ETV Bharat / bharat

ବିଶାଖାପାଟନମରେ ବିଷାକ୍ତ ଗ୍ୟାସ ଲିକ: 10 ମୃତ, 1000 ଅସୁସ୍ଥ - ବିଶାଖାପାଟନମରେ ବିଷାକ୍ତ ଗ୍ୟାସ୍ ଲିକ୍

ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ ଏକ ଫାର୍ମା କମ୍ପାନୀରେ ଗ୍ୟାସ ଲିକ୍ । 10 ମୃତ, 1000 ଅସୁସ୍ଥ । ଦିନ 11ଟାରୁ ପରିଚାଳନା କମିଟି ସହ ଚାଲିଛି ମୋଦିଙ୍କ ସ୍ବତନ୍ତ୍ର ବୈଠକ ।

visakhapatnam gas leakage
ବିଶାଖାପାଟନମରେ ବିଷାକ୍ତ ଗ୍ୟାସ୍ ଲିକ୍
author img

By

Published : May 7, 2020, 9:23 AM IST

Updated : May 7, 2020, 2:55 PM IST

ବିଶାଖାପାଟନମ: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ ଏକ ଫାର୍ମା କମ୍ପାନୀରେ ଗ୍ୟାସ ଲିକ୍ ମାମଲା ସାମ୍ନାକୁ ଆସିଛି। ଆଜି ସକାଳେ ଏହି ଘଟଣା ଘଟିଛି। ଏବେ ସୁଦ୍ଧା 10 ଜଣଙ୍କ ମୃତ୍ୟୁ ହୋଇଥିବା ଏନଡିଆରଏଫ୍ ଡିଜି ପ୍ରକାଶ ପାଇଛି ଏହାସହ ପ୍ରାୟ 1000 ଏହି ଘଟଣାରେ ଅସୁସ୍ଥ। ଅନ୍ୟପକ୍ଷେ 1500ରୁ ଉର୍ଦ୍ଧ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଉଛି । ଏହା ପରେ ସମଗ୍ର ସହରରେ ଉତ୍ତେଜନା ଦେଖାଦେଇଛି । ଅବସ୍ଥା ଏପର୍ଯ୍ୟନ୍ତ ନିୟନ୍ତ୍ରଣରେ ନାହିଁ। ସ୍ଥାନୀୟ ପ୍ରଶାସନ ଏବଂ ନୌସେନା କାରଖାନା ପାଖରେ ଥିବା ସମସ୍ତ ଗ୍ରାମକୁ ଖାଲି କରିଛନ୍ତି।

ବିଶାଖାପାଟନମରେ ବିଷାକ୍ତ ଗ୍ୟାସ ଲିକ: 10 ମୃତ, 1000 ଅସୁସ୍ଥ

ଆର.ଆର ଭେଙ୍କଟାପୁରମରେ ଅବସ୍ଥିତ ବିଶାଖା ଏଲଜି ପଲିମର କମ୍ପାନୀରୁ ବିପଜ୍ଜନକ ବିଷାକ୍ତ ଗ୍ୟାସ ଲିକ ହୋଇଛି। ଏହି ବିଷାକ୍ତ ଗ୍ୟାସ ଯୋଗୁଁ କାରଖାନାର ତିନି କିଲୋମିଟର ପ୍ରଭାବିତ ହୋଇଛି । ଏହି ସମୟରେ ପାଞ୍ଚଟି ଗାଁକୁ ସ୍ଥାନାନ୍ତର କରାଯାଇଛି। ଶତାଧିକ ଲୋକ ମୁଣ୍ଡବିନ୍ଧା, ବାନ୍ତି ଏବଂ ଶ୍ବାସ ନେବାରେ ଅସୁବିଧା ସହିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସରକାରୀ ଡାକ୍ତରଖାନାରେ 10 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 20 ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏଥିରେ ମୁଖ୍ୟତଃ ବୟସ୍କ ଓ ଶିଶୁ ରହିଛନ୍ତି । 150-170 ଜଣଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ବ୍ୟତୀତ ଅନେକ ଲୋକଙ୍କୁ ଗୋପାଳପୁରମର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 1500-2000 ଶଯ୍ୟା ବ୍ୟବସ୍ଥା କରାଯାଇଛି ।

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଦିନ 11 ଟାରେ ଏହି ଘଟଣା ସମ୍ପର୍କରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଡାକିଥିଲେ । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଯେ ଗୃହ ମନ୍ତ୍ରଣାଳୟ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏହି ଘଟଣାର ତଦାରଖ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ମଧ୍ୟ ଜର୍ଜ ହସ୍ପିଟାଲରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ସେ କହିଛନ୍ତି, ‘ମୁଁ ଗୃହ ମନ୍ତ୍ରଣାଳୟର ଅଧିକାରୀ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧିକାରୀଙ୍କ ସହ ବିଶାଖାପାଟନମ୍ ସ୍ଥିତିର ପରିସ୍ଥିତି ଉପରେ ନଜର ରଖିଛି। ମୁଁ ସମସ୍ତଙ୍କୁ ସୁରକ୍ଷିତ ଓ ମଙ୍ଗଳ କାମନା କରୁଛି’। ଅନ୍ୟପକ୍ଷେ ଭାରତୀୟ ନୌସେନା 5ଟି ଅଧିକ ଅମ୍ଲଜାନ ଗ୍ୟାସ ଜର୍ଜ ହସ୍ପିଟାଲକୁ ପଠାଇଛି । ଖବର ଅନୁଯାୟୀ, ନାଭାଲ୍ ଡକୟାର୍ଡ ବିଶାଖାପାଟନମ୍ (NDV) ର ଟେକ୍ନିକାଲ୍ ଟିମ୍ ହସ୍ପିଟାଲରେ ଅଛନ୍ତି, ଶ୍ବାସକ୍ରିୟାରେ ଅସୁବିଧା ଭୋଗୁଥିବା ଶହ ଶହ ଲୋକଙ୍କୁ ଅମ୍ଳଜାନ ଯୋଗାଇବା ପାଇଁ ଶୀଘ୍ର ବ୍ୟବସ୍ଥା କରିଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ଏହାସହ ଗୁରୁତରଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଅନ୍ୟପକ୍ଷେ ପ୍ରାୟ 27 NDRF ନିୟୋଜିତ ଥିବା ବେଳେ 80-90 ପ୍ରତିଶତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ କର୍ମଚାରୀମାନେ ଘରୁ ବାହାରକୁ ଯାଇ ଏକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଅନୁରୋଧ କରୁଛନ୍ତି। ଏଥିସହ ପ୍ରଭାବିତ ଅଞ୍ଚଳକୁ ନ ଯିବାକୁ ଲୋକଙ୍କୁ ନିବେଦନ କରାଯାଇଛି।

ଏଥିସହ ରାହୁଲ ଗାନ୍ଧୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ କଂଗ୍ରେସ କର୍ମୀଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ରାହୁଲ କହିଛନ୍ତି, ‘ମୁଁ କଂଗ୍ରେସ କର୍ମୀ ଏବଂ ନେତାମାନଙ୍କୁ ନିବେଦନ କରୁଛି ଯେ ପ୍ରଭାବିତ ଲୋକଙ୍କୁ ସମସ୍ତ ସାହାଯ୍ୟ ଯୋଗାଇ ଦିଅନ୍ତୁ ’।

କେନ୍ଦ୍ର ଗୃହମନ୍ତ୍ରୀ ଜି. କିଶନ ରେଡ୍ଡୀ ଏହି ପ୍ରସଙ୍ଗରେ ଟ୍ବିଟ୍ କରି ସମବେଦନା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ବିଶାଖାପାଟନମର ଏକ ଘରୋଇ ଗ୍ୟାସ କମ୍ପାନୀରେ ଲିକରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପ୍ରତି ମୋର ସମବେଦନା। ଏହି ଅପ୍ରତ୍ୟାଶିତ ଏବଂ ଦୁର୍ଭାଗ୍ୟଜନକ ଘଟଣା ଶହ ଶହ ଲୋକଙ୍କୁ ପ୍ରଭାବିତ କରିଛି ।

ତେବେ ଗ୍ୟାସ ଲିକ ହେବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବିଶାଖାପାଟନମ୍ ଜିଲ୍ଲାପାଳ ଭି ବିନୟ ଚାନ୍ଦ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ସେ କହିଛନ୍ତି ଯେ ଦୁଇ ଘଣ୍ଟା ମଧ୍ୟରେ ଏହି ଅବସ୍ଥା ନିୟନ୍ତ୍ରଣକୁ ନିଆଯାଇଥିଲା। କିଛି ଲୋକଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେଉଛି, ସେମାନଙ୍କୁ ଅମ୍ଳଜାନ ସହାୟତା ଦିଆଯାଉଛି ।

ବିଶାଖାପାଟନମ୍ ମ୍ୟୁନିସିପାଲିଟି କର୍ପୋରେସନର କମିଶନର ଶ୍ରୀଜାନା ଗୁମ୍ମଲା କହିଛନ୍ତି ଯେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ପିଭିସି କିମ୍ବା ଷ୍ଟିଅର୍ନ ଗ୍ୟାସ୍ ଲିକ୍ ହୋଇଛି। ରାତି2.30ରୁ ଏହି ଲିକ୍ ଆରମ୍ଭ ହୋଇଥିଲା। ଗ୍ୟାସ୍ ଲିକ୍ ହେବାରୁ ଶତାଧିକ ଲୋକ ଆସିଥିଲେ ଏବଂ ଅନେକ ଲୋକ ବେହୋସ୍ ହୋଇଯାଇଥିବାବେଳେ କିଛି ଲୋକ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା ।

ପ୍ରକାଶଥାଉକି, ଏହି ଘଟଣାର ଅନୁସନ୍ଧାନ କରୁଥିବା ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଗ୍ୟାସ ପାଇଁ ଭଲଭ୍ ନିୟନ୍ତ୍ରଣକୁ ସଠିକ୍ ଭାବେ ଦିଆଯାଇନଥିଲା ସେସବୁ ଫାଟିବାକୁ ଲାଗିଥିଲା। ଏହା ସହ କାରଖାନା ପରିସରରେ ଥିବା ସ୍ଥାନୀୟ ଗ୍ରାମବାସୀ କାରଖାନାର କୌଣସି ସାଇରନ୍ ଶୁଣି ନଥିଲେ। ଏହି କାରଣରୁ ଅଧିକ ଲୋକ ଦୁର୍ଘଟଣାର ଶିକାର ହୋଇଥିଲେ।

ଏଲଜି ପଲିମର ଇଣ୍ଡଷ୍ଟ୍ରି 1961 ମସିହାରେ ହିନ୍ଦୁସ୍ତାନ ପଲିମର ନାମରେ ପ୍ରତିଷ୍ଠିତ ହୋଇଥିଲା । କମ୍ପାନୀ ପଲିଷ୍ଟାଇରନ୍ ଏବଂ ଏହାର କୋ-ପଲିମର ଉତ୍ପାଦନ କରେ । 1978 ରେ ହିନ୍ଦୁସ୍ତାନ ପଲିମରଗୁଡିକ ୟୁବି ଗ୍ରୁପର ମ୍ୟାକଡୋୱାଲ୍ ଆଣ୍ଡ କମ୍ପାନୀ ଲିମିଟେଡ୍ ସହିତ ମିଶିଥିଲା ଏବଂ ପରେ ଏଲଜି ପଲିମର ଇଣ୍ଡଷ୍ଟ୍ରିରେ ପରିଣତ ହେଲା ।

Last Updated : May 7, 2020, 2:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.