ETV Bharat / bharat

ଦ୍ବନ୍ଦ୍ବରେ ପୂର୍ଣ୍ଣଚ୍ଛେଦ; ଫିଲ୍ମ ଷ୍ଟାଇଲରେ ବିକାଶ ଦୁବେକୁ ଏନକାଉଣ୍ଟର, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

author img

By

Published : Jul 10, 2020, 9:19 AM IST

Updated : Jul 10, 2020, 11:11 AM IST

ମଧ୍ୟପ୍ରଦେଶରୁ ଏସଟିଏଫ ଟିମ ସହ କାନପୁର ଆସୁଥିବା ବେଳେ ବିକାଶ ଦୁବେର ଫେରାର ଉଦ୍ୟମ । ଘଟଣାସ୍ଥଳରେ ପୋଲିସର ଏନକାଉଣ୍ଟରରେ ନିହତ ଗ୍ୟାଙ୍ଗଷ୍ଟର । ଗତକାଲି ମଧ୍ୟପ୍ରଦେଶରୁ ଗିରଫ ହୋଇଥିଲେ ସେ । ପଢନ୍ତୁ ସମ୍ପୂର୍ଣ୍ଣ ଘଟଣାବଳୀ...

ଦ୍ବନ୍ଦରେ ପୁନଃଚ୍ଛେଦ, ଏନକାଉଣ୍ଟରରେ ମୃତ ବିକାଶ ଦୁବେ; ପଢନ୍ତୁ ସମ୍ପୂର୍ଣ୍ଣ ଘଟଣା

ହାଇଦ୍ରାବାଦ: ଅନେକ ପ୍ରଶ୍ନୋତ୍ତରରେ ପଡିଛି ପୂର୍ଣ୍ଣଚ୍ଛେଦ । ସରିଛି ଗ୍ୟାଙ୍ଗଷ୍ଟାର ବିକେଶ ଦୁବେର ସମୟ । ଶାନ୍ତିରେ ସଦଗତି ପ୍ରାପ୍ତ କରିଛନ୍ତି 8 ଶହୀଦ । ମଧ୍ୟପ୍ରଦେଶରୁ ଏସଟିଏଫ ଟିମ ସହ କାନପୁର ଆସୁଥିବା ବେଳେ ଫିଲ୍ମ ଷ୍ଟାଇଲରେ ବିକାଶ ଦୁବେର ଫେରାର ଉଦ୍ୟମ । ଘଟଣାସ୍ଥଳରେ ପୋଲିସର ଏନକାଉଣ୍ଟରରେ ବିକାଶ ଦୁବେ ମୃତ ।

ସୂଚନା ଅନୁସାରେ, ଆଜି ସକାଳେ ବିକାଶ ଦୁବେଙ୍କୁ କାନପୁରକୁ ଆଣିଥିବା ଏସଟିଏଫ୍ କନଭେନର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ କାରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ବିକାଶ ଦୁବେ ପୋଲିସଙ୍କ ବନ୍ଧୁକ ଛଡ଼ାଇ ଖସି ପଳାଇ ଯିବାକୁ ପ୍ରୟାସ କରୁଥିବା ବେଳେ ତାକୁ ଏନକାଉଣ୍ଟର କରାଯାଇଛି। ଘଟଣାସ୍ଥଳରୁ ସାତରୁ ଆଠ କିଲୋମିଟର ଦୂରରେ ବିକାଶ ଦୁବେ ଏବଂ ପୋଲିସ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ବିକାଶ ଦୁବେର ମୃତ୍ୟୁ ହୋଇଥିବା ଖବର ରହିଛି। ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ସ୍ପଷ୍ଟୀକରଣ ସାମ୍ନାକୁ ଆସିନାହିଁ। ଏହି ଏନକାଉଣ୍ଟରରେ ଅନେକ ପୋଲିସ ମଧ୍ୟ ଆହତ ହୋଇଛନ୍ତି। ତେବେ ଆଜି 10 ଟାରେ କୋର୍ଟରେ ଉପସ୍ଥିତ ହୋଇଥାନ୍ତା ଦୁବେ।

କଣ ଥିଲା କାନପୁର ଏନକାଉଣ୍ଟରର ପୂରା ଘଟଣାବଳୀ?

ଜୁଲାଇ 2: ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ଗିରଫ କରିବା ପାଇଁ ଜୁଲାଇ 2 ରାତ୍ରିରେ ତିନୋଟି ପୋଲିସ ଷ୍ଟେସନର ପୋଲିସ ବିକାରୁ ଗ୍ରାମରେ ଚଢାଉ କରିଥିଲେ। ଏହି ସମୟରେ ବିକାଶ ଏବଂ ତାର ସହଯୋଗୀ ମାନେ ପୋଲିସ ଉପରକୁ ଗୁଳିଚଳାଇ ଥିବା ବେଳେ ଘଟଣାସ୍ଥଳରେ 8 ଜଣ ପୋଲିସ ଶହୀଦ ହୋଇଥିଲେ। ଏଥିରେ ଜଣେ ଡେପୁଟି ଏସପି ମଧ୍ୟ ଶହୀଦ ହୋଇଥିଲେ।

ଜୁଲାଇ 3: ସକାଳ 7 ଟାରେ ବିକାଶର ମାମୁଁ ପ୍ରେମ ପ୍ରକାଶ ପାଣ୍ଡେ ଏବଂ ସହଯୋଗୀ ଅତୁଲ ଦୁବେକୁ ପୋଲିସ ଏନକାଉଣ୍ଟର କରିଥିଲା। 20-22 ସାଖୀ ପ୍ରମାଣକୁ ଭିର୍ତ୍ତି କରି 60 ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଘଟଣାକୁ ନେଇ ବିକାଶ ଦୁବେର ଗିରଫ ପାଇଁ 40ଟି ଦଳକୁ ଗିରଫ କରାଯାଇଥିଲା।

ଜୁଲାଇ 4: ଦାବିଶର ପୂର୍ବରୁ ବିକାଶ ଦୁବେକୁ ସୂଚନା ଦେବା ପ୍ରସଙ୍ଗରେ ସନ୍ଦିଗ୍ଧ ଚୁବେପୁର ଆରକ୍ଷୀ ଅଧିକ୍ଷକକ ବିନୟ ତିୱାରୀଙ୍କୁ ଏସଟିଏଫ ପଚରାଉଚରା କରିଥିଲା। ଏହି ସମୟରେ ବହୁ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇ ପଚରାଉଚରା ଆରମ୍ଭ ହୋଇଥିଲା।

ଜୁଲାଇ 5 : ପୋଲିସ ବିକାଶର ସରଭ୍ୟାଣ୍ଟ ତଥା ସ୍ୱତନ୍ତ୍ର ସହାୟକ ଦୟାଶଙ୍କର ଅଗ୍ନିହୋତ୍ରୀ ଛଦ୍ମନାମ କାଲୁକୁ ଘେରି ରହିଥିଲା। ଏହି ଏନକାଉଣ୍ଟର ବେଳେ ପୋଲିସ ଗୁଳି ବିନିମୟରେ ଦୟାଶଙ୍କର ଆହତ ହୋଇଥିଲେ। ସେ ପ୍ରକାଶ କରିଥିଲା ଯେ ବିକାଶକୁ ଦାବିଶଙ୍କ ପୂର୍ବରୁ ପୋଲିସ ଷ୍ଟେସନରୁ ଏକ କଲ ଆସିଥିଲା ଏବଂ ସେ ତାଙ୍କ ସହକର୍ମୀଙ୍କୁ ଡାକି ପୋଲିସ ଉପରେ ଆକ୍ରମଣ କରିଥିଲେ।

ଜୁଲାଇ 6 : ପୋଲିସ ଅମର ଦୁବେର ମା କ୍ଷମା ଦୁବେ ଏବଂ ଦୟାଶଙ୍କରଙ୍କ ପତ୍ନୀ ରେଖାଙ୍କ ସମେତ 3 କୁ ଗିରଫ କରିଥିଲା। ଗୁଳି ବିନିମୟ ସମୟରେ ପୋଲିସ କ୍ଷମା ଦୁବେଙ୍କ ନିକଟକୁ ଯାଇଥିଲା, କିନ୍ତୁ କ୍ଷମା ସାହାଯ୍ୟ କରିବା ପରିବର୍ତ୍ତେ ସେମାନଙ୍କୁ ପୋଲିସର ଅବସ୍ଥିତି ବିଷୟରେ କହିଥିଲେ। ରେଖା ମଧ୍ୟ ଏହି ଘଟଣାରେ ଗ୍ୟାଙ୍ଗଷ୍ଟାର ଗୋଷ୍ଠୀକୁ ସାହାଯ୍ୟ କରୁଥିଲେ।

ଜୁଲାଇ 7: ଏନକାଉଣ୍ଟରରେ ଶହୀଦ ପୋଲିସଙ୍କ ଘରକୁ ଯାଇ ମନ୍ତ୍ରୀମାନେ ଏକ କୋଟି ଟଙ୍କା ପ୍ରଦାନ କଲେ। ଏହି ଦିନ ଏସଟିଏଫ ଏକ ବଡ ଖୁଲାସା କରି କହିଥିଲା ଯେ ଚୁବେପୁର ପୋଲିସ ଷ୍ଟେସନର ଜଣେ କନଷ୍ଟେବଳ ଡାବିଶଙ୍କ ପୂର୍ବରୁ ଫୋନରେ ବିକାଶ ଦୁବେଙ୍କ ସହ କଥା ହୋଇଥିଲେ। ନିଲମ୍ବିତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଏହି ଦୁଇଟି ନାମ ରହିଛି।

ଜୁଲାଇ 8: ଏସଟିଏଫ୍ ବିକାଶ ଘନୀଷ୍ଠ ସହଯୋଗୀ ଅମର ଦୁବେକୁ ଏନକାଉଣ୍ଟରରେ ହତ୍ୟା କଲା । ଏହି ସମୟରେ ପ୍ରଭାତ ମିଶ୍ର ଛଦ୍ମନାମ କାର୍ତ୍ତିକେୟଙ୍କ ସହ ଏହି ଏନକାଉଣ୍ଟରରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ସେହିଭଳି ଚୁବେପୁରର ପୂର୍ବତନ ଷ୍ଟେସନ ହାଉସ ଅଫିସର ବିନୟ ତିୱାରୀ ଏବଂ ବିଟ୍ ଇନଚାର୍ଜ କେ.କେ ଶର୍ମାଙ୍କୁ ଗିରଫ କରାଯାଇଥିଲା। ଏନକାଉଣ୍ଟର ସମୟରେ ଦୁହେଁ ଉପସ୍ଥିତ ଥିଲେ ମଧ୍ୟ ଘଟଣା ମଝିରେ ସେହି ସ୍ଥାନ ଛାଡି ଚାଲିଯାଇଥିଲେ।

ଜୁଲାଇ 9: ଏନକାଉଣ୍ଟରରେ ପ୍ରଭାତ ମିଶ୍ର ଛଦ୍ମନାମ କାର୍ତ୍ତିକେୟ ଏବଂ ରଣବୀର ଶୁକ୍ଲା ଛଦ୍ମନାମ ବାଉଆଙ୍କୁ ଏନକାଉଣ୍ଟରରେ ହତ୍ୟା କରାଯାଇଥିଲା। ଆଉ ତାପରେ ବିକାଶ ଦୁବେ ଉଜୈନର ମହାକାଳେଶ୍ବର ମନ୍ଦିର ନିକଟରୁ ଗିରଫ କରାଯାଇଥିଲା। କୁହାଯାଉଥିଲା କି ସେ ଆତ୍ମସମର୍ପଣ କରିଛି। ଏହାପରେ ଉତ୍ତରପ୍ରଦେଶ ଏସଟିଏଫ ଦଳ ବିକାଶ ଦୁବେକୁ ନେଇ କଡା ସରୁକ୍ଷା ମଧ୍ୟରେ ମଧ୍ୟପ୍ରଦେଶରୁ କାନପୁର ଅଭିମୁଖେ ଯାତ୍ରା କରିଥିଲା।

ଜୁଲାଇ 10: ୟୁପି ଏସଟିଏଫଙ୍କ ସହ ବିକାଶ ଦୁବେ ଉଜୈନରୁ କାନପୁର ଗ୍ରାମାଞ୍ଚଳକୁ ଆସୁଥିଲେ, ଏହି ସମୟରେ କନଭେନରଟି ଓଲଟି ପଡିଥିଲା। ଆଉ ସୁଯୋଗ ଦେଖି ବିକାଶ ଦୁବେ ପୋଲିସର ପିସ୍ତଲକୁ ଛଡ଼ାଇ ନେଇ ଗୁଳି ଚଳାଇବାକୁ ଚେଷ୍ଟା କରିଥିଲା ଏବଂ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏଥିସହିତ ପୋଲିସ ନିଜକୁ ରକ୍ଷା କରିବାକୁ ଯାଇ ବିକାଶକୁ ଏନକାଉଣ୍ଟର କରିଥିଲେ। ଘଟଣାସ୍ଥଳରେ ସେ ଗୁରୁତର ହୋଇଥିବା ବେଳେ ତାକୁ ଲାଲା ଲାଜପତ ରୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 10, 2020, 11:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.