ETV Bharat / bharat

ଆୟୁଷ ମନ୍ତ୍ରଣାଳୟର ‘ମୋ ଜୀବନ-ମୋର ଯୋଗ’ ପ୍ରତିଯୋଗିତା, ଆଜି ଦୂରଦର୍ଶନରେ ହେବ ଟେଲିକାଷ୍ଟ

author img

By

Published : Jun 21, 2020, 3:23 PM IST

ଭାରତ ସହିତ ଆଜି ସମଗ୍ର ବିଶ୍ବ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି । ତେବେ ଏଥର କୋରୋନା କାରଣରୁ ଏକାଠି ନ ହୋଇ ଭର୍ଚୁଆଲ୍ ଯୋଗ ଦିବସ ପାଳନ କରାଯାଉଛି ।

‘ମୋ ଜୀବନ-ମୋର ଯୋଗ’ ପ୍ରତିଯୋଗିତା
‘ମୋ ଜୀବନ-ମୋର ଯୋଗ’ ପ୍ରତିଯୋଗିତା

ନୂଆଦିଲ୍ଲୀ: ଭାରତ ସହିତ ଆଜି ସମଗ୍ର ବିଶ୍ବ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି । ତେବେ ଏଥର କୋରୋନା କାରଣରୁ ଏକାଠି ନ ହୋଇ ଭର୍ଚୁଆଲ୍ ଯୋଗ ଦିବସ ପାଳନ କରାଯାଉଛି । କିନ୍ତୁ ଲୋକଙ୍କ ଉତ୍ସାହରେ କୌଣସି ଅଭାବ ହୋଇନି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କୋରୋନା ବିରୋଧରେ ଲଢେଇରେ ଯୋଗ ଆବଶ୍ୟକ। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ସରକାର ଅନଲାଇନ୍ ଯୋଗ ଅଧିବେଶନ ପାଇଁ ମଧ୍ୟ ପ୍ରସ୍ତୁତି କରିଥିଲେ। ଏହି କ୍ରମରେ ଆୟୁଷ ମନ୍ତ୍ରଣାଳୟ ମଧ୍ୟ ‘ମୋ ଜୀବନ-ମୋର ଯୋଗ’(My Life- My Yoga ) ନାମକ ଏକ ଭିଡିଓ ବ୍ଲଗିଂ ପ୍ରତିଯୋଗିତା ଆୟୋଜନ କରିଥିଲା ​​।

ଏହି ଭିଡିଓ ବ୍ଲଗିଂରେ ପ୍ରତିଯୋଗୀମାନେ ଯୋଗ କରୁଥିବା ଭିଡିଓ ଅପଲୋଡ କରିଥିଲେ । ତେବେ ଆଜି ଅର୍ଥାତ ଅନ୍ତର୍ଜାତୀୟ ଯୋଗ ଦିବସରେ ଏହାକୁ ସନ୍ଧ୍ୟା ସାଢେ 6ଟାରୁ ସାଢେ 8ଟା ଯାଏଁ ଦୂରଦର୍ଶନରେ ଦେଖିବାକୁ ପାଇବେ ।

ଏହି ପ୍ରତିଯୋଗିତା ଆୟୋଜନ କରିବାର ଉଦ୍ଦେଶ୍ୟ ହେଉଛି ଯୋଗର ପରିବର୍ତ୍ତନଶୀଳ ପ୍ରଭାବକୁ ଲୋକଙ୍କ ଜୀବନରେ ଆଲୋକିତ କରିବା । ଏହି ପ୍ରତିଯୋଗିତାରେ ଭାରତୀୟଙ୍କ ସହ ବିଶ୍ବର ବିଭିନ୍ନ ଭାଗରୁ ଲୋକେ ଅଂଶଗ୍ରହଣ କରିପାରିବେ । ଆଗ୍ରହୀ ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଯୋଗଦେବା ପାଇଁ 21 ଜୁନ ପର୍ଯ୍ୟନ୍ତ ଆବେଦନ କରିପାରିବାର ସୁବିଧା ଥିଲା । ଭିଡିଓ ବ୍ଲଗିଂ ପ୍ରତିଯୋଗିତା ପାଇଁ, ଛାତ୍ରମାନେ MyLife-MyYoga2020 ପ୍ରତିଯୋଗିତା ପୃଷ୍ଠା, MyGov ପ୍ରତିଯୋଗିତା ପୃଷ୍ଠା କିମ୍ବା ଆୟୁଷ ମନ୍ତ୍ରଣାଳୟର ଫେସବୁକ୍, ଇନଷ୍ଟାଗ୍ରାମ କିମ୍ବା ଟ୍ବିଟର ହ୍ୟାଣ୍ଡେଲରେ ସେମାନଙ୍କର ପ୍ରବେଶ କରିଥିଲେ ।

ଏହି ପ୍ରତିଯୋଗିତାର ନିଜର 3 ମିନିଟର ଯୋଗ କରୁଥିବା ଭିଡିଓ ଅପଲୋଡ୍ କରିବେ । ଏହି ଭିଡିଓରେ ସମସ୍ତଙ୍କୁ ତିନି ପ୍ରକାର ଆସନ କରିବା ଜରୁରୀ । କ୍ରିୟା ଆସନ, ପ୍ରାଣାୟାମ ଆସନ ଓ ମୁଦ୍ରା ଆସନ । ହ୍ୟାସଟ୍ୟାଗ ସହ ପ୍ରତିଯୋଗୀ ଏହି ଭିଡିଓ ଫେସବୁକ, ଇନଷ୍ଟାଗ୍ରାମ, ଟ୍ବିଟରରେ ଅପଲୋଡ କରିବେ ।

ପ୍ରକାଶଥାଉକି, 1 ଡିସେମ୍ବର 2014ରେ ପ୍ରଥମ ଥର ମିଳିତ ଜାତିସଂଘର ସାଧାରଣ ସଭାରେ 21 ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ମାନ୍ୟତା ଦିଆଯାଇଥିଲା । 2015 ଜୁନ 21ରେ ପ୍ରଥମ ଥର ବିଶ୍ବରେ ଯୋଗ ଦିବସ ପାଳନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.