ETV Bharat / bharat

ସହଯୋଗ, ଶୃଙ୍ଖଳା ଓ ଧୈର୍ଯ୍ୟ ସହ ଆମେ କୋରୋନାକୁ ହରାଇପାରିବା: ମୋଦି - ସହଯୋଗ, ଶୃଙ୍ଖଳା ଓ ଧର୍ଯ ସହ ଆମେ କୋରୋନାକୁ ହରାଇପାରିବା

ଦେଶ କରୁଛି କୋରୋନା ମୁକାବିଲା । ଅନ୍ୟ ଦେଶ ଅପେକ୍ଷା ଭାରତର ସ୍ଥିତି ଅପେକ୍ଷାକୃତ ଭଲ ରହିଛି । ତେବେ ଏହାର ମୁକାବିଲା ଯୋଦ୍ଧା ସାଜିଛନ୍ତି ପଞ୍ଚାୟତିରାଜ ସଦସ୍ୟ । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ଧର୍ଯ୍ୟ, ଅନୁଶାସନ, ସହଯୋଗ ଦ୍ବାରା ଆମେ କୋରୋନାକୁ ହରାଇପାରିବା ।

ସହଯୋଗ, ଶୃଙ୍ଖଳା ଓ ଧର୍ଯ ସହ ଆମେ କୋରୋନାକୁ ହରାଇପାରିବା: ମୋଦି

author img

By

Published : Apr 24, 2020, 1:48 PM IST

ନୂଆଦିଲ୍ଲୀ: ସହଯୋଗ, ଶୃଙ୍ଖଳା ଓ ଧର୍ଯ ସହ ଆମେ କୋରୋନାକୁ ହରାଇପାରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର ପ୍ରଧାନମନ୍ତ୍ରୀ ପଞ୍ଚାୟତିରାଜ ପ୍ରକ୍ରିୟାକୁ ସାହସୀ ଯୋଦ୍ଧା ବୋଲି ସ୍ବୋଧନ କରି ଏପରି କହିଛନ୍ତି ।

ଏନେଇ ପ୍ରଧାନମନ୍ତ୍ରୀ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ପଞ୍ଚାୟତିରାଜ ସଦସ୍ୟଙ୍କ ଭୂମିକା ଅତି ଗୁରୁତ୍ତ୍ବପୂର୍ଣ୍ଣ ରହିଛି । ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ସାହସୀ ଯୋଦ୍ଧା” ପରି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ହୋଇ ସଂକ୍ରମଣକୁ ରୋକିବାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ଏହି ସଂଗ୍ରାମରେ ସାମୂହିକତା ହେଉଛି ଭାରତର ଶକ୍ତି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଧର୍ଯ୍ୟ, ଅନୁଶାସନ, ସହଯୋଗ ଏବଂ ସମସ୍ତ ଦେଶବାସୀଙ୍କ ସତର୍କତା ଦ୍ୱାରା ଆମେ ନିଶ୍ଚିତ ଭାବେ କରୋନାଭାଇରସ୍ ମହାମାରୀକୁ ପରାସ୍ତ କରିପାରିବା।

ଗ୍ରାମୀଣ ଭାରତର ଆକାଂକ୍ଷା ପୂରଣ କରିବା ପାଇଁ ପଞ୍ଚାୟତ ଏକ ପ୍ରଭାବଶାଳୀ ମାଧ୍ୟମ ବୋଲି ସେ କହିଛନ୍ତି ଏବଂ ଦୃଢ ଗ୍ରାମୀଣ ଅର୍ଥନୀତି ଦେଶର ବିକାଶର ଚାବିକାଠି ବୋଲି ସରକାର ଆଗକୁ ବଢୁଛନ୍ତି ବୋଲି ସେ କହିଛନ୍ତି ।

ଗ୍ରାମ ଗୁଡିକର ସର୍ବଦଳୀୟ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଆମର ସଂକଳ୍ପକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଚିଠିରେ କହିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.