ETV Bharat / bharat

ଭାଇଜାଗ୍‌ ଗ୍ୟାସ୍‌ ଟ୍ରାଜେଡୀ: ଆସନ୍ତା ସପ୍ତାହରେ ଆବେଦନ ଶୁଣାଣୀ ପାଇଁ ଆନ୍ଧ୍ର ହାଇକୋର୍ଟକୁ ନିର୍ଦ୍ଦେଶ - vizag-gas-leak-incident

ଏଲଜି ପଲିମର ଗ୍ୟାସ ଲିକ୍ ଘଟଣାରେ 3ଟି ଆବେଦନର ଶୁଣାଣି ଆସନ୍ତା ସପ୍ତାହରେ କରାଯିବ। ଏନେଇ ସୋମବାର ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିଶାପାଟନମ୍ ଗ୍ୟାସ ଲିକ୍ ଘଟଣାର ଶୀଘ୍ର ଶୁଣାଣୀ ପାଇଁ ଆନ୍ଧ୍ର ହାଇକୋର୍ଟକୁ ନିର୍ଦ୍ଦେଶ

author img

By

Published : Jun 15, 2020, 2:56 PM IST

ବିଶାପାଟନମ୍: ଏଲଜି ପଲିମର ଗ୍ୟାସ ଲିକ୍ ଘଟଣାରେ 3ଟି ଆବେଦନର ଶୁଣାଣି ଆସନ୍ତା ସପ୍ତାହରେ କରାଯିବ। ଏନେଇ ସୋମବାର ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମେ 7 ତାରିଖରେ ବିଷାକ୍ତ ଗ୍ୟାସ ଲିକ୍ ଘଟଣାରେ 11 ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଥିଲେ।

ଜଷ୍ଟିସ୍ ୟୁୟୁ ଲଲିତଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହା ମଧ୍ୟ କହିଛି ଯେ ପରିବେଶ ଉପରେ ପ୍ରଭାବ ପକାଇଥିବା ଘଟଣାର କାରଣ ଦର୍ଶାଅ ନୋଟିସ ନେବାକୁ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନଜିଟି) ର କ୍ଷମତା ଅଛି।

ଏହି ଗ୍ୟାସ୍ ଲିକ୍ ଟ୍ରାଜେଡି ମାମଲାର ତଦାରଖ କରିବା ପାଇଁ ଏକ ମନିଟରିଂ କମିଟି ଗଠନ କରିଥିବା ଏନଜିଟିର ଆଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତ ଏଲଜି ପଲିମର୍ସଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି କରିଛନ୍ତି।

ଆପେକ୍ସ କୋର୍ଟ କହିଛନ୍ତି ଯେ, ଏଲଜି ପଲିମର୍ସ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କୁ ବର୍ତ୍ତମାନ କର୍ତ୍ତୃପକ୍ଷଙ୍କ ନିକଟରେ ଜମା ହୋଇଥିବା ସେମାନଙ୍କ ନିର୍ଦ୍ଦେଶକଙ୍କ ପାସପୋର୍ଟ ମୁକ୍ତ କରିବା ପାଇଁ ମଧ୍ୟ ସ୍ଥାନାନ୍ତର କରିପାରିବେ।

କମ୍ପାନୀ ଏହାର ଆବେଦନରେ ପ୍ଲାଣ୍ଟକୁ ପରିସରକୁ ପ୍ରବେଶ କରିବା ପାଇଁ ନିର୍ଦ୍ଦେଶ ଲୋଡିଛି। ହେଲେ ମେ 7 ର ଉକ୍ତ ଘଟଣାକୁ ସମ୍ପୂର୍ଣ୍ଣ ତଦାରଖ ପରେ କମିଟିରେ ଏହାର ଜବାବ ଦିଆଯାଇପାରିବ ବୋଲି ବେଞ୍ଚ ନିଶ୍ଚିତ କରିଛି।

ସୂଚନା ଥାଉକି, ଗ୍ୟାସ ଲିକ୍ ଘଟଣାର ତଦନ୍ତ ପାଇଁ ନିଯୁକ୍ତି କମିଟି ବ୍ୟତିତ ଅନ୍ୟ କେହି ବି କମ୍ପାନୀ ପରିସରକୁ ପ୍ରବେଶ କରିପାରିବେ ନାହିଁ। ଏହାସହ କମ୍ପାନୀର ମାଲିକ ମାନଙ୍କ ବିଦେଶ ଗସ୍ତ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.