ETV Bharat / bharat

ସସପେନ୍ସ ମଧ୍ୟରେ ସାମ୍ନାକୁ ଆସିଲା ପାଇଲଟ କ୍ୟାମ୍ପର ବିଧାୟକଙ୍କ ଭିଡିଓ

ସାମ୍ନାକୁ ଆସିଛି ସଚିନ ପାଇଲଟ ସମର୍ଥକ ବିଧାୟକଙ୍କ ବିଡିଓ । ବିଜେପି ବନ୍ଦୀ କରିନଥିବା ସ୍ପଷ୍ଟ କଲେ ବିଧାୟକ । ଅଧିକ ପଢନ୍ତୁ...

ସସପେନ୍ସ ମଧ୍ୟରେ ସାମ୍ନାକୁ ଆସିଲା ପାଇଲଟ କ୍ୟାମ୍ପର ବିଧାୟକଙ୍କ ଭିଡିଓ
ସସପେନ୍ସ ମଧ୍ୟରେ ସାମ୍ନାକୁ ଆସିଲା ପାଇଲଟ କ୍ୟାମ୍ପର ବିଧାୟକଙ୍କ ଭିଡିଓ
author img

By

Published : Jul 24, 2020, 6:48 PM IST

ଜୟପୁର: ରାଜସ୍ଥାନ ରାଜନୀତିରେ ଜାରି ସଂଗ୍ରାମ ଏବେ ଚରମ ସ୍ଥିତିରେ ପହଞ୍ଚିଛି । ବିଧାନସଭା ଅଧିବେଶନକୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିବା ପରେ ଏବେ ରାଜଭାବନ ପରିସରରେ ଧାରଣା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମର୍ଥକ ବିଧାୟକ । ତେବେ ଏହି ସସପେନ୍ସ ମଧ୍ୟରେ ସାମ୍ନାକୁ ଆସିଛି ସଚିନ ପାଇଲଟ ସମର୍ଥକ ବିଧାୟକଙ୍କ ବିଡିଓ । ବିଜେପି ଏହି ବିଧାୟକଙ୍କୁ ବନ୍ଦୀ କରି ରଖିଥିବା ଅଭିଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ ଗେହଲଟ ।

ସସପେନ୍ସ ମଧ୍ୟରେ ସାମ୍ନାକୁ ଆସିଲା ପାଇଲଟ କ୍ୟାମ୍ପର ବିଧାୟକଙ୍କ ଭିଡିଓ

ରାଜସ୍ଥାନ ରାଜନୀତିର ହାଇଭୋଲଟେଜ ଡ୍ରାମା ମଧ୍ୟରେ ସଚିନ ପାଇଲଟଙ୍କ ସମର୍ଥକ ବିଧାୟକଙ୍କ ଭିଡିଓ ସାମ୍ନାକୁ ଆସିଛି । ବିଜେପି ବନ୍ଦୀ କରିନାହିଁ ବରଂ ଏମାନେ ନିଜ ଇଚ୍ଛାରେ ଦିଲ୍ଲୀରେ ରହୁଥିବା ବିଧାୟକମାନେ ଏହି ଭିଡିଓରେ କହିଛନ୍ତି ।

ସଚିନଙ୍କ କ୍ୟାମ୍ପର ବିଧାୟକ ସୁରେଶ ମୋଦି କହିଛନ୍ତି ଯେ ଅଶୋକ ଗେହଲଟ ଅଭିଯୋଗ ଆଣିଥିଲେ କଂଗ୍ରେସର କିଛି ବିଧାୟକଙ୍କୁ ବିଜେପି ବନ୍ଦୀ କରି ରଖିଛି । ଏହା ସମ୍ପୂର୍ଣ୍ଣ ମିଥ୍ୟା । ଆମେ ସ୍ପଷ୍ଟ କରୁଛୁ ଯେ ଆମେ ଆମ ନିଜ ଇଚ୍ଛାରେ ଏଠାରେ ଅଛୁ ।

ସେହିପରି ବିଧାୟକ ମୁରାରୀଲାଲ ମୀନା କହିଛନ୍ତି, ଆମେ ଦିଲ୍ଲୀରେ ଅଛୁ । ଆମେ ଅଶୋକ ଗେହଲଟଙ୍କ ସମ୍ପର୍କରେ ଏଯାଏ ଆସିନାହୁଁ । ତେବେ ସରକାରଙ୍କ ଇଙ୍ଗିତରେ ଏସଓଜିର କାର୍ଯ୍ୟାନୁଷ୍ଠାନକୁ ନେଇ ବିଧାୟକଙ୍କ ପରିବାର ଭୟରେ ଥିବା ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.