ETV Bharat / bharat

ବଂଶୀ ବଜାଇ ବିହୁର ତାଳେ ତାଳେ ଝୁମିଲେ କୋରୋନା ରୋଗୀ, ଭିଡିଓ ଭାଇରାଲ

author img

By

Published : Jul 24, 2020, 7:08 AM IST

ହସଖୁସିର ମାହୋଲ। ସମସ୍ତେ ମସ୍ତିରେ ମସଗୁଲ। ବଂଶୀ ବଜାଇ ବିହୁର ତାଳେ ତାଳେ ପାଦ ପକାଉଛନ୍ତି ସମସ୍ତେ। ଏ ଦୃଶ୍ୟ ହେଉଛି ଆସାମ ଦିବ୍ରୁଗଡ କ୍ବାରେଣ୍ଟିନ ସେଣ୍ଟରର। ଯେଉଁଠି କୋରୋନା ରୋଗୀମାନେ ଏପରି କାର୍ଯ୍ୟକ୍ରମରେ ବ୍ୟସ୍ତ ରହି ସମୟ ବିତାଉଛନ୍ତି। ଅଧିକ ଖବର ପଢନ୍ତୁ...

ବଂଶୀ ବଜାଇ ବିହୁର ତାଳେ ତାଳେ ଝୁମିଲେ କୋରୋନା ରୋଗୀ, ଭିଡିଓ ଭାଇରାଲ
ବଂଶୀ ବଜାଇ ବିହୁର ତାଳେ ତାଳେ ଝୁମିଲେ କୋରୋନା ରୋଗୀ, ଭିଡିଓ ଭାଇରାଲ

ଗୌହାଟୀ: ତାଳିମାଡ ସହ ବଂଶୀର ସ୍ବର। ନାଚଗୀତରେ ମସଗୁଲ ସଭିଏଁ। ବାହାରୁ ଶୁଣିଲେ ଯିଏ ଭାବିବ କୌଣସି ଉତ୍ସବର ଆୟୋଜନ ଚାଲିଛି। ହେଲେ ଏହା କୌଣସି ମହୋତ୍ସୋବ ବି ଉତ୍ସବ ନୁହେଁ ବରଂ କ୍ବାରେଣ୍ଟିନ ସେଣ୍ଟରରେ ରହୁଥିବା କୋରୋନା ରୋଗୀଙ୍କ କଳାକୃତି। ରୋଗକୁ ନଡରି ସମସ୍ତେ ସୁସ୍ଥ ଲୋକଙ୍କ ପରି ବିଭିନ୍ନ କଳାକୃତ୍ତିରେ ବ୍ୟସ୍ତ ଅଛନ୍ତି । ଯାହାକୁ ଦେଖିଲେ କୋରୋନା ନାଁ ଶୁଣି ଡରୁଥିବା ଲୋକଙ୍କ ମନରେ ମଧ୍ୟ ସବୁ ଭୟ ଛୁ ମନ୍ତର ହୋଇଯିବ।

ନାଚ ଗୀତରେ ମସଗୁଲ ରହିଥିବା କୋରୋନା ରୋଗୀଙ୍କ ଏହି ଦୃଶ୍ୟ ହେଉଛି ଆସାମ ଦିବ୍ରୁଗଡ କ୍ବାରେଣ୍ଟିନ ସେଣ୍ଟରର। ଯେଉଁଠି ରହିଥିବା ଅନ୍ତେବାସୀ ମାନେ ପରସ୍ପର ଠାରୁ ସାମାଜିକ ଦୂରତା ରକ୍ଷା କରି ଏପରି ସାଂସ୍କୃତିକ କାର୍ଯ୍ୟକ୍ରମ କରୁଛନ୍ତି।

ଆସାମର ପାରମ୍ପରିକ ବିହୁ ନୃତ୍ୟୁ ସାଙ୍ଗକୁ ବଂଶୀ ବଜାଇ ସମସ୍ତେ ଏହି ସଙ୍ଗରୋଧ ଅବଧିର ଖୁବ୍ ମଜ୍ଜା ନେଉଛନ୍ତି। ତେବେ ଏପରି ଦୃଶ୍ୟ ପୂର୍ବରୁ ଅନେକ ବାର ଭାଇରାଲ ହୋଇଛି। କେଉଁଠି ସଙ୍ଗରୋଧ ଗୃହରେ ଅନ୍ତାକ୍ଷରୀ ତ ଆଉ କେଉଁଠି ଧୁମଧଡକା ଡ୍ୟାନ୍ସ। କିଛି ଲୋକ ଏହାକୁ ବିରୋଧ କରୁଥିବା ବେଳେ ଆଉ କିଛି ସମର୍ଥନ କରୁଛନ୍ତି।

ମୋଟା ମୋଟି ଭାବେ ଦେଖିବାକୁ ଜଣେ ବ୍ୟକ୍ତି ଯଦି କୋରୋନାକୁ ନଡରି ଏହାକୁ ହସି ହସି ବିଦାୟ ଦେବା ଜରୁରୀ। ଯାହାଫଳରେ ସେ ମାନସିକ ଓ ଶାରୀରିକ ସ୍ତରରେ ସେ ଯଥା ଶୀଘ୍ର ସୁସ୍ଥ ହୋଇଯିବ। ଏହି ଅୃଦୃଶ୍ୟ ମହାମାରୀ ପାଇଁ ଏପର୍ଯ୍ୟନ୍ତ ଔଷଧ ବାହାରିନଥିବା ବେଳେ ମାନସିକ ସ୍ତରରେ ମଜବୁତ୍ ଓ ନିର୍ଭୟ ରହିବା ଜରୁରୀ। ଦିନେ ଦିନେ ଏ ପରିସ୍ଥିତି ପଳେଇବ ଓ ସମସ୍ତେ ପୁଣି ଥରେ ସାଧାରଣ ଜୀବନଯାପନ କରିବେ। ଏଥିପାଇଁ କୋରୋନାକୁ ନଡରି ଏହାକୁ ଡରାଇବା ଜରୁରୀ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.