ETV Bharat / bharat

ଦୁନିଆର ପ୍ରଥମ ଅନଲାଇନ B.Sc. ଡିଗ୍ରୀ ଆରମ୍ଭ କଲା ଆଇଆଇଟି ମାଡ୍ରାସ - Ramesh Pokhriyal Nishank

ପ୍ରୋଗ୍ରାମିଂ ଏବଂ ଡାଟା ସାଇନ୍ସରେ କ୍ୟାରିୟର କରିବାକୁ ଚାହୁଁଥିବା ବିଦ୍ୟାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଡାଟା ପ୍ରକ୍ରିୟାକରଣ ଏବଂ କମ୍ପ୍ୟୁଟର କ୍ଷେତ୍ରରେ ଅନଲାଇନ ଡିଗ୍ରୀ ଏବଂ ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରିଛି ଆଇଆଇଟି ମାଡ୍ରାସ । ବିଶ୍ବର ଏହା ପ୍ରଥମ ଶିକ୍ଷାନୁଷ୍ଠାନ ଯେଉଁଠି ଏଭଳି କୋର୍ସ ପାଇଁ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ..

ପ୍ରୋଗ୍ରାମିଂ ଏବଂ ଡାଟା ସାଇନ୍ସରେ ଅନଲାଇନ ଡିଗ୍ରୀ ଆରମ୍ଭ କଲା ଆଇଆଇଟି ମାଡ୍ରାସ

author img

By

Published : Jul 1, 2020, 8:00 PM IST

Updated : Jul 1, 2020, 8:29 PM IST

ନୂଆଦିଲ୍ଲୀ: ଆଇଆଇଟି ମାଡ୍ରାସ ଦୁନିଆର ଏଭଳି ପ୍ରଥମ ଶିକ୍ଷାନୁଷ୍ଠାନ ହୋଇପାରିଛି, ଯାହା ଡାଟା ପ୍ରକ୍ରିୟାକରଣ ଏବଂ କମ୍ପ୍ୟୁଟର କ୍ଷେତ୍ରରେ ଅନଲାଇନ ଡିଗ୍ରୀ ଏବଂ ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରିଛି । ମଙ୍ଗଳବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏହି ଅନଲାଇନ ଡିଗ୍ରୀ ଏବଂ ଡିପ୍ଲୋମା କୋର୍ସର ଶୁଭାରମ୍ଭ ଭିଡିଓ କନଫରେନ୍ସିରେ virtually କରିଛନ୍ତି ।

ପୋଖରିଆଲ କହିଛନ୍ତି କି, ଆଇଆଇଟି ମାଡ୍ରାସ ରାଷ୍ଟ୍ରୀୟ ରାଙ୍କିଙ୍ଗ ଫ୍ରେମୱାର୍କରେ ସର୍ବଦା ନମ୍ବର ୱାନରେ ରହିଆସୁଛି । ଯାହା ଦ୍ବାରା ଦେଶର ଗୌରବ ବଢିଛି । ଏହି ଅନୁଷ୍ଠାନର ଗବେଷଣା କାମ ଏବଂ ଉତ୍କୃଷ୍ଠ କାର୍ଯ୍ୟଦକ୍ଷତା ବିଷୟରେ ସେ ଭଲ ଭାବରେ ଅବଗତ ଅଛନ୍ତି । ଆଇଆଇଟି ମାଡ୍ରାସ ଦ୍ୱାରା ଦିଆଯାଇଥିବା ଏହି ଅନଲାଇନ ପାଠ୍ୟକ୍ରମ ପାଇଁ ମନ୍ତ୍ରୀ ଅନୁଷ୍ଠାନକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ସେ କହିଛନ୍ତି ଯେ ଆଇଆଇଟି ଏବଂ ଆଇଆଇଏମ ଭଳି ଅନୁଷ୍ଠାନ ଦେଶର ଶିକ୍ଷା ବ୍ୟବସ୍ଥାର ଗୁଣବତ୍ତା ବୃଦ୍ଧି କରିଛନ୍ତି। ଏହି ନୂତନ ଅନଲାଇନ୍ ପାଠ୍ୟକ୍ରମ ପାଇଁ ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ଭାସ୍କର ରାମମୂର୍ତ୍ତିଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ଉଦ୍ୟମକୁ ପ୍ରଶଂସନୀୟ ବୋଲି କହିଛନ୍ତି ।

ପ୍ରୋଗ୍ରାମିଂ ଏବଂ ଡାଟା ସାଇନ୍ସରେ କ୍ୟାରିୟର କରିବାକୁ ଚାହୁଁଥିବା ବିଦ୍ୟାର୍ଥୀଙ୍କ ପାଇଁ ଏହି ଅନଲାଇନ ପାଠ୍ୟକ୍ରମ ଲାଭଦାୟକ ହେବ ବୋଲି ସେ କହିଛନ୍ତି।

ଭାରତ ସମେତ ସମଗ୍ର ଦୁନିଆରେ ତୀବ୍ର ବୃଦ୍ଧି ପାଉଥିବା ସେକ୍ଟର ମଧ୍ୟରେ ଡାଟା ସାଇନ୍ସ ଅନ୍ୟତମ । ଏହି ସେକ୍ଟରରେ 2026 ସୁଦ୍ଧା 11.5 ମିଲିୟନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଇଛି । ଆଉ ବର୍ତ୍ତମାନର ଡିଜାଟାଲ ଯୁଗରେ ଅନଲାଇନ ଶିକ୍ଷାପ୍ରଣାଳୀର ଟ୍ରେଣ୍ଡ ବଢିବାରେ ଲାଗିଛି ।

ଏକାଡେମିକ ସିଜନ 2020-21ରୁ ଆରମ୍ଭ ହୋଇଥିବା ଏହି ଅନଲାଇନ ଡିଗ୍ରୀ କାର୍ଯ୍ୟକ୍ରମରେ 2020ରେ ଦ୍ୱାଦଶ ପରୀକ୍ଷା ଦେଉଥିବା ଷ୍ଟୁଡେଣ୍ଟ, ଯେକୌଣସି ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ପଞ୍ଜୀକୃତ ଛାତ୍ର-ଛାତ୍ରୀ ଏବଂ ଚାକିରୀଆ ମଧ୍ୟ ଏହି ଅନଲାଇନ୍ ଡିଗ୍ରୀ କାର୍ଯ୍ୟକ୍ରମରେ ନାମ ଲେଖାଇ ପାରିବେ। 3 ବର୍ଷର ଏହି ଡିଗ୍ରୀ ପୋଗ୍ରାମରେ ମଲ୍ଟିପଟ ଏଗଜିଟ ରହିବ । ପ୍ରଥମ ବର୍ଷ ପରେ ସାର୍ଟିଫିକେଟ, ଦ୍ବିତୀୟ ବର୍ଷରେ ଡିପ୍ଲୋମା ଓ ତୃତୀୟ ବର୍ଷ ପଢା ସରିବା ପରେ ଡିଗ୍ରୀ ମିଳିବ ।

Last Updated : Jul 1, 2020, 8:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.