ETV Bharat / bharat

ସ୍ବାମୀନାଥନଙ୍କୁ ଅନୁସରଣ କରିବା ପାଇଁ ଉପରାଷ୍ଟ୍ରପତିଙ୍କ ଆହ୍ୱାନ

author img

By

Published : Jan 15, 2020, 10:24 AM IST

ଚାଷର ଉନ୍ନତି ପାଇଁ ପ୍ରସିଦ୍ଧ ଭାରତୀୟ କୃଷି ବିଜ୍ଞାନୀ ଏମ.ଏସ ସ୍ବାମୀନାଥନଙ୍କୁ ଯୁବ କୃଷି ବିଜ୍ଞାନୀ ଅନୁସରଣ କରିବା ପାଇଁ ଉପଦେଶ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

vice-president-venkia-naidu-urges-young-scientists-to-emulate-swaminathan-work-uplift-of-farmers
ଉପରାଷ୍ଟ୍ରପତି ବୈଜ୍ଞାନିକ ଏମ ଏସ ସ୍ବାମୀନାଥନଙ୍କୁ ଅନୁକରଣ ପାଇଁ ଉପଦେଶ

ଚେନ୍ନାଇ: କୃଷିର ଉନ୍ନତି ପାଇଁ ପ୍ରସିଦ୍ଧ ଭାରତୀୟ କୃଷି ବିଜ୍ଞାନୀ ଏମ.ଏସ ସ୍ବାମୀନାଥନଙ୍କୁ ଅନୁସରଣ କରିବା ପାଇଁ ଯୁବ କୃଷି ବୈଜ୍ଞାନିକଙ୍କୁ ଉପଦେଶ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଦେଶରେ କୃଷି କ୍ଷେତ୍ରର ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବୈଜ୍ଞାନିକ ସ୍ବାମୀନାଥନଙ୍କୁ ସମ୍ମାନିତ କରିଛନ୍ତି ଉପରାଷ୍ଟ୍ରପତି ।

ଭାରତୀୟ କୃଷିର ବୈପ୍ଲବିକ ପରିବର୍ତ୍ତନ କରାଯାଇଥିବା ସବୁଜ ବିପ୍ଳବର ଜନକ ହେଉଛନ୍ତି ଲୋକପ୍ରିୟ କୃଷି ବିଜ୍ଞାନୀ ଏମ.ଏସ ସ୍ବାମୀନାଥନ । ସେ ଭାରତର କୃଷି ଓ କୃଷକଙ୍କ ବିକାଶ ପାଇଁ ଅନେକ ପ୍ରକାର ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି ବୋଲି ଉପରାଷ୍ଟ୍ରପତି ପ୍ରକାଶ କରିଛନ୍ତି । ଏକ ପ୍ରସିଦ୍ଧ ଅନ୍ତଃରାଷ୍ଟ୍ରୀୟ ପତ୍ରିକା ଦ୍ବାରା ବିଂଶ ଶତାଦ୍ଦୀରେ ସ୍ବାମୀନାଥନ ଏସିଆର 20 ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଏହି ଅବସରରେ ଯୁବ କୃଷି ବୈଜ୍ଞାନିକ, ସ୍ବାମୀନାଥନଙ୍କୁ ଅନୁସରଣ କରିବା ସହିତ କୃଷକଙ୍କ ପାଇଁ ସମର୍ପଣ ଭାବରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ଉପରାଷ୍ଟ୍ରପତି ।

ସ୍ବାମୀନାଥନ କୃଷକଙ୍କ ପାଇଁ ଅନେକ ଉଦ୍ଭାବନ କରି କୃଷିକୁ ଏକ ଲାଭଦାୟକ ବ୍ୟବସାୟରେ ପରିଣତ କରିବାରେ ସକ୍ଷମ ହୋଇଛନ୍ତି । ଏନେଇ ଚେନ୍ନାଇ ଠାରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ତାମିଲନାଡୁ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ, ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରାଜନ ପ୍ରମୁଖ ଯୋଗ ଦେଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.