ETV Bharat / bharat

ପାକିସ୍ତାନ ମିଛର ପର୍ଦ୍ଦାଫାଶ, ISI ଅଧିକାରୀ ଅଛି ହିଜବୁଲ ମୁଖ୍ୟ ସଲାହୁଦ୍ଦିନ

ପାକିସ୍ତାନର ମିଛକୁ ପର୍ଦ୍ଦାଫାଶ କରିଛନ୍ତି ଭାରତର ଗୁଇନ୍ଦା ସଂସ୍ଥା । ଏକ ଦସ୍ତାବିଜରେ ହିଜବୁଲର ମୁଜାହିଦ୍ଦିନର ମୁଖ୍ୟ ଆତଙ୍କବାଦୀ ସୈୟଦ ସଲାହୁଦ୍ଦିନ ଆଇଏସଆଇଏସ ଅଧିକାରୀ ବୋଲି ସ୍ବୀକାର କରିଛି ପାକିସ୍ତାନ । ଅଧିକ ପଢନ୍ତୁ...

author img

By

Published : Sep 6, 2020, 3:16 PM IST

ପାକିସ୍ତାନ ମିଛର ପର୍ଦ୍ଧାଫାସ, ISI ଅଧିକାରୀ ଅଛି ହିଜବୁଲ ମୁଖ୍ୟ ସଲାହୁଦ୍ଦିନ

ନୂଆଦିଲ୍ଲୀ: ପାକିସ୍ତାନର ଆଇଏସଆଇଏସ ଗୁଇନ୍ଦା ସଂସ୍ଥା ନାଁରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇଆସୁଥିବା ଖବର କାହାକୁ ଅଛପା ନାହିଁ । ଏହାକୁ ସବୁବେଳେ ପ୍ରତ୍ୟାଖ୍ୟାନ କରିଆସିଛି ପାକିସ୍ତାନ । ଏପରିସ୍ଥିତିରେ ପାକିସ୍ତାନର ଏହି ମିଛର ପର୍ଦ୍ଦାଫାଶ କରିଛି ଭାରତର ଗୁଇନ୍ଦା ସଂସ୍ଥା ।

ଭାରତୀୟ ଗୁଇନ୍ଦା ସଂସ୍ଥା ହାତରେ ଲାଗିଥିବା ଏକ ଦସ୍ତାବିଜରେ ହିଜବୁଲର ମୁଜାହିଦ୍ଦିନର ମୁଖ୍ୟ ଆତଙ୍କବାଦୀ ସୈୟଦ ସଲାହୁଦ୍ଦିନ ଆଇଏସଆଇଏସ ଅଧିକାରୀ ବୋଲି ସ୍ବୀକାର କରିଛି ପାକିସ୍ତାନ । ଦସ୍ତାବିଜରେ ସଲାହୁଦ୍ଦିନକୁ ନେଇ ସୁରକ୍ଷା ସମ୍ବନ୍ଧୀୟ ଆଦେଶ ଦିଆଯାଇଛି । 2019ର ଏହି ଦସ୍ତାବିଜରେ କୁହାଯାଇଛି ଯେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇଏସର ଜଣେ ଅଧିକାରୀ ଓ ବିନା କାରଣରେ ତାର ଗାଡିକୁ ନ ରୋକାଯାଉ ।

ଭାରତର ଅନେକ ଆତଙ୍କବାଦୀ ଆକ୍ରମଣ ପଛରେ ସଲାହୁଦ୍ଦିନର ହାତ ରହିଛି । 2016 ପଠାନକୋଟ ଆକ୍ରମଣରେ ସଲାହୁଦ୍ଦିନ ମାଷ୍ଟରମାଇଣ୍ଡ ଥିବା ବେଳେ ଆମେରିକା ପକ୍ଷରୁ ତାକୁ ଆତଙ୍କବାଦୀ ଘୋଷଣା କରାଯାଇସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.