ETV Bharat / bharat

ରେଳବାଇ ଷ୍ଟଲର ବିକ୍ରେତାମାନଙ୍କୁ ଲାଇସେନ୍ସ ଫି’ ଛାଡ କରିବା ଲାଗି ସରକାରଙ୍କୁ ବିକ୍ରେତା ସଂଘର ନିବେଦନ - railway stall vendors

କୋରୋନା ମହାମାରୀର ଦ୍ବାରା ଭାରତୀୟ ରେଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହା ଉପରେ ନିର୍ଭର କରୁଥିବା କୁଲି, କ୍ଷୁଦ୍ର ବିକ୍ରେତା ଏବଂ ଅନ୍ୟ ଶ୍ରମିକମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ...

ରେଳବାଇ ଷ୍ଟଲର ବିକ୍ରେତାମାନଙ୍କୁ ଲାଇସେନ୍ସ ଫି’ ଛାଡ କରିବା ଲାଗି ସରକାରଙ୍କୁ ବିକ୍ରେତା ସଂଘର ନିବେଦନ

author img

By

Published : Aug 25, 2020, 12:59 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ବିଶ୍ବ ମହାମାରୀର ପ୍ରାଦୁର୍ଭାବ ଯୋଗୁଁ ଯେଉଁ ସବୁ କ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି, ସେଗୁଡ଼ିକ ମଧ୍ୟରେ ରହିଛି ଭାରତୀୟ ରେଳବାଇ । ଏହି ମାରାତ୍ମକ ରୋଗର ସଂକ୍ରମଣକୁ ରୋକିବା ଲାଗି ରେଳ ଚଳାଚଳ ଓ ରେଳଯାତ୍ରା ଉପରେ ଜାରି କଟକଣା ଯୋଗୁଁ ଯେଉଁମାନେ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ରହିଛନ୍ତି ରେଳବାଇ ଉପରେ ନିର୍ଭର କରି ଜୀବିକା ଅର୍ଜନ କରୁଥିବା କୁଲି, କ୍ଷୁଦ୍ର ବିକ୍ରେତା ଏବଂ ଅନ୍ୟ ଶ୍ରମିକମାନେ।

ବିଶ୍ବ ମହାମାରୀର ପ୍ରାଦୁର୍ଭାବ ସମୟରେ ସେମାନଙ୍କ ପ୍ରତି କେହି ହେଲେ ସହଯୋଗର ହାତ ବଢ଼ାଇ ନଥିଲେ ଏବଂ ଯେଉଁ ବିଷୟ ସେମାନଙ୍କ ପାଇଁ ପ୍ରତିକୂଳ ସ୍ଥିତି ସୃଷ୍ଟି କରିଥିଲା ତାହା ହେଲା ଯେ, ଯଦିଓ ସେମାନେ ରେଳବାଇ ପାଇଁ କାମ କରନ୍ତି, ତଥାପି ସେମାନେ ଠିକ ଅର୍ଥରେ ରେଳବାଇ କର୍ମଚାରୀ ନୁହଁନ୍ତି । ତେଣୁ ନିଜେ ନିଜେ ଏହି ବିଶ୍ବ ମହାମାରୀ ପ୍ରକୋପର ମୁକାବିଲା କରିବାକୁ ସେମାନେ ବାଧ୍ୟ ହୋଇଛନ୍ତି ।

କୋଭିଡ-19 ସଂକଟ ଏବଂ ରାଜନୀତିର ହଟଚମଟ ଭିତରେ ସେମାନଙ୍କର ଦୁଃସ୍ଥିତି ଉପରେ କାହାରି ନଜର ପଡିନାହିଁ ଏବଂ ନିଜ ନିଜ ପରିବାର ପାଇଁ ଉପଯୁକ୍ତ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଡ କରିବା ସେମାନଙ୍କ ପାଇଁ କାଠିକର ପାଠ ହୋଇପଡିଛି।

ଈଟିଭି ଭାରତ ସହିତ ଏହି ବିକ୍ରେତା ସଙ୍ଘର ବାର୍ତ୍ତାଳାପ ସମୟରେ ସେମାନେ କହିଲେ ଯେ, ପ୍ରବାସୀ ଶ୍ରମିକମାନଙ୍କ କଥା ଛାଡ଼ନ୍ତୁ, ଏବେ ଏହିଭଳି ସଂକଟ ସମୟରେ ସେମାନଙ୍କ ଭଳି ଶ୍ରମିକମାନେ ହିଁ ବାସ୍ତବ ଅର୍ଥରେ ଦୁଃଖକଷ୍ଟ ଭୋଗୁଛନ୍ତି ଏବଂ ପରିସ୍ଥିତି ସାଙ୍ଘାତିକ ରୂପ ଧାରଣ କରିଥିବାରୁ ସରକାର ସେମାନଙ୍କ ସହାୟତା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ ।

‘ଅଖିଳ ଭାରତୀୟ ରେଳବାଇ ଖାନ-ପାନ ଲାଇସେନସିଜ ୱେଲଫେୟାର ଆସୋସିଏସନ’ର ସଭାପତି ରବୀନ୍ଦ୍ର ଗୁପ୍ତା କହିଲେ, “ସରକାର ଏ ପର୍ଯ୍ୟନ୍ତ କୌଣସି ସହାୟତା ପ୍ରଦାନ କରିନାହାନ୍ତି। ଲକଡାଉନ ସମୟରେ ଷ୍ଟଲ ଗୁଡ଼ିକ ବାଧ୍ୟତାମୂଳକ ଭାବେ ଖୋଲିବାକୁ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆାଯାଇଥିଲା ଏବଂ ଟ୍ରେନ୍ ଚଳାଚଳ ନ କରିବା ଯାଏ ସଂପୂର୍ଣ୍ଣ ଲାଇସେନସ ଫି’ କୋହଳ ହେବା ଉଚିତ ବୋଲି ଆମେମାନେ ଦାବି କରିଥିଲୁ ।

ଈଟିଭି ଭାରତକୁ ସେ କହିଲେ, “ବିଭିନ୍ନ ରେଳବାଇ ଷ୍ଟେସନ ଷ୍ଟଲର ବିକ୍ରେତାମାନଙ୍କୁ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷପତ୍ର ଯୋଗାଇ ଦେବାକୁ ଏବଂ ସେମାନଙ୍କ ପାଇଁ ଇଲେକଟ୍ରିକ ଏବଂ ପାଣି ବାବଦ ଦେୟ ମଧ୍ୟ କୋହଳ କରିବାକୁ ଆମେ ସରକାରଙ୍କୁ ନିବେଦନ କରିଥିଲୁ । କିନ୍ତୁ ଏ ପର୍ଯ୍ୟନ୍ତ 100% ଲାଇସେନସ ଫି’ ଛାଡ଼, ଇଲେକଟ୍ରିକ ଏବଂ ପାଣି ବିଲରେ ରିହାତି ସଂପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।”

ଗୁପ୍ତା ଆହୁରି କହିଲେ, “ଯଦିଓ ସରକାର ଜୁନ 1 ତାରିଖରୁ ଷ୍ଟଲ ଗୁଡ଼ିକ ଖୋଲିବା ପାଇଁ ଚାପ ପକାଇଛନ୍ତି, ହେଲେ ବିକ୍ରେତାମାନଙ୍କୁ ଏହାର ପରିଣତି ଭୋଗିବାକୁ ପଡୁଛି । ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ସେମାନଙ୍କର ରୋଜଗାର ନାହିଁ ଏବଂ ସେମାନେ ଭୋକଉପାସରେ କାଳ କାଟୁଛନ୍ତି । ବିକ୍ରେତାମାନେ ଅତ୍ୟଧିକ କ୍ଷତି ସହୁଛନ୍ତି ଏବଂ ଋଣଭାର ବଢ଼ିବାରେ ଲାଗିଛି ।”

ସେ କହିଥିଲେ ଯେ, ଖୁବ କମ ରେଳ ଚଳାଚଳ କରୁଥିବା ସମୟରେ ଷ୍ଟଲଗୁଡ଼ିକ ଖୋଲା ରଖିବା ପଛରେ କୌଣସି ଯଥାର୍ଥତା ନାହିଁ । “ତେଣୁ, ସମସ୍ତ ରେଳ ଚଳାଚଳ କରି ନଥିବାରୁ ଏବଂ ସ୍ଥିତି ସଂପୂର୍ଣ୍ଣ ସ୍ବାଭାବିକ ହୋଇ ନଥିବାରୁ ଲାଇସେନସ ଫି’ ସହିତ ବିଦ୍ୟୁତ ଓ ପାଣି ବାବଦ ଦେୟ ସଂପୂର୍ଣ୍ଣ ଛାଡ଼ କରିବା ଉଚିତ ବୋଲି ଆମେ ସରକାରଙ୍କ ପାଖରେ ଦାବି କରୁଛୁ।”

ମହାମାରୀ ଯୋଗୁଁ ରେଳବାଇ ବୋର୍ଡ ଦ୍ବାରା ଷ୍ଟଲ ଖୋଲିବାକୁ ଅନୁମତି ପାଇଥିବା ବଡ଼ ବଡ଼ କମ୍ପାନୀ ନୁହଁନ୍ତି, ବରଂ ଦରିଦ୍ର ବିକ୍ରେତା ଏବଂ ଟ୍ରଲି ଅପରେଟରମାନଙ୍କ ଉପରେ ଅଧିକ ଚାପ ପଡୁଛି । ସରକାରଙ୍କ ଆର୍ଥିକ ଯୋଜନାରେ ଏହି ସ୍ବଳ୍ପ ଆୟକାରୀ ବିକ୍ରେତାମାନଙ୍କ ବିଷୟ ବିଚାରକୁ ନିଆଗଲେ, ଅତି କମରେ ସେମାନେ ନିଜ ପରିବାରକୁ ଚଳାଇ ପାରିବେ । ସେ କହିଥିଲେ ଯେ, ବିକ୍ରେତାମାନେ ଏବେ ଟଳମଳ ଅବସ୍ଥାରେ ରହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତର 9000 ରେଳ ଷ୍ଟେସନରେ ସ୍ଥାପିତ ଦୁଇ ଲକ୍ଷରୁ ଅଧିକ ଦୋକାନ କିମ୍ବା ଷ୍ଟଲରେ ପ୍ରାୟ 13 ଲକ୍ଷ ବିକ୍ରେତା କାର୍ଯ୍ୟ କରୁଛନ୍ତି।

ଅପରପକ୍ଷରେ, ଏକଦା ଯାତ୍ରୀମାନଙ୍କ ଜିନିଷପତ୍ର ବୋହି ନେଇ ସେମାନଙ୍କ ରେଳଯାତ୍ରାକୁ ସୁଗମ କରାଉଥିବା ରେଳ ଷ୍ଟେସନର କୁଲିମାନଙ୍କ ହାତରେ ଏବେ କୌଣସି କାମ ନାହିଁ । କାରଣ, ଆଜିକାଲି କେବଳ ସ୍ବତନ୍ତ୍ର ଟ୍ରେନ୍‌ରେ ପ୍ରବାସୀ ଶ୍ରମିକମାନେ ଯାତ୍ରା କରୁଛନ୍ତି । ସାରା ଦେଶରେ 30,000ରୁ ଅଧିକ ରେଳବାଇ କୁଲି ଅଛନ୍ତି ।

ପରବର୍ତ୍ତୀ ସମୟରେ, ‘ଅଲ ଇଣ୍ଡିଆ ରେଲୱେମେନ’ସ ଫେଡେରେସନ’ର ସାଧାରଣ ସଂପାଦକ ଗୋପାଲ ମିଶ୍ର କହିଲେ, “ସେମାନଙ୍କୁ ଦୁଇ ବେଳା ଖାଇବାକୁ ମିଳୁ ନଥିବାରୁ ପରିସ୍ଥିତି ସାଂଘାତିକ ରୂପ ନେଇଛି । ଯାତ୍ରୀବାହୀ ରେଳ ଚଳାଚଳ କରୁ ନଥିବାରୁ କୁଲିମାନଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି । ଯେଉଁମାନଙ୍କର ‘ଜନ ଧନ ଆକାଉଣ୍ଟ’ ଅଛି, ସେମାନେ କେନ୍ଦ୍ର ସରକାରଙ୍କ ପାଖରୁ 1,000 ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପାଖରୁ 500 ଟଙ୍କା ହିସାବରେ ପାଉଛନ୍ତି । ଏହା ବ୍ୟତୀତ, ରେଳବାଇର ବିଭିନ୍ନ ସଂଘ ପକ୍ଷରୁ ସେମାନଙ୍କ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯାଉଛି ସତ, ହେଲେ ତାହା ପର୍ଯ୍ୟାପ୍ତ ନୁହେଁ”।

ସେ କହନ୍ତି, “ରେଳବାଇରେ ଦିନ ମଜୁରିଆ ଭାବେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ପ୍ରତି ଆମର ଦାୟିତ୍ବବୋଧ ରହିଥିବାରୁ ସେମାନଙ୍କ ସହାୟତା ଲାଗି ସରକାର ଯୋଜନା ଆରମ୍ଭ କରିବା ଦରକାର ଏବଂ ସେମାନେ ଦୁଃଖକଷ୍ଟ ଭୋଗିବା ଉଚିତ ନୁହେଁ । ରେଳବାଇ ଶ୍ରମିକ ଏବଂ ସେମାନଙ୍କ ପରିବାରକୁ ସରକାର ଅତି କମ୍‌ରେ 10,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏହା ହିଁ ପ୍ରକୃତ ସମୟ । ଏ ପର୍ଯ୍ୟନ୍ତ ସେମାନଙ୍କୁ ଯଥେଷ୍ଟ ସହାୟତା ପ୍ରଦାନ କରାଯାଇନାହିଁ”। “ପୁଣି ଭାରତୀୟ ରେଳବାଇକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ ସରକାର ବିଚାର କରିବା ଉଚିତ” ବୋଲି ସେ ପ୍ରସ୍ତାବ ମଧ୍ୟ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.