ETV Bharat / bharat

ଦୁଇ ରାଷ୍ଟ୍ର ସିଦ୍ଧାନ୍ତର ଆବିଷ୍କାରକ ଥିଲେ ସାଭରକର: ବାଘେଲ - nation

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବିବାଦୀୟ ବୟାନ ଦେଇଛନ୍ତି । 'ଟୁ ନେସନ ଥିଓରୀ' ବା ଦୁଇ ରାଷ୍ଟ୍ର ସିଦ୍ଧାନ୍ତର ଆବିଷ୍କାରକ ବିନାୟକ ଦାମୋଦର ସାଭରକର ଥିଲେ ବୋଲି କହିଛନ୍ତି । ପରେ ଏହି ଥିଓରୀକୁ ମହମ୍ମଦ ଅଲ୍ଲୀ ଜିନ୍ନା ଆପଣେଇ ନେଇ ପାକିସ୍ତାନ ଗଠନ କରିଥିବା ସେ କହିଛନ୍ତି ।

ଫାଇଲ ଫଟୋ
author img

By

Published : May 28, 2019, 3:21 PM IST

ରାୟପୁର: ପରାଜୟ ପରେ କଂଗ୍ରେଶ ଶିବିରରେ ନୀରବତାର ବାତାବରଣ । ଇସ୍ତଫାର ସୁଅ ମାଡି ଆସିବା ସହ ଘନଘନ ପରାଜୟ ପାଇଁ ସମୀକ୍ଷା ବୈଠକ ବସୁଛି । ଏପରି ସମୟରେ ଗତକାଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବିବାଦୀୟ ବୟାନ ଦେଇଛନ୍ତି । 'ଟୁ ନେସନ ଥିଓରୀ' ବା ଦୁଇ ରାଷ୍ଟ୍ର ସିଦ୍ଧାନ୍ତ ର ଆବିଷ୍କାରକ ବିନାୟକ ଦାମୋଦର ସାଭରକର ଥିଲେ ବୋଲି କହିଛନ୍ତି । ପରେ ଏହି ଥିଓରୀକୁ ମହମ୍ମଦ ଅଲ୍ଲୀ ଜିନ୍ନା ଆପଣେଇ ନେଇ ପାକିସ୍ତାନ ଗଠନ କରିଥିବା ସେ କହିଛନ୍ତି ।

vinayak-damodar
ଫଟୋ ସୌଜନ୍ୟ: ଏନଆଇ

ସୂଚନା ଅନୁସାରେ ଗତକାଲି (ସୋମବାର) ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରୁଙ୍କ ୫5ତମ ଶ୍ରାଦ୍ଧ ଦିବସରେ ରାୟପୁରରେ ଆୟୋଜିତ ଏକ ସାଧାରଣସଭାକୁ ସମ୍ବୋଧନ କରି ଏଭଳି ବୟାନ ଦେଇଛନ୍ତି ବାଘେଲ । ପାକିସ୍ତାନ ଗଠନର ମୁଖ୍ୟ ପୋରଧା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପୂର୍ବରୁ ସାଭରକର ଦେଶ ବିଭାଜିତ କରିବା ପାଇଁ ଇଚ୍ଛା କରୁଥିବା କଥା କହିଛନ୍ତି ବାଘେଲ ।

ଏହାସହ ବାଘେଲ କହିଥିଲେ ଯେ ନେହେରୁ ଦେଶକୁ ପରିବର୍ତ୍ତନ କରିବା ପାଇଁ ଆପ୍ରାଣ ପ୍ରୟାସ କରିଥିଲେ । ଏବେ ବିରୋଧୀ ନେହେରୁଙ୍କ ନୀତି, ଆଦର୍ଶ, ପରିଶ୍ରମ, ଦେଶକୁ ଅବଦାନ ଉପରେ ପ୍ରଶ୍ନ ଉଠାଉଥିବା କହିଛନ୍ତି ।

Intro:Body:

fghfg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.