ETV Bharat / bharat

ଦିଲ୍ଲୀ ଡାକ୍ତରଖାନାରେ କୋରୋନା ଚିକିତ୍ସା ପାଇଁ ଦରକାର ଏହିସବୁ ଦସ୍ତାବିଜ... - documents required for corona treatment in delhi

କେବଳ ଦିଲ୍ଲୀବାସୀ ହିଁ ଦିଲ୍ଲୀର ସରକାରୀ ହସପିଟାଲରେ ଚିକିତ୍ସା କରିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ହେଲେ ଏଥିପାଇଁ ଦରକାର ଭୋଟର ଆଇଡି, ବ୍ୟାଙ୍କ/ପୋଷ୍ଟ ଅଫିସର ପାସବୁକ, ରାସନ କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଭଳି ଦସ୍ତାବିଜ ।

ଦିଲ୍ଲୀରେ କୋରୋନା ଚିକିତ୍ସା କରିବାକୁ ଦରକାର ଏହିସବୁ ଦସ୍ତାବିଜ

author img

By

Published : Jun 8, 2020, 1:56 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 28 ହଜାର ଟପିଲାଣି । ଏହାରି ଭିତରେ ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ଏକ ଆଦେଶ ଜାରି କରିଛି । ଏହି ନିର୍ଦ୍ଦେଶ ମୁତାବକ ଦିଲ୍ଲୀ ହସପିଟାଲରେ ଲୋକଙ୍କୁ କିଛି ଦସ୍ତାବିଜ ଦାଖଲ କରିବାକୁ ପଡିବ । ଯାହା ପରେ ହିଁ ସମ୍ପୃକ୍ତ ରୋଗୀଙ୍କର ଚିକିତ୍ସା ହୋଇପାରିବ ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ଏହା ଘୋଷଣା କରିଛନ୍ତି ଯେ ଦିଲ୍ଲୀବାସୀ ହିଁ ଦିଲ୍ଲୀର ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେବେ। ଏହାପରେ ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ଏବେ ଏହା ଜଡିତ ଅନ୍ୟ ବିସ୍ତୃତ ଆଦେଶ ଜାରି କରିଛନ୍ତି ।

ଯଦି ଦିଲ୍ଲୀବାସୀ ହସପିଟାଲରେ ଚିକିତ୍ସା କରିବା ପାଇଁ ଚାହୁଁଛନ୍ତି ତେବେ ତାଙ୍କୁ କିଛି ଦସ୍ତାବିଜର ଆବଶ୍ୟକ ରହିଛି । ଚିକିତ୍ସା ପାଇଁ କିଛି ପ୍ରମାଣ ପତ୍ର ଦରକାର ପଡିବ । ସେଗୁଡିକ ହେଉଛି ଭୋଟର ଆଇଡି, ବ୍ୟାଙ୍କ/ପୋଷ୍ଟ ଅଫିସର ପାସବୁକ, ରାସନ କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ଇନକମ ଟ୍ୟାକ୍ସ ରିଟର୍ନର କାଗଜପତ୍ର ।

ଏହାଛଡା ରୋଗୀ କିମ୍ବା ରୋଗୀଙ୍କ କେହି ପରିଜନଙ୍କର ପାଣି, ବିଜୁଳି, ଫୋନ, ଗ୍ୟାସ କନେକସନ ବିଲ, ରୋଗୀଙ୍କ ଘର ଠିକଣାରେ ଆସିଥିବା ଡାକ ବିଭାଗର କିଛି ଚିଠି ଦରକାର ପଡିବ । ସେପଟେ ନାବାଳକ/ନାବାଳିକା ମାମଲାରେ ତାଙ୍କ ଅଭିଭାବକଙ୍କ ନାଁରେ ଥିବା ଯେକୌଣସି ଉପରୋକ୍ତ କାଗଜପତ୍ର, ଏହାସହ 7 ଜୁନ 2020 ପୂର୍ବରୁ ତିଆରି ଆଧାରକାର୍ଡ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.