ETV Bharat / bharat

ମାଲ୍ୟାର ଅଫର, ମୋ ଟଙ୍କା ନେଇ ‘ଜେଟ’କୁ ବଞ୍ଚାଅ - jet airways

ପୁଣି ଭାରତ ସରକାରଙ୍କୁ ନୂଆ ଅଫର ଦେଲା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା । ମୋ ଟଙ୍କା ଫେରାଇ ଜେଟ ଏୟାରୱେଜକୁ ବଞ୍ଚାଅ ବୋଲି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମାନଙ୍କୁ ଅନୁରୋଧ କରିଛି ମାଲ୍ୟା ।

ଫାଇଲ ଫଟୋ
author img

By

Published : Mar 26, 2019, 8:39 PM IST

ନୂଆଦିଲ୍ଲୀ:ନିଜକୁ ଦୋଷମୁକ୍ତ କରିବାପ୍ରୟାସରେ ଲାଗି ପଡିଛନ୍ତି ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା । ପୁଣି ଭାରତ ସରକାରଙ୍କୁଗୁହାରି କରିଛନ୍ତି ସେ । ମୋ ଟଙ୍କା ଫେରାଇ ଜେଟ ଏୟାରୱେଜକୁ ବଞ୍ଚାଉ ବୋଲି ସେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମାନଙ୍କୁ ଅନୁରୋଧ କରିଛନ୍ତି ।

ସେ ଟ୍ବିଟ୍‌ କରି କହିଛନ୍ତି, 'ମୋର ସବୁ ଟଙ୍କା ନେଇ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାରଓ୍ବେଜ୍‌ କମ୍ପାନୀକୁ ବଞ୍ଚାଇ ଦିଅନ୍ତୁ' । କମ୍ପାନୀର ଚେୟାରମ୍ୟାନ ପଦରୁ ନରେଶ ଗୋଏଲ ଇସ୍ତଫା ଦେବାପରେ ସେ ଏଭଳି କହିଛନ୍ତି ।ଲଗାତାର ଗୋଟିଏ ପରେ ଗୋଟିଏ ଟ୍ବିଟ କରି ସେ ନିଜ କମ୍ପାନୀକୁ ମଧ୍ୟ ବଞ୍ଚାଇବା ପାଇଁପରାମର୍ଶଦେଇଛନ୍ତି । ଜେଟଭଳି ତାଙ୍କ କମ୍ପାନୀକୁ ମଧ୍ୟ ସହାୟତାର ହାତ ବଢାଇବା ଉଚିତ୍‌ ବୋଲି କହିଛନ୍ତି ମାଲ୍ୟା । ଟ୍ବିଟ ଜରିଆରେ ସେ ବ୍ୟାଙ୍କକୁ ଧନ୍ୟବାଦ ଜଣାଇଛନ୍ତି । ଜେଟ ଏୟାରଓ୍ବେଜକୁ ଉଦ୍ଧାର କରି ନିଯୁକ୍ତି, ଯୋଗାଯୋଗ ଓ ସଂସ୍ଥାକୁ ବଞ୍ଚାଯାଇଛି । ସେହିଭଳି କିଙ୍ଗଫିସର ସହ ମଧ୍ୟ ହୋଇଥିଲେ ଭଲ ହୋଇଥାନ୍ତା ବୋଲି ସେ ପ୍ରକାଶ କରିଛନ୍ତି ।

ପୁଣିଥରେ ବ୍ୟାଙ୍କର ଟଙ୍କା ଫେରାଇବାଅଫର ଦେଇ କହିଛନ୍ତି, ସରକାରୀ ବ୍ୟାଙ୍କ ଏବଂ ଅନ୍ୟ ଋଣଦାତାଙ୍କୁ ତାଙ୍କ ଟଙ୍କା ଫେରାଇ ଦେବାକୁ ମାନନୀୟ କର୍ଣ୍ଣାଟକ ହାଇକୋର୍ଟଙ୍କ ନିକଟରେ ସେଗୁହାରୀ କରିଥିଲେ। କିନ୍ତୁ ସେସବୁ ଟଙ୍କା ବ୍ୟାଙ୍କ କାହିଁକି ନେଉ ନାହାନ୍ତି ବୋଲି ମାଲ୍ୟା ପ୍ରଶ୍ନ କରିଛନ୍ତି। କିଛି ନହେଲେ ଏହି ଟଙ୍କା ଦ୍ବାରା ଜେଟ ଏୟାରୱେଜ ବଞ୍ଚାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ମଦ ବ୍ୟବସାୟୀ ବିଜୟ ମାଲ୍ୟା ସରକାରୀ ବ୍ୟାଙ୍କଗୁଡିକରୁ ପାଖାପାଖି 9000 କୋଟି ଟଙ୍କା ଠକେଇ କରି ଦେଶରୁ ଫେରାର ହୋଇଛି।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.