ETV Bharat / bharat

ଲକଡାଉନ ଅବଧି ବୃଦ୍ଧି ନିଷ୍ପତ୍ତିକୁ ସ୍ବାଗତ କଲେ ଗୋଆ ସରକାର

author img

By

Published : May 2, 2020, 11:22 AM IST

ଲକଡାଉନ ଅବଧି ବୃଦ୍ଧିକୁ ସ୍ବାଗତ କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ସେ କହିଛନ୍ତି, ମୁଁ ମୋଦି ସରକାରଙ୍କ ଲକଡାଉନ ଅବଧି ବୃଦ୍ଧି ନିଷ୍ପତ୍ତିକୁ ସ୍ବାଗତ କରୁଛି । ଯାହା ଗୋଆ ସରକାରଙ୍କର ମଧ୍ୟ ଏକ ଅନୁରୋଧ ଥିଲା ।

_luckdown
ଲକଡାଉନ ଅବଧି ବୃଦ୍ଧିକୁ ସ୍ବାଗତ କଲେ ଗୋାଆ ସରକାର

ପାଣାଜୀ: ଲକଡାଉନ ଅବଧି ବୃଦ୍ଧିକୁ ସ୍ବାଗତ କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ସେ କହିଛନ୍ତି, ମୁଁ ମୋଦି ସରକାରଙ୍କ ଲକଡାଉନ ଅବଧି ବୃଦ୍ଧି ନିଷ୍ପତ୍ତିକୁ ସ୍ବାଗତ କରୁଛି । ଯାହା ଗୋଆ ସରକାରଙ୍କର ମଧ୍ୟ ଏକ ଅନୁରୋଧ ଥିଲା । ଏଣୁ ଲକଡାଉନ ତୃତୀୟ ପର୍ଯ୍ୟାୟ ପାଇଁ ଜାରି ହୋଇଥିବା ସମସ୍ତ ନିର୍ଦ୍ଦେଶାବଳୀକୁ ଗୋଆ ସରକାର ପାଳନ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ।

ଏଥିସହ ସେ କହିଛନ୍ତି, ଆମ ରାଜ୍ୟ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ବାରା ଗ୍ରୀନ ଜୋନ ଅନ୍ତର୍ଭୁକ୍ତ ହୋଇଛି । ଏପ୍ରିଲ 3 ଯାଏଁ କୌଣସି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବାରୁ ଗୋଆ କୋରୋନା ଫ୍ରି ଘୋଷିତ ହୋଇଛି । ପ୍ରକାଶ ଥାଉକି, କୋରୋନା ଆକ୍ରାନ୍ତଙ୍କ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦୁଇ ସପ୍ତାହ ତଥା ମେ 17 ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.