କଲିକତା: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପି ବିବାଦ ଲାଗି ରହିଥିବା ବେଳେ ଏହା ମଧ୍ୟରେ ପଶ୍ଚିମବଙ୍ଗ ବିଜେପି ବର୍ତ୍ତମାନ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା ଦେଶରେ ଲାଗୁ କରାଯିବ ବୋଲି କହିଛି । ପଶ୍ଚିମବଙ୍ଗ ବିଜେପି ପୁସ୍ତକ ବାଣ୍ଟି କହିଛି CAA ପରେ NRC ଦେଶବ୍ୟାପି ଲାଗୁ ହେବ । ଲୋକମାନଙ୍କୁ ବଙ୍ଗାଳି ଭାଷାରେ ପୁସ୍ତକ ଲିଫଲେଟ ପ୍ରଦାନ କରି ସିଏଏ ଓ ଏନଆରସି କୁ ନେଇ ଲୋକମାନଙ୍କ ମଧ୍ୟରେ ଥିବା ଦ୍ବନ୍ଦ୍ବକୁ ଦୂରାଯିବା ସହ ସଚେତନ କରାଯାଉଛି ।
ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଲୋକମାନଙ୍କୁ ପୁସ୍ତିକା ମାଧ୍ୟମରେ ସିଏଏ ଓ ଏନଆରସି ବିଷୟରେ ଅବଗତ କରାଉଛନ୍ତି । ନାଗରିକତା ସଂଶୋଧନ ଆଇନ (ସିଏଏ) କୁ ନେଇ ଦେଶବ୍ୟାପି ବ୍ୟାପକ ହିଂସା ପ୍ରଦର୍ଶନ କରାଯାଇଛି । ଖାସକରି ବିରୋଧୀ ଦଳଗୁଡିକ ସରକାରଙ୍କୁ ଜୋରଦାର ବିରୋଧ କରିଥିଲେ।