ETV Bharat / bharat

ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା, ରେଡ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

author img

By

Published : Aug 26, 2020, 11:08 AM IST

ପାଣିପାଗ ବିଭାଗ ଅନୁଯାୟୀ ଆଜି ଓଡିଶାର କେତେକ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାରରେ ମଧ୍ୟ ବାତ୍ୟା ହେବାର ସମ୍ଭାବନା ରହିଛି। ଆଜିଠାରୁ 29 ଅଗଷ୍ଟ ମଧ୍ୟରେ ଉତ୍ତର-ପଶ୍ଚିମ ଭାରତରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅଧିକ ପଢନ୍ତୁ...

ଓଡ଼ିଶା- ଛତିଶଗଡ଼ରେ ପ୍ରବଳ ବର୍ଷା, ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ପାଣିପାଗ ବିଭାଗ ଅନୁଯାୟୀ ଆଜି ଓଡିଶାର କେତେକ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏକକାଳୀନ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଛତିଶଗଡ,ଝାଡଖଣ୍ଡରେ ମଧ୍ୟ ପ୍ରବଳରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ, ଜାମ୍ମୁ କାଶ୍ମୀର, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ପଶ୍ଚିମ ରାଜସ୍ଥାନ, ପୂର୍ବ ମଧ୍ୟପ୍ରଦେଶ, ବିଦର୍ଭ, ବିହାର, ପଶ୍ଚିମବଙ୍ଗ, ଆସାମ, ମେଘାଳୟ ପ୍ରବଳ ବର୍ଷା ହୋଇପାରେ। ଏପରିକି ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାରରେ ମଧ୍ୟ ବାତ୍ୟା ହେବାର ପୂର୍ବାନୁମାନ କରାଯାଇଛି।

ଦିଲ୍ଲୀର ଯମୁନା ନଦୀର ଜଳସ୍ତର ମଙ୍ଗଳବାର ଦିନ 204 ମିଟର ରେକର୍ଡ କରାଯାଇଛି, ଯାହାକି ଚେତାବନୀ ସ୍ତର 204.50 ମିଟରର ଅତି ନିକଟତର ଅଟେ । ଦିଲ୍ଲୀ ଜଳ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୋମବାର କହିଛନ୍ତି ଯେ, ବନ୍ୟା ପରି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ପାଲା ଗାଁରୁ ଓଖଲା ପର୍ଯ୍ୟନ୍ତ ଯମୁନା ସଂଲଗ୍ନ ଅଞ୍ଚଳ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ତେବେ ଆଜିଠାରୁ 29 ଅଗଷ୍ଟ ମଧ୍ୟରେ ଉତ୍ତର-ପଶ୍ଚିମ ଭାରତରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଆସନ୍ତା ଚାରି-ପାଞ୍ଚ ଦିନ ମଧ୍ୟରେ ଦେଶର ପୂର୍ବ, ଉତ୍ତର ଏବଂ ମଧ୍ୟ ଭାଗରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ମଙ୍ଗଳବାର କହିଛି। 26 ଅଗଷ୍ଟରେ ଓଡିଶା ଏବଂ ପରଦିନ ଛତିଶଗଡ ପାଇଁ ବିଭାଗ ରେଡ ଆଲର୍ଟ ଜାରି କରିଛି। ବିଭାଗ କହିଛି ଯେ ଉତ୍ତର ବଙ୍ଗୋପସାଗରରେ ଏବଂ ଏହାର ଆଖପାଖରେ ଏକ ନିମ୍ନ ଚାପ କ୍ଷେତ୍ର (ସାଇକ୍ଲୋନିକ୍ ସଞ୍ଚାରଣ) ସୃଷ୍ଟି ହେଉଛି ଯାହା ଆସନ୍ତା ଚାରି-ପାଞ୍ଚ ଦିନ ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଭାରତର ଉତ୍ତର, ମଧ୍ୟ ଏବଂ ପୂର୍ବ ଭାଗରେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ବର୍ଷା ପରି ପାଗ ରହିବ ଏବଂ ଏହି ସମୟ ମଧ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଜାତୀୟ ପାଣିପାଗ ଆକଳନ କେନ୍ଦ୍ର ମୁଖ୍ୟ ସାଥି ଦେବୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.