ETV Bharat / bharat

60 ଦଶକର ଭାରତୀୟ ନେତାଙ୍କୁ ମନେପକାଇ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଭାରତରେ ଏକଦା ସାହସ ଏବଂ ଦୃଢ ନେତା ଥିଲେ। ଯିଏ କେବେ ବି ଧମକ କିମ୍ବା ଶତ୍ରୁଠାରୁ ଡରି ପଛକୁ ଫେରିନାହାଁନ୍ତି । କିନ୍ତୁ ବର୍ତ୍ତମାନର ସରକାର ଅନୁପ୍ରବେଶକାରୀଙ୍କୁ ସୀମାରେ ପ୍ରବେଶ ଅନୁମତି ଦେଉଛନ୍ତି ।

author img

By

Published : Jun 28, 2020, 3:33 PM IST

କଂଗ୍ରେସ
କଂଗ୍ରେସ

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ଉପୁଜିଥିବା ସଂଘର୍ଷକୁ ନେଇ ପୁଣିଥରେ ମୋଦି ସରକାରଙ୍କୁ ଘେରିଛି କଂଗ୍ରେସ । ମୋଦି ସରକାର ଏହି ଘାଟି ଅନୁପ୍ରବେଶକାରୀଙ୍କୁ ଅନୁମତି ଦେଇଥିବା ରବିବାର ପୁଣିଥରେ ଅଭିଯୋଗ କରିଛି ଦଳ ।

କଂଗ୍ରେସ ପକ୍ଷରୁ ଏନେଇ ଟ୍ବିଟ କରି କୁହାଯାଇଛି, ଭାରତରେ ଏକଦା ସାହସ ଏବଂ ଦୃଢ ନେତା ଥିଲେ। ଯିଏ କେବେ ବି ଧମକ କିମ୍ବା ଶତ୍ରୁଠାରୁ ଡରି ପଛକୁ ଫେରିନାହାଁନ୍ତି । କିନ୍ତୁ ବର୍ତ୍ତମାନର ସରକାର ଅନୁପ୍ରବେଶକାରୀଙ୍କୁ ସୀମାରେ ପ୍ରବେଶ ଅନୁମତି ଦେଉଛନ୍ତି । ଯେଉଁଥିପାଇଁ ଆଜି ସେହି ମହାନ ନେତା ତଥା ସେମାନଙ୍କ ଦ୍ବାରା ନିର୍ମିତ ଭାରତ ଆମେ ପୁଣିଥରେ ଚାହୁଁଛୁ । ତେବେ ଏହି ଟ୍ବିଟ ସହ କଂଗ୍ରେସ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ 60 ଦଶକରେ ଭାରତୀୟ ନେତା ଚୀନକୁ ପ୍ରତିଉତ୍ତର ଦେଉଥିବା ଦେଖାଯାଉଛି ।

ଜୁନ୍ 15ରେ ଘଟିଥିବା ଏହି ସଂଘର୍ଷ ପରଠାରୁ ବିରୋଧୀ ଦଳ ସରକାରଙ୍କ ଉପରେ ଆକ୍ରମଣ କରିଆସୁଛି । ଏହି ଘଟଣା ପରେ ସରକାର ଚୀନ୍‌କୁ ଭାରତୀୟ ଅଞ୍ଚଳ ପ୍ରଦାନ କରିଥିବା ଅଭିଯୋଗ କରୁଛି ବିରୋଧୀ ଦଳ କଂଗ୍ରେସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.