନ୍ଧନ ଫର୍ମୁଲା? ଆସନ୍ତା 2021ରେ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଆଉ ଏବେ ଠାରୁ ଅନୌପଚାରିକ ଭାବେ ପ୍ରସ୍ତୁତି ଆରମ୍ଭ କରିଦେଲାଣୀ ରାଜ୍ୟରେ କ୍ଷମତାସୀନ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ତୃଣମୂଳ କଂଗ୍ରେସ(ଟିଏମସି)। ବିଜେପିକୁ ଟକ୍କର ଦେବା ପାଇଁ ସିପିଏମ ଏବଂ କଂଗ୍ରେସକୁ ଟିଏମସି ସହ ମେଣ୍ଟ କରିବା ପାଇଁ ଦେଇଛନ୍ତି ପ୍ରସ୍ତାବ ।

ଫାଇଲ ଫଟୋ
author img

By

Published : Jun 27, 2019, 1:45 PM IST

Updated : Jun 27, 2019, 3:51 PM IST

କୋଲକାତା: ଲୋକସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଆସନ୍ତା 2021ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ବିରୋଧି ମହାଗଠବନ୍ଧନ କରିବା ପାଇଁ କଂଗ୍ରେସ ଏବଂ ବାମଦଳକୁ ପ୍ରସ୍ତାବ ଦେଇଛନ୍ତି ଟିଏମସି ମୁଖିଆ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏନେଇ ସେ କହିଛନ୍ତି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତିନି ଦଳ ମିଳିତ ଭାବେ ନିର୍ବାଚନ ଲଢିବା ଉଚିତ୍। 2019 ଲୋକସଭା ନିର୍ବାଚନରେ ବିଜେପି ଠାରୁ ଜୋରଦାର ଝଟକା ଖାଇବା ପରେ ଏଭଳି ବୟାନ ଦେଇଛନ୍ତି ସେ।

ପଶ୍ଚିମବଙ୍ଗର ମୋଟ୍ 42ଟି ଲୋକସଭା ଆସନରୁ 22ଟିରେ ବିଜୟୀ ହୋଇଛି ଶାସକ ଟିଏମସି। ଆଉ 2 ବର୍ଷ ପରେ ଅର୍ଥାତ 2021ରେ ଏଠାରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। 2011ରେ ହୋଇଥିବା ନିର୍ବାଚନରେ 34 ବର୍ଷ ଧରି ପଶ୍ଚିମବଙ୍ଗରେ କ୍ଷମତାସୀନ ଥିବା ଶାସକ ବାମଦଳ ପରାସ୍ତକୁ କ୍ଷମତାସୀନ ହୋଇଥିଲା ଟିଏମମସି ।

2019 ନିର୍ବାଚନ ପରେ ପରେ ଶାସକ ଟିଏମସିର ଅନେକ ନେତା ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଆଉ ଏହି ପ୍ରକ୍ରିୟା ଲଗାତାର ଜାରି ରହିଛି । ଯାହାକି ମମତା ବାନାର୍ଜୀଙ୍କ ଟେନସନ ବଢାଇଦେଇଛି । ଲୋକସଭା ନିର୍ବାଚନ ବେଳେ ମୋଦି କହିଥିଲେ ଟିଏମସିର 40 ବିଧାୟକ ବିଜେପି ସହ ସମ୍ପର୍କରେ ଅଛନ୍ତି । ପିଏମ ମୋଦିଙ୍କ ଏଭଳି ବୟାନ ପରେ ବିଜେପିର ପଶ୍ଚିମବଙ୍ଗ ପ୍ରଭାରୀ କୈଳାଶ ବିଜୟଭାର୍ଗୀୟ ମଧ୍ୟ କହିଥିଲେ ଯେ ଟିଏମସି ବିଧାୟକ ଅନେକ ବିଧାୟକ ଆମ ଦଳରେ ସାମିଲ ହେବେ।

ପୂର୍ବରୁ ବିଜେପି ବିରୋଧି ମେଣ୍ଟ ଉତ୍ତର ପ୍ରଦେଶରେ ବିଫଳ ହୋଇସାରିଛି। ପଶ୍ଚିମବଙ୍ଗରେ ଏହା ସଫଳ ହେବ କି ନାହିଁ ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯିବ।

Intro:Body:

blank

Conclusion:
Last Updated : Jun 27, 2019, 3:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.