ETV Bharat / bharat

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଭିଟାମିନ 'ସି' - Vitamin C

ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି, ହୃଦ୍‌ରୋଗ, ପ୍ରସବକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ଚକ୍ଷୁ ରୋଗ ଏବଂ ଚର୍ମର କୁଞ୍ଚନକୁ ଠିକ କରିବାରେ ସହାୟକ ହୋଇପାରେ। ଅଧିକ ପଢନ୍ତୁ...

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଭିଟାମିନ 'ସି'

author img

By

Published : Apr 29, 2020, 5:09 PM IST

ହାଇଦ୍ରାବାଦ: ସମସ୍ତେ କୋରୋନା ଦାୟୁରୁ ରକ୍ଷା କରିବା ପାଇଁ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବାରେ ବ୍ୟସ୍ତ ଅଛନ୍ତି । କେଉଁ ଜିନିଷ ପ୍ରତିରୋଧକ ଶକ୍ତିକୁ ଆହୁରି ଶକ୍ତିଶାଳୀ କରିବ ସେନେଇ ଆୟୁଷ ମନ୍ତ୍ରଣାଳୟ ଦ୍ବାରା କେତେକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି । ଏହି ନିର୍ଦ୍ଦେଶାବଳୀ ବ୍ୟତୀତ, ଆପଣ ଆପଣଙ୍କର ଦୈନନ୍ଦିନ ଖାଦ୍ୟରେ ଭିଟାମିନ୍ ସି ଅନ୍ତର୍ଭୁକ୍ତ କରିପାରିବେ । ଭିଟାମିନ୍ ସି ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ଲାଭଦାୟକ ପ୍ରମାଣିତ ହୁଏ ।

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଭିଟାମିନ 'ସି'
ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଭିଟାମିନ 'ସି'

ଭିଟାମିନ୍ ସି ର ଫାଇଦା

ସୂଚନାମୁତାବକ, ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି, ହୃଦ୍‌ରୋଗ, ପ୍ରସବକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ଚକ୍ଷୁ ରୋଗ ଏବଂ ଚର୍ମର କୁଞ୍ଚନକୁ ଠିକ କରିବାରେ ସହାୟକ ହୋଇପାରେ। ମିଶିଗନ୍ ୟୁନିଭରସିଟିର ଏମ୍.ପି.ଏଚ୍, ଅନୁସନ୍ଧାନକାରୀ ମାର୍କ ମୋଏଡ୍ କୁହନ୍ତି, "ଭିଟାମିନ୍ ସି ଉପରେ ଅଧିକ ଧ୍ୟାନ ଦିଆଯାଇଛି ଏବଂ ଉତ୍ତମ କାରଣ ସହିତ ଭିଟାମିନ୍ ସି ର ଉଚ୍ଚ ରକ୍ତ ସ୍ତର ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଏକ ଆଦର୍ଶ ପୋଷଣ ଚିହ୍ନ ହୋଇପାରେ।

ଏହି ଖାଦ୍ୟକୁ ଆପଣଙ୍କର ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ

ସାଇଟ୍ରସ୍ ଫଳ ଯେପରିକି ଲେମ୍ବୁ, କମଳା, ଅଁଳା, ଅଙ୍ଗୁର ଇତ୍ୟାଦିରେ ପ୍ରଚୁର ପରିମାଣର ଭିଟାମିନ୍ ସି ମିଳିଥାଏ । ଏହି ସବୁ ଖାଦ୍ୟ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇପାରିବ ।

ପାଳଙ୍ଗ

ଲୌହର ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଉଥିବା ପାଳଙ୍ଗ ସାଗରେ ଭିଟାମିନ୍ ସି ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ । ନିୟମିତ ଭାବେ ପାଳଙ୍ଗ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଶକ୍ତିଶାଳୀ ହୋଇପାରେ । କର୍କଟ, ଆର୍ଥ୍ରାଇଟିସ୍ ଏବଂ ଅଷ୍ଟିଓପୋରୋସିସ୍ ରୋଗୀଙ୍କୁ ପାଳଙ୍ଗ ଖାଇବାକୁ ପରାମର୍ଶ ଦିଆଯାଇଛି ।

କିସମିସ

କିସମିସ୍ ଗ୍ରହଣ କେବଳ ଆପଣଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଏ ନାହିଁ, ଏହା ଖଣିଜ ଅବଶୋଷଣରେ ମଧ୍ୟ ସାହାଯ୍ୟ କରେ ।

ହଳଦିଆ କ୍ୟାପସିକମ

କିଛି ଲୋକ ହଳଦିଆ କ୍ୟାପସିକମର ସ୍ୱାଦ ପସନ୍ଦ କରନ୍ତି ନାହିଁ । ହଳଦିଆ କ୍ୟାପସିକମରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ। ଦୈନନ୍ଦିନ ଖାଦ୍ୟରେ କେବଳ ଗୋଟିଏ ହଳଦିଆ କ୍ୟାପସିକମ୍ ମିଶାଇ ଖାଇଲେ ଭିଟାମିନ୍ ସି ଅଭାବରୁ ମୁକ୍ତି ମିଳିପାରିବ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ହଳଦିଆ କ୍ୟାପସିକମରେ ପ୍ରାୟ 341 ମିଗ୍ରା ଭିଟାମିନ୍ ସି ଥାଏ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.