ETV Bharat / bharat

ପରିବା ହାଟରେ ମମତାଙ୍କ ସାମାଜିକ ଦୂରତ୍ବ ସଚେତନତା

author img

By

Published : Mar 26, 2020, 11:25 PM IST

ପରିବା ହାଟରେ ମମତାଙ୍କ ସାମାଜିକ ଦୂରତ୍ବ ସଚେତନତା । ପରିବା ବିକାଳୀ ଏବଂ ଲୋକଙ୍କୁ କଲେ ସଚେତନ । ଅଧିକ ପଢନ୍ତୁ...

Mamata Banerjee seen directing officials and vendors to practice social distancing
ପରିବା ହାଟରେ ମମତାଙ୍କ ସୋସିଆଲ ଡିସଷ୍ଟାନ୍ସିଂ ସଚେତନତା

କୋଲକାତା: ସାରା ଦେଶରେ କୋରୋନା ଭାଇରସ ନେଇ ଆତଙ୍କ । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହଠାତ ପରିବା ମାର୍କେଟରେ ପହଞ୍ଚି ସାମାଜିକ ଦୂରତ୍ବ ନେଇ ଲୋକଙ୍କୁ ଶିଖାଇଛନ୍ତି । ପଶ୍ଚିମବଙ୍ଗରେ ବର୍ତ୍ତମାନ ସୁଦ୍ଧା 10 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।

ଟ୍ବିଟରରେ ପୋଷ୍ଟ କରାଯାଇଥିବା ଏହି ଭିଡିଓରେ ମମତା ପରିବା ଦୋକାନ ସାମ୍ନାରେ ରାସ୍ତାକୁ ଓହ୍ଲାଇଛନ୍ତି। ସେଠାରେ କିଛି ଲୋକ ପରିବା କିଣିବା ପାଇଁ ଭିଡ ଜମାଉଥିବାର ଦେଖିବାକୁ ମିଳୁଛି। ମମତା ସେମାନଙ୍କୁ ସାମାଜିକ ଦୂରତ୍ବ ନେଇ ବୁଝାଇବା ସହ ଇଟା ଖଣ୍ଡେ ଆଣି ନିଜେ ରାସ୍ତାରେ ଗାର ପକାଇ ନିୟମ ମାନି ଚଳିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେ ନିଜେ ମଧ୍ୟ ମାର୍କେଟରେ ଉପସ୍ଥିତ ଲୋକଙ୍କ ଠାରୁ ସେ ଦୂରେଇ ରହୁଥିବା ଦେଖାଯାଇଛି । ଉପସ୍ଥିତ ଥିବା ଲୋକେ ତାଙ୍କ କଥା ମନ ଦେଇ ଶୁଣୁଥିବା ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.