ETV Bharat / bharat

ଉତ୍ତର ଭାରତରେ ଗ୍ରୀଷ୍ମ ପ୍ରବାହ ଜାରି, 24 ଘଣ୍ଟାରେ ବଦଳିପାରେ ପାଗ - ଉତ୍ତର ଭାରତରେ ଖରାର ପ୍ରକୋପ ଜାରି

ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ । 30 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ....

ଉତ୍ତର ଭାରତରେ ଖରାର ପ୍ରକୋପ ଜାରି, 24 ଘଣ୍ଟାରେ ବଦଳି ପାରେ ପାଗ

author img

By

Published : May 28, 2020, 2:47 PM IST

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ପ୍ରଚଣ୍ଡ ଉତ୍ତାପରେ ସିଝୁଛି ସମଗ୍ର ଉତ୍ତର ଭାରତ । ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ଜନଜୀବନ । ପ୍ରାୟ ସବୁ ସହରରେ ତାପମାତ୍ରା 47 ଡିଗ୍ରୀ ଉପରେ ରହୁଥିବାବେଳେ, ରାଜସ୍ଥାନର ଚୁରୁରେ ତାପମାତ୍ରା 50 ଡିଗ୍ରୀ ପହଞ୍ଚିଛି । ଗୁରୁବାର ଠାରୁ ଏହି ସର୍ବାଧିକ ତାପମାତ୍ରା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ । 30 କିମି ବେଗରେ ପବନ ବହିବାର ସମ୍ଭାନା ରହିଛି । ସେହପିରି ଶୁକ୍ରବାର ଓ ଶନିବାର ହାଲୁକା ବର୍ଷା କାରଣରୁ ତାପମାତ୍ରାରେ ସାମାନ୍ୟ ହ୍ରାସ ହେବା ଆଶଙ୍କା ରହିଛି । ପଶ୍ଚିମ ବିକ୍ଷୋଭ କାରଣରୁ ପାଣିପାଗରେ କିଛି ମାତ୍ରାରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଧୂଳି ଝଡ ଏବଂ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ରହିଛି।

ସେହପରି ବୁଧବାର ଦିଲ୍ଲୀର ଅଧିକାଂଶ ସ୍ଥାନରେ ପାରଦ ସାମାନ୍ୟ ଠାରୁ 6 ଡିଗ୍ରୀ ଅଧିକ ରହିଥିଲା । ଦିଲ୍ଲୀର ପାଲମ ଇଲାକାରେ ତାପମାତ୍ରା 47.2 ଡିଗ୍ରୀ ସେଲସିୟସ ସହିତ ସବୁଠୁ ଅଧିକ ଉତ୍ତପ୍ତ ସ୍ଥାନ ଭାବେ ରେକର୍ଡ ହୋଇଛି । ସେହପରି ରାଜସ୍ଥାନରେ ତାପମାତ୍ରା ପାଖାପାଖି 50 ଡିଗ୍ରୀ ଛୁଇଁଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗରମ ପବନ ଲୁ ପ୍ରଭାବିତ ହୋଇଛି । ବୁଧବାର ଚୁରୁର ସର୍ବାଧିକ ତାପମାତ୍ରା 49.6 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅନ୍ୟପଟେ ହରିୟାଣା ଓ ପଞ୍ଜାବରେ ମଧ୍ୟ ଲୁ ର ପ୍ରଭାବ ଜାରି ରହିଛି । ଏହି ଦୁଇ ରାଜ୍ୟରେ ସବୁଠୁ ଅଧିକ ତାପମାତ୍ରା ନାରନୌଲରେ 47.2 ଡିଗ୍ରୀ ରେକର୍ଡ ହୋଇଛି ।

ପାଣିପାଗ ବିଭାଗ କହିଛି ଯେ, ଆସନ୍ତା 24 ଘଣ୍ଟା ମଧ୍ୟରେ କିଛି ମାତ୍ରାରେ ଆରାମ ମିଳିବ ବୋଲି ଆଶା କରାଯାଉଛି । ତେବେ ଏହି ସମୟ ମଧ୍ୟରେ ଉତ୍ତର ଭାରତ ଓ ମଧ୍ୟ ଭାରତର କିଛି ଅଞ୍ଚଳରେ ଗରମ ପବନ ଗୁରୁବାର ମଧ୍ୟ ବୋହିବ । ସପ୍ତାହର ଶେଷ ଆଢକୁ କିଛି ପରିମାଣର ଆଶ୍ବସ୍ତି ମିଳିବା ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ସୂଚନା ମୁତାବକ, ମେ 28 ଏବଂ 31ରେ ହରିୟାଣା ଏବଂ ପଞ୍ଜାବର କେତେକ ସ୍ଥାନରେ ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ବେଗରେ ପବନ ସହ ବଜ୍ରପାତ ହେବାର ଆଶଙ୍କା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.