ETV Bharat / bharat

ମୌସୁମୀ ପ୍ରଭାବ: ଦିଲ୍ଲୀ-ମୁମ୍ବାଇରେ ପ୍ରବଳ ବର୍ଷିବ, ଆଲର୍ଟ କଲା ପାଣିପାଗ ବିଭାଗ

author img

By

Published : Jul 7, 2020, 2:53 PM IST

ସକ୍ରିୟ ରହିଛି ମୌସୁମୀ । ଆସନ୍ତା 24 ଘଣ୍ଟା ଭିତରେ ଅନେକ ରାଜ୍ୟରେ ବର୍ଷା ହେବା ସହ ଲଗାତାର ଏକ ସପ୍ତାହ କେତେକ ସ୍ଥାନରେ ବର୍ଷା ଲାଗିରହିବ । ଅଧିକ ପଢନ୍ତୁ...

ମୌସୁମୀ ପ୍ରଭାବ: ଦିଲ୍ଲୀ-ମୁମ୍ବାଇରେ ପ୍ରବଳ ବର୍ଷିବ, ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ମୌସୁମୀ କାରଣରୁ ଚଳିତ ସପ୍ତାହରେ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଆସନ୍ତା 3 ଦିନ ମଧ୍ୟରେ ମହାରାଷ୍ଟ୍ର ଏବଂ ଗୁଜୁରାଟର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏନେଇ ଆଲର୍ଟ ଜାରି କରିଛି ବିଭାଗ ।

ତେବେ ପାଣିପାଗ ବିଭାଗର ସୂଚନା ମୁତାବକ, ଆସନ୍ତା 24 ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ସିକ୍କିମ, ଆସାମ, ଛତିଶଗଡ, ତେଲେଙ୍ଗାନା, ଗୁଜୁରାଟ, କର୍ଣ୍ଣାଟକ ଓ ମେଘାଳୟରେ ପ୍ରବଳ ବର୍ଷା ହେବା ସହ ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ, ହରିୟାଣାର କେତେକ ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ଗୁଜୁରାଟର ଅନେକ ଅଞ୍ଚଳରେ ସୋମବାର ପ୍ରଚଣ୍ଡ ବର୍ଷା ଯୋଗୁଁ, କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ଅନେକ ଅଞ୍ଚଳରେ ଏନଡିଆରଏଫ ଟିମ ନିୟୋଜିତ ଅଛନ୍ତି । ବର୍ଷା କାରଣରୁ ଏହି ସ୍ଥାନରେ ଥିବା 30 ବର୍ଷ ପୁରୁମା ପୋଲ ମଧ୍ୟ ଭାଙ୍ଗିଯାଇଛି ।

ତେବେ ମଙ୍ଗଳବାର ଠାରୁ ଆସନ୍ତା କିଛି ଦିନ ମୌସୁମୀ ପ୍ରଭାବ ଯୋଗୁଁ ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ହେବର ସମ୍ଭାବନା ରହିଛି । ଏହା ସହ ପ୍ରବଳ ବେଗରେ ପବନ ବହିବାର ମଧ୍ୟ ଆଶଙ୍କା କରାଯାଉଛି । ଯାହାଦ୍ବାରା ଅବିଶ୍ରାନ୍ତ ଗରମରୁ ଆଶ୍ବସ୍ତି ପାଇବେ ଦିଲ୍ଲୀବାସୀ ।

ଏହାସହ ମହାରାଷ୍ଟ୍ର ମୁମ୍ବାଇର କେତେକ ଅଞ୍ଚଳରେ ଗତ ଶୁକ୍ରବାର ଠାରୁ ବର୍ଷା ଜାରି ରହିଛି । ମୁମ୍ବାଇର ପଶ୍ଚିମ ଉପନଗର ସାନ୍ତାକ୍ରୁଜ ପାଣିପାଗ କେନ୍ଦ୍ର ମଙ୍ଗଳବାର ସକାଳ ସୁଦ୍ଧା ଗତ 24 ଘଣ୍ଟାରେ ହୋଇଥିବା ବର୍ଷାରେ 116.1 ମିମି ବର୍ଷା ରେକର୍ଡ କରିଛି । ତେବେ ଆଗକୁ ମଧ୍ୟ ଏପରି ବର୍ଷା ଜାରି ରହିବ ବୋଲି ସୂଚନା ଦେଇଛି ଆଇଏମଡି ବିଭାଗ ।

ଉତ୍ତରପ୍ରଦେଶରେ ମଧ୍ୟ ପାଗ ବଦଳିଛି । ସୋମବାର ଅନେକ ଅଞ୍ଚଳରେ ବର୍ଷା ହୋଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ପୂର୍ବ ଭାଗରେ ବର୍ଷା ହୋଇଥିଲା। ଏଥି ସହିତ ପଶ୍ଚିମ ଭାଗର କେତେକ ସ୍ଥାନରେ ମେଘୁଆ ପାଗ ଲାଗି ରହିଥିଲା। ମଙ୍ଗଳବାର ସକାଳୁ ଲକ୍ଷ୍ନୌ ଏବଂ ଏହାର ଆଖପାଖ ଜିଲ୍ଲାମାନଙ୍କରେ ବର୍ଷା ଆରମ୍ଭ ହୋଇଯାଇଛି ।

ପଞ୍ଜାବ ଏବଂ ହରିୟାଣାରେ ପାଗ ସ୍ୱାଭାବିକ ରହିଛି । ସୋମବାର ଉଭୟ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ରହିଥିଲା । ଚଣ୍ଡିଗଡ଼ରେ ସର୍ବାଧିକ ତାପମାତ୍ରା 35.4 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ହିମାଚଳ ପ୍ରଦେଶରେ ଜୁଲାଇ 9 ଓ 10 ରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା।

ସେହପରି ରାଜସ୍ଥାନରେ ଗତ 24 ଘଣ୍ଟା ମଧ୍ୟରେ ପୂର୍ବ ଏବଂ ପଶ୍ଚିମ ଅଞ୍ଚଳର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ସମସ୍ତ ଅଞ୍ଚଳରେ ପ୍ରାୟ ମୌସୁମୀ ବର୍ଷା ହେତୁ ଲୋକମାନେ ଉତ୍ତାପରୁ ମୁକ୍ତି ପାଇଛନ୍ତି। ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟର ସମସ୍ତ ସହରରେ ସକ୍ରିୟ ମୌସୁମୀ ହେତୁ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା 2ରୁ 3 ଡିଗ୍ରୀ ସେଲସିୟସ ହ୍ରାସ ପାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.