ETV Bharat / bharat

ପାକ ପ୍ରଧାନମନ୍ତ୍ରୀଙ୍କୁ ଉପରାଷ୍ଟ୍ରପତିଙ୍କ ଟାର୍ଗେଟ

ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନରେ ଆତଙ୍କବାଦୀ ଥିବା ନେଇ ସ୍ବୀକାର କରିଥିଲେ । ଦେଶରେ 30ରୁ 40 ହଜାର ଆତଙ୍କବାଦୀଙ୍କୁ ଟ୍ରେନିଂ ଦିଆଯିବା କଥା ମଧ୍ୟ ସେ ମାନିଥିଲେ ।

author img

By

Published : Jul 26, 2019, 10:15 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆତଙ୍କବାଦୀ ମନ୍ତବ୍ୟକୁ ନେଇ ଉପରାଷ୍ଟ୍ରପତି ସମାଲୋଚନା କରିଛନ୍ତି । ରାଜ୍ୟସଭା ସଦସ୍ୟ ନରେନ୍ଦ୍ର ଯାଦବଙ୍କ ପୁସ୍ତକ ରିଲିଜ ପାଇଁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ନାଇଡୁ କହିଛନ୍ତି ଯେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା କିଛି ଦେଶର ରାଷ୍ଟ୍ରନୀତି ପାଲଟିଯାଇଛି ।

ଏହାସହ ସେ କହିଛନ୍ତି ଯେ ଏପରି ଦେଶ ଆତଙ୍କବାଦକୁ ସହାୟତା ଦେବା ସହ ଟ୍ରେନିଂ ଏବଂ ଅର୍ଥ ମଧ୍ୟ ଯୋଗାଇଆସୁଛି । ପାକିସ୍ତାନରେ 30ରୁ 40 ହଜାର ଆତଙ୍କବାଦୀ ଥିବା କଥା ପାକ୍ ପ୍ରଧାନମନ୍ତ୍ରୀ ସ୍ବୀକାର କରିବା ନିଶ୍ଚିତ ଖୁସିର କଥା । ଏପରିକି ସେମାନଙ୍କୁ ସେଠାରେ ଟ୍ରେନିଂ ଦିଆଯାଉଥିବା କଥା ମଧ୍ୟ ଠିକ । କିନ୍ତୁ ସେ ଭୁଲ ସ୍ଥାନ ଅନୁମାନ କରିଛନ୍ତି ବୋଲି ନାଇଡୁ କହିଛନ୍ତି ।

କାରଣ ଆତଙ୍କବାଦୀଙ୍କୁ ପାକ ଅଧିକୃତ କାଶ୍ମୀରରେ ଟ୍ରେନିଂ ଦିଆଯାଉଛି, ଭାରତରେ ଥିବା କାଶ୍ମୀରରେ ନୁହେଁ । ଏହାକୁ ପାକ୍ ସରକାର ବୁଝିବା ସହ ଏହା ଉପରେ କଡା ପଦକ୍ଷେପ ନେବା ମଧ୍ୟ ଆବଶ୍ୟକ ରହିଛି । ଏହା ଆପଣଙ୍କ ଦେଶ ଉପରେ ମଧ୍ୟ ଖରାପ ପ୍ରଭାବ ପକାଉଛି । ଯଦି ଆପଣ ଭାରତୀୟ ପୌରାଣିକ କଥା ଉପରେ ବିଶ୍ବାସ ରଖିଛନ୍ତି ତେବେ ଏହା ଭସ୍ମାଶୂର ପରି ଅଟେ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।

ପ୍ରକାଶ ଥାଉ କି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ତିନି ଦିନିଆ ଆମେରିକା ଗସ୍ତ ଅବସରରେ କହିଥିଲେ ଯେ ପୁଲୱାମା ହମଲା ଘଟଣା ପଛରେ ଜୈଶର ହାତ ଥିବା ନେଇ ପାକିସ୍ତାନ ମୁଣ୍ଡରେ ଦୋଷ ବୋଳା ଯାଇଥିଲା । କିନ୍ତୁ ଜୈଶ-ଇ-ମହମ୍ମଦ ପାକିସ୍ତାନ ସହ ଭାରତରେ ମଧ୍ୟ ସକ୍ରିୟ ଅଛି ।

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.