ETV Bharat / bharat

BSP ବଦଳରେ BJPକୁ ଭୋଟ୍ ଦେଇ ଆଙ୍ଗୁଠି କାଟିଲେ ଯୁବକ

ନିଜ ପ୍ରିୟ ନେତାଙ୍କୁ ଭୋଟ୍ ଦେବା ବଦଳରେ ଅନ୍ୟ ଦଳୀୟ ଚିହ୍ନରେ ଭୋଟ୍ ଦେଇ ଆଙ୍ଗୁଠି କାଟିଲେ ଯୁବକ। ଉତ୍ତରପ୍ରଦେଶରେ ଏଭଳି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରତିକାତ୍ମକ ଫଟୋ
author img

By

Published : Apr 19, 2019, 9:02 AM IST

ପ୍ରୟାଗରାଜ: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ନେଇ ସାରା ଦେଶରେ ଖୁସିର ମାହୋଲ ଥିବା ବେଳେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା। ଶିକାରପୁର ନିର୍ବାଚନ କ୍ଷେତ୍ରରେ ଜଣେ ବ୍ୟକ୍ତି ବିଏସପି ବଦଳରେ ଭୁଲ୍‌ରେ ବିଜେପିକୁ ଭୋଟ୍‌ ଦେଇଥିଲେ । ନିଜ ଭୁଲ୍‌କୁ ନେଇ ପଶ୍ଚାତାପ କରି ଭୋଟ୍‌ ଦେଇଥିବା ଆଙ୍ଗୁଠିକୁ କାଟି ଦେଇଛନ୍ତି । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବୁଲନ୍ଦସହରର ଅବଦୁଲ୍ଲାପୁର ହୁଲାସନ ଗାଁର 25 ବର୍ଷିୟ ପବନ କୁମାର ଏଭଳି କାଣ୍ଡ ଭିଆଇଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ଯୁବକ ବସପାର ପ୍ରାର୍ଥୀ ଯୋଗେଶ ବର୍ମାଙ୍କୁ ସମର୍ଥନ କରିଆସୁଥିଲେ। ହେଲେ ଭୋଟ୍ ଦେବା ସମୟରେ ଭୁଲ୍ ବଶତଃ ବିଏସପି ବଦଳରେ ସେଠାକାର ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ। ନିଜର ଏହି ଭୁଲକୁ ନେଇ ସେ ଅତ୍ୟନ୍ତ ଦୁଃଖିତ ହୋଇପଡିଥିଲେ। ଏହାର ପ୍ରାୟଶ୍ଚିତ କରିବା ପାଇଁ ଯେଉଁ ଆଙ୍ଗୁଠିରେ ଭୋଟ୍ ଦେଇଥିଲେ, ସେହି ଆଙ୍ଗୁଠିକୁ କାଟି ଦେଇଥିଲେ । ଏହାପରେ ସୋସିଆଲ ମିଡିଆରେ ସେହି ଭିଡିଓକୁ ଅପଲୋଡ୍ କରିଥିଲେ। ନିଜ୍ ଭୁଲ୍‌ର ପଶ୍ଚାତାପ କରିଥିବା ଉଲ୍ଲେଖ କରିଥିଲେ। ତେବେ ଏ ସମ୍ପର୍କିତ ଏକ ରିପୋର୍ଟ ଗଣମାଧ୍ୟମରେ ମଧ୍ୟ ପ୍ରକାଶିତ ହୋଇଥିଲା ।

Intro:Body:

dhrd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.