ETV Bharat / bharat

ତୁରନ୍ତ ନହେଉ, କିନ୍ତୁ ନ୍ୟାୟ ଦେବାରେ ଅତ୍ୟଧିକ ବିଳମ୍ବ ନହେବା ଉଚିତ: ଭେଙ୍କେୟା ନାଇଡୁ

author img

By

Published : Dec 9, 2019, 10:56 AM IST

ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ କହିଛନ୍ତି, ନ୍ୟାୟ ତୁରନ୍ତ ମିଳିପାରିବ ନାହିଁ, କିନ୍ତୁ ନ୍ୟାୟ ଦେବାରେ ଲଗାତାର ବିଳମ୍ବ ହେବା ମଧ୍ୟ ଅନୁଚିତ ।

venkaiah naidu
ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ରବିବାର ଏକ କାର୍ଯ୍ୟକ୍ରମରେ ସିଜେଆଇଙ୍କ ବୟାନକୁ ଦୃଷ୍ଟିରେ ରଖି ନ୍ୟାୟ ସମ୍ବନ୍ଧୀୟ ଆଲୋଚନା କରିଛନ୍ତି । ସେ କହିଛନ୍ତି ନ୍ୟାୟ ତୁରନ୍ତ ହୋଇପାରିବ ନାହିଁ, କିନ୍ତୁ ନ୍ୟାୟ ଦେବା ପାଇଁ ଲଗାତାର ବିଳମ୍ବ ହେବା ମଧ୍ୟ ଅନୁଚିତ । କାରଣ ନ୍ୟାୟ ଦେବାରେ ଯଦି ଡେରି ହୁଏ ତେବେ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିବେ ଏବଂ ନିଜେ ମଧ୍ୟ ଅପରାଧ ଘଟାଇ ବସିବେ ।

ଉପରାଷ୍ଟ୍ରପତି ପୁଣି କହିଛନ୍ତି, କିଛି ମାମଲା ଯେପରିକି ନିର୍ବାଚନ ଯାଚିକା ଏବଂ ଶାସିତ ସାଂସଦ, ବିଧାୟକଙ୍କ ବିରୋଧରେ ରୁଜୁ ହୋଇଥିବା ଅପରାଧିକ ମାମଲାରେ ଦିଆଯାଇଥିବା ନିର୍ଦ୍ଧାରିତ ସମୟସୀମା ଉପରେ ଧ୍ୟାନ ରଖିବା ଉଚିତ । ଏଭଳି ମାମଲାରେ ତୁରନ୍ତ ଫଇସଲା କରାଯିବା ଉଚିତ । ସୂଚନା ଅନୁସାରେ ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ପରେ ହତ୍ୟା କରାଯିବା ମାମଲା ଏବଂ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯିବା ନେଇ ସୁପ୍ରିମକୋର୍ଟ ଚିଫ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଏକ ଟିପ୍ପଣୀ ଦେଇଥିଲେ । ଏହି ଟିପ୍ପଣୀ ଦେବାର ଗୋଟେ ଦିନ ପରେ ଉପରାଷ୍ଟ୍ରପତି ଉତ୍ତର ରଖିଥିଲେ ।

ପ୍ରଧାନ ବିଚାରପତି ବୋବଡେ କହିଥିଲେ, ‘ହାଇଦ୍ରାବାଦ ଘଟଣାଟି ସାରା ଦେଶକୁ ଦୋହଲାଇଦେଇଛି । ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ଏବଂ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ବିଚାରକକ୍ଷ ରହିଛି । ଏଠାରେ ବିଚାର କରିବା ଉଚିତ ଯେ କେଉଁ ମାମଲାଟି ବିଚାର କରିବା ପାଇଁ କେତେ ସମୟ ଆବଶ୍ୟକ । ତେବେ ମୋତେ ଲାଗୁନି କି ନ୍ୟାୟ ଦେବା ପାଇଁ ତୁରନ୍ତ ବିଚାର ହେଉ । ବଦଲା ନେବା ଉଦ୍ଦେଶ୍ୟରେ ନ୍ୟାୟର ବିଚାର କରାଯାଏ ନାହିଁ । ଯଦି ନ୍ୟାୟ ବଦଲାର ରୂପ ନିଏ ତେବେ ତାହା ନ୍ୟାୟ ନୁହେଁ ।’

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.