ETV Bharat / bharat

ପରିବେଶ ଅନୁକୂଳ ସ୍ଥାପତ୍ୟ ଓ ଡିଜାଇନ୍ ଗ୍ରହଣ କରିବାକୁ ଉପରାଷ୍ଟ୍ରପତିଙ୍କ ଆହ୍ବାନ

author img

By

Published : Jul 12, 2020, 1:46 AM IST

ଭବିଷ୍ୟତରେ ସ୍ବାସ୍ଥ୍ୟ ପ୍ରତି ଥିବା ବିପଦକୁ ଦୃଷ୍ଟିରେ ରଖି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଦେଶରେ ପରିବେଶ ଅନୁକୂଳ ସ୍ଥାପତ୍ୟ ଓ ଡିଜାଇନ୍ ଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।

ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ
ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ

ନୂଆଦିଲ୍ଲୀ: ଭବିଷ୍ୟତରେ ସ୍ବାସ୍ଥ୍ୟ ପ୍ରତି ଥିବା ବିପଦକୁ ଦୃଷ୍ଟିରେ ରଖି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଦେଶରେ ପରିବେଶ ଅନୁକୂଳ ସ୍ଥାପତ୍ୟ ଓ ଡିଜାଇନ୍ ଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି। ଆଜି(ଶନିବାର) ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକଚର ନ୍ୟାସନାଲ କନଫରେନ୍ସର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି ଏକଥା କହିଛନ୍ତି ଉପରାଷ୍ଟ୍ରପତି ।

ସେ ଆର୍କିଟେକଚର୍ ଓ ଡିଜାଇନର ମାନଙ୍କୁ ସେମାନଙ୍କ ଡିଜାଇନରେ ପରିବର୍ତ୍ତନ ଆଣିବାକୁ କହିଛନ୍ତି । ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ସମସ୍ୟାର ପାଇଁ ଆର୍କିଟେଚର ସ୍ତରରେ ସମାଧାନ ଖୋଜିବାକୁ ସେ ଅନୁରୋଧ କରିଛନ୍ତି । ଭବିଷ୍ୟତର ବିପଦକୁ ମୁକାବିଲା କରିବା ଉପାୟ ପାଇଁ ବର୍ତ୍ତମାନର ସଙ୍କଟର ସମାଧାନ ପାଇଁ ଡିଜାଇନ୍ ଓ ସ୍ଥାପତ୍ୟକୁ ପୁନଃସଂଗଠିତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଉପରାଷ୍ଟ୍ରପତି ଗୁରୁତ୍ବାରୋପ କରିଛନ୍ତି ଯେ ସରଞ୍ଚନାକୁ ଏପରି ଭାବରେ ନିର୍ମାଣ କରାଯିବା ଉଚିତ ଯେ ଦେଶବାସୀଙ୍କ ପାଇଁ ପର୍ଯ୍ୟାପ୍ତ ପ୍ରାକୃତିକ ଆଲୋକ ଓ ଭେଣ୍ଟିଲେସନ୍ ଉପଲବ୍ଧ ହୋଇପାରିବ । ସେ କହିଛନ୍ତି ଯେ ଆଧୁନିକ ସରଞ୍ଚନା ଗୁଡିକର ଉଦ୍ଦେଶ୍ୟ କେବଳ ଆଶ୍ରୟ ଓ ସୁରକ୍ଷା ଯୋଗାଇବା ନୁହେଁ ବରଂ ଆରାମ ଯୋଗାଇବା ମଧ୍ୟ ହେବା ଉଚିତ୍ ।

ସ୍ମାର୍ଟ ସିଟି ପ୍ରୋଜେକ୍ଟରେ ନିର୍ମାଣ ଓ ଡିଜାଇନ୍ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ସେ ସ୍ଥାନୀୟ କାରିଗରମାନଙ୍କୁ ନିୟୋଜିତ କରିବାକୁ ମଧ୍ୟ କହିଥିଲେ। ସେ କହିଛନ୍ତି ଯେ ଏଭଳି ଯୋଗଦାନ କେବଳ ଆଞ୍ଚଳିକ ସଂସ୍କୃତିକୁ ବଞ୍ଚାଇ ରଖିବ ନାହିଁ ବରଂ ଦେଶର ଅନେକ ଲୋକଙ୍କୁ ନିଯୁକ୍ତି ମଧ୍ୟ ଦେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.