ETV Bharat / bharat

ପଥର ଭୁଶୁଡ଼ି ରାସ୍ତା ଅବରୋଧ, ଗାଡି ଚଳାଚଳ ଠପ

author img

By

Published : Jul 31, 2019, 8:55 PM IST

ଶ୍ରୀନଗର ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା କାରଣରୁ ପଥର ଭୁଶୁଡ଼ି ରାସ୍ତା ଅବରୋଧ ହୋଇଛି । ଫଳରେ ଗାଡ଼ି ଚଳାଚଳ ଠପ ହୋଇଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଶ୍ରୀନଗର: ବର୍ତ୍ତମାନ ସମୟରେ ଜମ୍ମୁ କାଶ୍ମୀର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ପ୍ରବଳ ମାତ୍ରାରେ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା କାରଣରୁ ପଥର ଭୁଶୁଡ଼ି ରାସ୍ତା ଅବରୋଧ ହୋଇଛି । ତେବେ ଆଜି(ବୁଧବାର) ସକାଳେ ପାହାଡ଼ ଭୁଶୁଡ଼ି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହା ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ପାହାଡ଼ ଭୁଶୁଡ଼ିବା ଫଳରେ ରାସ୍ତାରେ ପଥର ଜମା ହୋଇଥିଲା । ଫଳରେ ଯାତାୟତ ଠପ ହେବା ସହିତ ରାସ୍ତାରେ ଗାଡ଼ିଗୁଡ଼ିକ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଗତକାଲି(ମଙ୍ଗଳବାର) ଉଦ୍ଧମପୁର ଅଞ୍ଚଳରେ ମଧ୍ୟ ଭୁସ୍ଖଳନ ହୋଇଥିଲା । ଫଳରେ ଜମ୍ମୁ ଶ୍ରୀନଗର ରାଜପଥ ବନ୍ଦ ହୋଇଯାଇଛି । ରାସ୍ତା ବନ୍ଦ ହେବା କାରଣରୁ ଶହ ଶହ ଗାଡ଼ି ଛିଡା ହୋଇଛି ।

ବର୍ଷା ସମୟରେ ଏହି ପାହାଡ଼ି ଅଞ୍ଚଳରେ ଅନେକ ସମସୟରେ ଭୁସ୍ଖଳନ ହୋଇଥାଏ । ଉଦ୍ଧମପୁର ଟ୍ରାଫିକ ଡିସିପି କହିଛନ୍ତି କି ଏଲ କେ ତନେଜା କହିଛନ୍ତି କି, ଗତକାଲି ରାତିରେ ଭୁସ୍ଖଳନ ହୋଇଥିଲା । ତେବେ ବର୍ଷା ଜାରି ରହିଥିବାରୁ ସଫେଇ କାମରେ ବାଧା ଉପୁଜିଛି । ସେପଟେ ରାସ୍ତାରେ ଶହ ଶହ ଗାଡ଼ି ଛିଡା ହୋଇଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଇଛି ।

ସେପଟେ ଜମ୍ମୁ-ଶ୍ରୀନଗର ରାସ୍ତା ଅବରୋଧ ହେବା କାରଣରୁ ବୁଧବାର ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି । ଅବତକ ଗତ 30 ଦିନ ମଧ୍ୟରେ ପାଖାପାଖି ସାଢେ 3 ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଯାତ୍ରା କରିସାରିଛନ୍ତି । ତେବେ ଏହି ଭୁସ୍ଖଳନ କାରଣରୁ ଭଗବତୀ ନଗର ଯାତ୍ରୀ ନିବାସରେ ଥିବା ଥିବା ଶ୍ରଦ୍ଧାଳୁଙ୍କୁ ଯାତ୍ରା ପାଇଁ ଅନୁମତି ପ୍ରଦାନ କରାଯାଇନଥିବା ଜମ୍ମୁ ପୋଲିସ କହିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.