ETV Bharat / bharat

ସକ୍ରିୟ ରହିଛି ମୌସୁମୀ, ଦେଶର ଅନେକ ରାଜ୍ୟରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ସମ୍ଭାବନା

author img

By

Published : Jul 22, 2020, 11:17 AM IST

ପାଣିପାଗ ବିଭାଗ ଅନୁସାରେ, ଉତ୍ତର-ପଶ୍ଚିମ ଭାରତରେ ଆସନ୍ତା 2 ରୁ 3 ଦିନ ମଧ୍ୟରେ ବଙ୍ଗୋପସାଗରରୁ ଆଦ୍ର ଶୁଷ୍କ ପବନ ଏବଂ ଆରବସାଗରରୁ ଦକ୍ଷିଣ-ପଶ୍ଚିମ ପବନର ମିଶ୍ରଣ ହେବ। ଏହି କାରଣରୁ ଦିଲ୍ଲୀ-ଏନସିଆରରେ ମଧ୍ୟମରୁ ପ୍ରବଳ ବର୍ଷିବ । ଅଧିକ ପଢନ୍ତୁ...

ସକ୍ରିୟ ରହିଛି ମୌସୁମୀ, ଦେଶର ଅନେକ ରାଜ୍ୟରେ ମଧ୍ୟମ ରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା

ନୂଆଦିଲ୍ଲୀ: ଆଜି(ବୁଧବାର) ଦେଶରେ ଅନେକ ରାଜ୍ୟରେ ପ୍ରବଳ ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଅନୁସାରେ, ଉପ-ହିମାଳୟ ପଶ୍ଚିମବଙ୍ଗ, ସିକ୍କିମ, ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ବିହାରରେ ଅଳ୍ପ ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପୂର୍ବ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ କାଶ୍ମୀର, ଗିଲଗିଟ ବାଲ୍ଚିସ୍ତାନ, ମୁଜାଫରବାଦ ଏବଂ ଲାକ୍ଷାଦ୍ୱୀପରେ ମଧ୍ୟ ଅଳ୍ପ ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଦିଲ୍ଲୀ, ଦକ୍ଷିଣ ଛତିଶଗଡ, ମଧ୍ୟପ୍ରଦେଶ, ଓଡ଼ିଶା, ଗାଙ୍ଗଟକ ପଶ୍ଚିମବଙ୍ଗ, ମରାଠୱାଡା, ବିଦର୍ଭ ଏବଂ ତେଲେଙ୍ଗାନାର ଉତ୍ତର ଭାଗରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଆନ୍ଧ୍ରପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲନାଡୁର କିଛି ଅଂଶ, ରାଜସ୍ଥାନର କିଛି ଅଂଶ, ଉତ୍ତର-ପୂର୍ବ ଭାରତ, ଝାଡଖଣ୍ଡ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। କୋଙ୍କଣ ଗୋଆ ଏବଂ ଗୁଜୁରାଟର କେତେକ ଅଞ୍ଚଳରେ ସମାନ୍ୟ ବର୍ଷା ହୋଇପାରେ।

ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ହେବାରୁ ସହରର ତଳିଆ ଅଞ୍ଚଳରେ ପାଣି ଫୁଲ ହେବା ସହ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ଲୋକଙ୍କ ଘରେ ବର୍ଷା ଜଳ ପଶିଯାଇଥିବା ବେଳେ, ରାସ୍ତା ଉପରେ ଜମି ରହିଥିବା ପାଣି କାରଣରୁ ଅନେକ ଅସୁବିଧା ଭୋଗିଥିଲେ ଲୋକେ । ତେବେ ବୁଧବାର ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଏହା ପରେ ବର୍ଷାର ତୀବ୍ରତା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ରବିବାର ସହରରେ ପ୍ରବଳ ବର୍ଷା ହେତୁ 4 ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ଦିଲ୍ଲୀରେ ପ୍ରବଳ ପବନ ସହିତ ବର୍ଷା ହେତୁ ଦଶଟି ଗଛ ଉପୁଡ଼ି ଯାଇଥିଲା। ସଫଦରଜଙ୍ଗ, ଲୋଡି ରୋଡ୍, ପାଲାମ ଏବଂ ରିଜ୍ ପାଣିପାଗ କେନ୍ଦ୍ରରେ ଯଥାକ୍ରମେ 24.8 ମିଲିମିଟର, 28.5 ମିଲିମିଟର, 23 ମିଲିମିଟର ଏବଂ 17 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଦିଲ୍ଲୀ ଟ୍ରାଫିକ ପୋଲିସର ସୂଚନାନୁସାରେ, ସାରାଇ କାଲେ ଖାନ, ଆଶ୍ରମ ଏବଂ ଆଇଟିଓରେ ପାଣି ଲଗାଯିବା କାରଣରୁ ଟ୍ରାଫିକ ପ୍ରଭାବିତ ହୋଇଥିଲା।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଉତ୍ତର-ପଶ୍ଚିମ ଭାରତରେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ବଙ୍ଗୋପସାଗରରୁ ଆଦ୍ରା ଶୁଷ୍କ ପବନ ଏବଂ ଆରବ ସାଗରରୁ ଦକ୍ଷିଣ-ପଶ୍ଚିମ ପବନର ମିଶ୍ରଣ ହେବ। ଏହି ସମୟରେ, ମୌସୁମୀ ମଧ୍ୟ ଏଠାରେ ସକ୍ରିୟ ଅଛି । ଏହି ଦୁଇଟି କାରଣରୁ ଦିଲ୍ଲୀ-ଏନସିଆରରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.