ETV Bharat / bharat

ସକ୍ରିୟ ରହିଛି ମୌସୁମୀ, ଅନେକ ରାଜ୍ୟରେ ପ୍ରବଳ ବର୍ଷିବ - ଅନେକ ରାଜ୍ୟରେ ପ୍ରବଳ ବର୍ଷିବ

ପାଣିପାଗ ବିଭାଗ ମୁତାବକ, ସେପ୍ଟେମ୍ବର ମାସରେ ଅପେକ୍ଷାକୃତ କମ ବର୍ଷା ହେବ, କିନ୍ତୁ ସାରା ଦେଶରେ ବର୍ଷା ଦ୍ୱାରା ଖରିଫ ଋତୁ ଫସଲର ଅମଳ ବୃଦ୍ଧି ପାଇବ। ଅଧିକ ପଢନ୍ତୁ...

ଓ୍ବେଦର ଅପଡେଟ: ସକ୍ରିୟ ରହିଛି ମୌସୁମୀ, ଅନେକ ରାଜ୍ୟରେ ପ୍ରବଳ ବର୍ଷିବ

author img

By

Published : Aug 30, 2020, 4:58 PM IST

ନୂଆଦିଲ୍ଲୀ: ପାଣିପାଗ ବିଭାଗ ଅନୁଯାୟୀ ଆଜି(ରବିବାର) ରାଜସ୍ଥାନ, ଗୁଜୁରାଟ, ପଶ୍ଚିମବଙ୍ଗ ଏବଂ ସିକ୍କିମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହା ସହିତ ପଶ୍ଚିମ ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମଧ୍ୟ ମହାରାଷ୍ଟ୍ର, କୋଙ୍କଣ, ଗୋଆ ଉପରେ ପ୍ରବଳ ବର୍ଷା ହୋଇପାରେ।

ଗତ ମାସରେ, ଜୁଲାଇରେ ହାରାହାରି ତୁଳନାରେ ପ୍ରାୟ 10 ପ୍ରତିଶତ କମ ବର୍ଷା ହୋଇଥିବାବେଳେ, ଅଗଷ୍ଟରେ 44 ବର୍ଷର ରେକର୍ଡ ଭାଙ୍ଗିଛି। ଅଗଷ୍ଟରେ ଏପର୍ଯ୍ୟନ୍ତ ହାରାହାରି ତୁଳନାରେ 25 ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଛି, ଯାହା 1976 ପରେ ମାସ ମଧ୍ୟରେ ସର୍ବାଧିକ ରେକର୍ଡ ଅଟେ। ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ମାସରେ ସେପ୍ଟେମ୍ବରରେ ମୌସୁମୀ ମନ୍ଥର ହୋଇପାରେ।

ଆଇଏମଡି ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,"ମୌସୁମୀ ସମ୍ପର୍କରେ ଏପର୍ଯ୍ୟନ୍ତ ପୂର୍ବାନୁମାନ ସଠିକ ପ୍ରମାଣିତ ହୋଇଛି ଏବଂ ସାରା ଦେଶରେ ଚଳିତବର୍ଷ ଭଲ ବର୍ଷା ହୋଇଛି । ଆସନ୍ତା ମାସରେ ସେପ୍ଟେମ୍ବରରେ ମୌସୁମୀର ଗତି ଧୀରେ ଧୀରେ ଦୁର୍ବଳ ହୋଇପାରେ, କିନ୍ତୁ ଯେଉଁ ଅଞ୍ଚଳରେ କମ ବର୍ଷା ହୋଇଛି, ବର୍ଷାର ଗତିବିଧି ବୃଦ୍ଧି ପାଇପାରେ"।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.